Latest Odisha News

BREAKING NEWS

ବିହାର ଚେହେରାରୁ ଦେଶର ଚେହେରା ହେବେ ନୀତିଶ

ନୂଆଦିଲ୍ଲୀ: ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ନୀତିଶଙ୍କ ନଜରରେ ୨୦୨୪ନିର୍ବାଚନ ରହିଛି  । ପାଟନା ରୁ ଦିଲ୍ଲୀ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି । ନିତୀଶଙ୍କ ବିହାର ଚେହେରା କୁ ଏବେ ଦେଶର ଚେହେରାରେ ପରିଣତ କରିବା ପାଇଁ ଚାଲିଛି ଜୋରସୋର ଉଦ୍ୟମ ।

ବିହାର ରାଜନୀତି ପାଇଁ ଖୁବ ଚର୍ଚ୍ଚାରେ ରହି ଆସିଥିବା ନିତୀଶ ବର୍ତ୍ତମାନ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଲେଣି । ତାଙ୍କ ନାମକୁ ନେଇ ଏବେ ଗଣମାଧ୍ୟମରେ ଓ ମୋଦୀ ବିରୋଧିଙ୍କ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ନିର୍ବାଚନ ପାଇଁ ୨ବର୍ଷ ଥିବା ବେଳେ ଏବେ ଠାରୁ ଯାହା ଆଲୋଚନା ହେଉଛି ନିତୀଶ ମୋଦୀଙ୍କ ବିପକ୍ଷରେ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହୋଇପାରନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପାଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ । ଏହି ସମୟରେ ୩ ନେତାଙ୍କ ମଧ୍ୟରେ ବିରୋଧୀ ଏକଜୁଟତା ଓ ୨୦୨୪ରେ ନୀତିଶଙ୍କ ଭୂମିକାକୁ ନେଇ ଆଲୋଚନା ହୋଇଥିଲା । ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ନିତୀଶଙ୍କୁ ପ୍ରଧାନମନ୍ତ୍ରୀ ପାର୍ଥୀ କରାଜିବା ବିଷୟରେ ଚନ୍ଦ୍ରଶେଖର ରାଓ ପଚାରିଥିଲେ ମଧ୍ୟ ସ୍ପଷ୍ଟ ଉତ୍ତର ମିଳିପାରିନଥିଲା  ।  ତେବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିତୀଶଙ୍କ ଭୂମିକା କଣ ହେବ ତାହା ସମୟ କହିବ କିନ୍ତୁ,ଏହିପରି ପ୍ରଶ୍ନର ଉତ୍ତର ଶନିବାର ଠାରୁ ବିହାରରେ ହେବାକୁ ଥିବା ଶାସକ ଜେଡିୟୁ ର ଦୁଇ ଦିନିଆ ବୈଠକରେ ମିଳିପାରିବ। ଜେଡିୟୁ ନ୍ୟାସନାଲ ଏକ୍ଜିକ୍ୟୁଟିଭ୍ ଏବଂ ନ୍ୟାସନାଲ କାଉନସିଲରବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ତାଙ୍କୁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପରିଣତ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.