ଭୁବନେଶ୍ୱର: ଓଡ଼ିଆରେ କାମ କରିବ AI । ଇଂଲିସରେ ଠିକ ଭାବେ କମାଣ୍ଟ ଦେଇ ନପାରିଲେ ବି ଏବେ ଓଡ଼ିଆରେ ଲେଖିପାରିବେ । ଆଉ ଏଥିପାଇଁ ଜୋରସରରେ ଆରମ୍ଭ ହୋଇଛି କାମ । ଯଦି ଓଡ଼ିଆରେ AI ସୁବିଧା ମିଳିଯିବ ତେବେ କିଛି ଆଉ ଅସୁବିଧା ହେବ ନାହିଁ । ବର୍ତ୍ତମାନ ଓଡ଼ିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଠିକ ଭାବେ କରୁନି, ଏଥିପାଇଁ AI ସହଜରେ ଗ୍ରହଣ କରିପାରେ ନାହିଁ ଓଡ଼ିଆ । ଅଧିକ ଭଲ ରେଜଲ୍ଟ ପାଇବା ପାଇଁ ଆପଣଙ୍କୁ ଇଂରାଜୀ ବ୍ୟବହାର କରିବାକୁ ପଡୁଛି । କିନ୍ତୁ ଆଗକୁ ଏ ଅସୁବିଧା ଆଉ ରହିବ ନାହିଁ । କାରଣ ଖୁବଶୀଘ୍ର ଓଡ଼ିଆରେ ଆସିବାକୁ ଯାଉଛି ଜେନେରେଟିଭ AI।
ଓଡ଼ିଆ ଭାଷାରେ ବି କାମ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଅର୍ଥାତ ଓଡ଼ିଆରେ କମାଣ୍ଡ, କ୍ବେରୀ ବା AI ପ୍ରମ୍ପ୍ଟ ଦେଲେ, ସହଜରେ ଆପଣଙ୍କର ରେଜଲ୍ଟ ଆସିବ। ଆପଣ ଓଡ଼ିଆରେ ଲେଖି ବା କହିଲେ ମଧ୍ୟ, ଏଣିକି ଆପଣ ଆପଣଙ୍କର ମନ ପସନ୍ଦର ଫଟୋଚିତ୍ର, ଭିଡିଓ ବା ତଥ୍ୟ ପାଇପାରିବେ। ଇଂରାଜୀ ବା ଅନ୍ୟ ଭାଷାରେ ଜେନେରେଟିଭ AI ବେଶ୍ ସମୃଦ୍ଧ। କିନ୍ତୁ ଓଡ଼ିଆରେ ଏ ଦିଗରେ ବିଶେଷ ସୁବିଧା ନଥିଲା । ତେଣୁ ଆମ ମାତୃଭାଷାରେ ଏ ବ୍ୟବସ୍ଥା କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା କରୁଥିବା କେତେକ ଓଡ଼ିଆ ବୈଜ୍ଞାନିକ। ବିଦେଶରେ ରହୁଥିବା ଏହି ବୈଜ୍ଞାନିକମାନଙ୍କ ସହ ସହ ସାମିଲ ହୋଇଛନ୍ତି କିଛି ସ୍ଥାନୀୟ ଗବେଷକ ଓ ଭାଷାବିଦ୍। ଏ ନେଇ ଏବେ ଜୋରସୋରରେ କାମ ଚାଲିଛି ।
ଓଡ଼ିଆ ଜେନେରେଟିଭ AI ଦ୍ବାରା ଓଡ଼ିଆରେ ଆପଣ ଭଓସ ବା ଲିଖିତ କମାଣ୍ଡ ଦେଇପାରିବେ। ଯାହାକୁ ପ୍ରସେସିଂ କରି ସିଷ୍ଟମ, ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଚିତ୍ର, ଦୃଶ୍ୟ ବା ତଥ୍ୟ ପ୍ରସ୍ତୁତ କରିଥାଏ । ତେବେ ତା ପୂର୍ବରୁ ଏକ ବିଶାଳ ଡାଟାବେସ୍ ପ୍ରସ୍ତୁତ କରିବାକୁ ହୋଇଥାଏ । ଏଥିଲାଗି ଓଡ଼ିଆ ଭାଷା ଓ ବ୍ୟାକରଣ ସମ୍ବନ୍ଧୀୟ ତଥ୍ୟ ସହ ଅନ୍ୟ ବିଷୟରେ ବ୍ୟାପକ ତଥ୍ୟ ସଂଗ୍ରହ, ଯାଞ୍ଚ ଓ ଗଚ୍ଛିତ କରିବାକୁ ପଡ଼େ। ଏହି କାମ କରୁଛି, ଓଡ଼ିଆ ଜେନେରେଟିଭ କମ୍ୟୁନିଟି । ସ୍ବେଚ୍ଛାକୃତ ଭାବେ ଏଥିରେ ସାମିଲ ଅଛନ୍ତି ଅନେକ ବୈଜ୍ଞାନିକ, ଗବେଷକ, ଭାଷାବିତ୍ ଓ ଅନ୍ୟ ସହଯୋଗୀ।
Comments are closed.