Latest Odisha News

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନୁଗୁଳ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣା !

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ରବିବାର ଦିନ ଚିହ୍ନଟ ହୋଇଥିବା ୧୩ ଜଣ କରୋନା ପଜିଟିଭ ରୋଗୀଙ୍କ ନାମ ଏବଂ ଠିକଣା ଥିବା ଏକ ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି।

ଏନେଇ ଅନୁଗୁଳ ଉପ-ଜିଲ୍ଲାପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୋସିଆଲ ମିଡିଆରେ ଏହି ତଥ୍ୟ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି। ଅନୁଗୁଳରେ ଏପର୍ଯ୍ୟନ୍ତ ୧୫ କରୋନା ମାମଲା ଚିହ୍ନଟ ହୋଇଛି ।

Leave A Reply

Your email address will not be published.