ନୂଆଦିଲ୍ଲୀ: ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ପାସୱାର୍ଡର ତାଲିକା ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ୧୨୩୪୫୬, ୧୨୩୪୫୬୭୮ ଏବଂ ୧୨୩୪୫୬୭୮୯ ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ତିନିଟି ପାସୱାର୍ଡ। ଏହି ପାସୱାର୍ଡଗୁଡ଼ିକ ଦୁର୍ବଳ ଏବଂ ଏଗୁଡ଼ିକର ଅନୁମାନ କରିବା ଅତ୍ୟନ୍ତ ସହଜ। ହ୍ୟାକର୍ମାନେ ଚୁଟକିରେ ଏଗୁଡ଼ିକୁ କ୍ରାକ୍ କରିପାରନ୍ତି। ତେଣୁ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଅନନ୍ୟ ଏବଂ ମଜବୁତ୍ ପାସୱାର୍ଡ ସେଟ୍ କରିବା ଉଚିତ୍। ଯଦିଓ କିଛି ଲୋକେ ଏହି ସମୟରେ ଅଜାଣତରେ କିଛି ଭୁଲ୍ କରିଦିଅନ୍ତି। ଏହି ଭୁଲ୍ଗୁଡ଼ିକରୁ ବଞ୍ଚିବା ଜରୁରୀ।
ଅନେକ ଲୋକେ ଭୁଲିଯିବାର ଭୟରେ ସହଜ ଲାଗୁଥିବା ପାସୱାର୍ଡ ସେଟ୍ କରିନିଅନ୍ତି। ଏଭଳି ପାସୱାର୍ଡ ମନେ ରଖିବା ସହଜ ହୋଇଯାଏ, କିନ୍ତୁ ଏଗୁଡ଼ିକ ହ୍ୟାକର୍ମାନଙ୍କ ହାତରେ ପଡ଼ିଯିବାର ବିପଦ ରହିଛି। ତେଣୁ ସର୍ବଦା ମଜବୁତ୍ ପାସୱାର୍ଡ ସେଟ୍ କରନ୍ତୁ। ଯଦି ଆପଣ ପାସୱାର୍ଡ ମନେ ରଖି ନ ପାରନ୍ତି ତେବେ ପାସୱାର୍ଡ ମ୍ୟାନେଜରର ସାହାଯ୍ୟ ନେଇପାରନ୍ତି।
ସବୁ ଆକାଉଣ୍ଟ ପାଇଁ ଗୋଟିଏ ହିଁ ପାସୱାର୍ଡ ସେଟ୍ କରନ୍ତୁ ନାହିଁ
ଅନେକ ଲୋକେ ନିଜର ସବୁ ଆକାଉଣ୍ଟଗୁଡ଼ିକ ପାଇଁ ଗୋଟିଏ ହିଁ ପାସୱାର୍ଡ ସେଟ୍ କରିନିଅନ୍ତି। ଏହା କରିବା ବିପଦଜନକ ହୋଇପାରେ। ଯଦି ଆପଣଙ୍କ ପାସୱାର୍ଡ ଭୁଲ୍ ହାତରେ ପଡ଼ିଯାଏ ତେବେ ଆପଣଙ୍କ ସବୁ ଆକାଉଣ୍ଟ ହ୍ୟାକ୍ ହୋଇପାରେ। ତେଣୁ ପ୍ରତ୍ୟେକ ଆକାଉଣ୍ଟ ପାଇଁ ଅଲଗା ଅଲଗା ପାସୱାର୍ଡ ସେଟ୍ କରନ୍ତୁ। ଏହି ପରିସ୍ଥିତିରେ ଗୋଟିଏ ପାସୱାର୍ଡ ଲିକ୍ ହେଲେ ମଧ୍ୟ ବାକି ଆକାଉଣ୍ଟଗୁଡ଼ିକ ସୁରକ୍ଷିତ ରହିବେ।
ଛୋଟ ପାସୱାର୍ଡ ରଖନ୍ତୁ ନାହିଁ
ଅନେକ ଲୋକେ ଶୀଘ୍ର ଲଗ୍-ଇନ୍ କରିବା ଚକ୍କରରେ ୪ କିମ୍ବା ୬ ଅକ୍ଷରର ପାସୱାର୍ଡ ସେଟ୍ କରନ୍ତି। ଏଭଳି ପାସୱାର୍ଡକୁ ସୁରକ୍ଷାର ଗ୍ୟାରେଣ୍ଟି ବୋଲି ମାନି ହେବ ନାହିଁ। ସାଇବର୍ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ୧୨ ଅକ୍ଷର କିମ୍ବା ଏହାଠାରୁ ଲମ୍ବା ପାସୱାର୍ଡ ଅଧିକ ସୁରକ୍ଷିତ ହୋଇଥାଏ। ଏଗୁଡ଼ିକୁ ହ୍ୟାକ୍ କରିବା କିମ୍ବା ଅନୁମାନ କରିବା ଯଥେଷ୍ଟ କଷ୍ଟକର ହୋଇଥାଏ, ଯାହାଦ୍ୱାରା ହ୍ୟାକିଙ୍ଗର ବିପଦ ବହୁ ମାତ୍ରାରେ ଦୂର ହୋଇଯାଏ।
ନାମ ବିଶିଷ୍ଟ ପାସୱାର୍ଡ ତିଆରି କରନ୍ତୁ ନାହିଁ
ଅନେକ ଲୋକେ ନିଜର କିମ୍ବା ପରିବାରର କାହାରି ନାମର ପାସୱାର୍ଡ ସେଟ୍ କରିନିଅନ୍ତି। ହ୍ୟାକର୍ମାନଙ୍କୁ ଏହି କଥାଗୁଡ଼ିକର ଜ୍ଞାନ ରହିଥାଏ ଏବଂ ସେମାନେ ଏଭଳି ପାସୱାର୍ଡ ଚେଷ୍ଟା କରି ଦେଖିପାରନ୍ତି। ତେଣୁ ସୁରକ୍ଷା ଦୃଷ୍ଟିରୁ ନିଜ ନାମ ବିଶିଷ୍ଟ ପାସୱାର୍ଡ ତିଆରି କରିବାରୁ ବଞ୍ଚନ୍ତୁ ଏବଂ ଅନନ୍ୟ ପାସୱାର୍ଡ ସେଟ୍ କରନ୍ତୁ, ଯେଉଁଥିରେ ସଂଖ୍ୟା, ନାମ ଏବଂ ବିଶେଷ କ୍ୟାରେକ୍ଟର୍ ରହିବା ଉଚିତ୍।
BREAKING NEWS
- ପାକିସ୍ତାନ ଆତଙ୍କୀଙ୍କୁ ଅଜଣା ବନ୍ଧୁକ ଧାରିଙ୍କ ଭୟ : ଠିକଣା ବଦଳାଇଲେ ହାଫିଜ୍ ଓ ମସୁଦ୍
- ବିଧାୟକଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗ:ବ୍ଲକ ବିଜେଡି ସଭାପତିଙ୍କ ସମେତ ୫ ଗିରଫ
- ୬ ଜିଲ୍ଲାର ବାସିନ୍ଦା ହେଲେ ଏକତ୍ରିତ …ଗନ୍ଧମାର୍ଦ୍ଦନରେ ପ୍ରାକୃତିକ ସମ୍ପଦର ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ
- “ଗଣତନ୍ତ୍ର ବଞ୍ଚାଓ-ଅରାଜକତା ହଟାଓ” ପଦଯାତ୍ରା: ବିରୋଧୀଙ୍କୁ ବିଜେପିର ଟାର୍ଗେଟ୍
- ‘ଆମେ ବିନା କାରଣରେ ବଦନାମ ହେଉଛୁ’, କାହିଁକି ଏପରି କହିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ?
- ‘ରାମାୟଣ’ରେ ଜଟାୟୁଙ୍କ ଚରିତ୍ର ପାଇଁ ୨୦୦ ଥର ଅଭ୍ୟାସ କରିଥିଲେ ଅନୁପମ ଖେର
- ଲସ୍ ଏଞ୍ଜେଲସ୍ ୨୦୨୮ ପାଇଁ କିଭଳି ଟିକେଟ୍ ପାଇବେ ନୀରଜ ଚୋପ୍ରା?
- କୈକେୟୀ ଲୁକ୍ ପଛର ସଂଘର୍ଷ: ‘ରାମାୟଣ’ ସୁଟିଂ ବେଳେ ଲାରା ଦତ୍ତାଙ୍କ ହାତର ବ୍ରେସଲେଟ୍କୁ କରତରେ କାଟିଲା ଟିମ୍
- ପ୍ରଥମ ଥର ହରର୍ ଫିଲ୍ମରେ ନଜର ଆସିବେ ବରୁଣ ଧୱନ, ଜାଣନ୍ତୁ କେବେ ରିଲିଜ ହେବ…
- ସୁନା ଦୋକାନ ଲୁଟ୍ ଉଦ୍ୟମ ପଣ୍ଡ, ସଫ୍ଟୱେୟାର ଇଞ୍ଜିନିୟର ଗିରଫ
Comments are closed.