ନୂଆଦିଲ୍ଲୀ: ସର୍ଟ ଭିଡିଓକୁ ନେଇ ପ୍ରତିଯୋଗିତା ଆହୁରି କଡ଼ା ହେଉଛି। ଏବେ ନେଟଫ୍ଲିକ୍ସ ମଧ୍ୟ ଇନଷ୍ଟାଗ୍ରାମ ରିଲ୍ସ ଭଳି ମୋବାଇଲରେ ନୂଆ ଭର୍ଟିକାଲ ଫିଡ୍ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି। କମ୍ପାନୀ ବର୍ତ୍ତମାନ ଏହି ଫିଚରର ଟେଷ୍ଟିଙ୍ଗ୍ କରୁଛି। ଏହି ଫିଚର ୟୁଜର୍ସମାନଙ୍କୁ ଫିଲ୍ମ ଓ ଟିଭି ଶୋ’ର ସର୍ଟ କ୍ଲିପ୍ ଦେଖିବାର ସୁବିଧା ଦେବ। ନେଟଫ୍ଲିକ୍ସ ଏହାକୁ ସୋସିଆଲ ଫିଡ୍ ନୁହେଁ, ବରଂ ଡିସକଭରୀ ଓ ସ୍ୟାମ୍ପଲିଙ୍ଗ୍ ସହିତ ଜଡ଼ିତ ଫିଚର ବୋଲି କହିଛି। ଆସନ୍ତୁ ଏହି ଫିଚର ବିଷୟରେ ବିସ୍ତୃତ ଭାବେ ଜାଣିବା।
ଏହି ଫିଚରରେ ୟୁଜର୍ସଙ୍କୁ ନେଟଫ୍ଲିକ୍ସର ଶୋ ଓ ମୁଭିଜର ସର୍ଟ ଭିଡିଓ ଦେଖାଯିବ। ଏଗୁଡ଼ିକ ଉପରେ ଟ୍ୟାପ୍ କରି ୟୁଜର୍ସମାନେ ପୂରା ଏପିସୋଡ୍ କିମ୍ବା ମୁଭି ମଧ୍ୟ ଦେଖିପାରିବେ। ପ୍ରକୃତରେ, ଅନେକ ଉପଭୋକ୍ତାଙ୍କୁ କ’ଣ ଦେଖିବେ ତାହା ନିଷ୍ପତ୍ତି କରିବାରେ ବହୁତ ସମୟ ଲାଗିଯାଏ। ଏହି ସମୟକୁ କମ୍ କରିବା ପାଇଁ ଏହି ଫିଚର ଆଣିଛି। ନେଟଫ୍ଲିକ୍ସ ଚାହୁଁଛି ଦର୍ଶକମାନେ ଟ୍ରେଲର କିମ୍ବା କୌଣସି ଫିଲ୍ମ ଆଦି ସହିତ ଜଡ଼ିତ କ୍ଲିପ୍ ଦେଖିବା ପାଇଁ ଅନ୍ୟ ଆପ୍ସରେ ନ ଯାଆନ୍ତୁ ଓ ଏହି ଫିଚର ଅନ୍-ପ୍ଲାଟଫର୍ମ ଫିଡ୍ ଭାବେ କାମ କରିବ।
ଏହି ଫିଚର ଆଣି ନେଟଫ୍ଲିକ୍ସ ଦର୍ଶକମାନଙ୍କୁ ଅଧିକ ସମୟ ଧରି ନିଜ ପ୍ଲାଟଫର୍ମରେ ରଖିପାରିବ। ସହିତ ଏହା ଏକ ମାର୍କେଟିଙ୍ଗ ଟୁଲ୍ ଭାବେ ମଧ୍ୟ କାମ କରିବ ଓ କମ୍ପାନୀକୁ ଡିଷ୍ଟ୍ରିବ୍ୟୁସନ ପାଇଁ ଅନ୍ୟ ପ୍ଲାଟଫର୍ମ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଜଣାଇଦେଉଛୁ ଯେ, ନେଟଫ୍ଲିକ୍ସ ଲାଇଭ ଭୋଟିଙ୍ଗ୍, ପାର୍ଟି ଗେମ୍ସ ଓ ଆନିମେଟେଡ୍ ହୋମ୍ ଏକ୍ସପିରିଏନ୍ସ ସହିତ ଅନେକ ଇଣ୍ଟରଅକ୍ଟିଭ ଲେୟାର୍ସକୁ ଏକ୍ସପ୍ଲୋର କରୁଛି ଯାହା ଦ୍ୱାରା ତା’ର ସର୍ଭିସ ଆକ୍ଟିଭ ଲାଗିବ।
ନେଟଫ୍ଲିକ୍ସର ସିଟିଓ ଏଲିଜାବେଥ ଷ୍ଟୋନ୍ କହିଛନ୍ତି ଯେ ସେମାନଙ୍କ କମ୍ପାନୀ ସର୍ଟ-ଫର୍ମ ଭିଡିଓ ଥିବା ଆପ୍ସଗୁଡ଼ିକର କପି କରିବାର ଚେଷ୍ଟା କରୁନାହିଁ। କମ୍ପାନୀର ଫୋକସ ଦର୍ଶକଙ୍କ ପସନ୍ଦ ଅନୁଯାୟୀ ଚାଲିବା ଉପରେ ଅଛି। ଏହି ଫିଡ୍ରେ ଦେଖାଯିବାକୁ ଥିବା କଣ୍ଟେଣ୍ଟ ଉପଭୋକ୍ତା ଜେନରେଟେଡ୍ ହେବ ନାହିଁ ଓ ଏହାକୁ ପ୍ଲାଟଫର୍ମରେ ପୂର୍ବରୁ ଉପସ୍ଥିତ ଅରିଜିନାଲ ପ୍ରୋଗ୍ରାମଗୁଡ଼ିକରୁ ବାଛି ନିଆଯିବ।
BREAKING NEWS
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ

Comments are closed.