Latest Odisha News

BREAKING NEWS

ନୀତିଶଙ୍କ ଆସନ ଫେଭିକଲ ଅଠା ଠାରୁ ମଜବୁତ :ପ୍ରଶାନ୍ତ କିଶୋର

ଭୁବନେଶ୍ୱର : ଦିନ ଥିଲା ବିହାରରେ ଜେଡିୟୁ, ଆରଜେଡି ଏବଂ କଂଗ୍ରେସ ମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାର ସିଏମ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଚାରିଜଣ ନେତାଙ୍କୁ ଭେଟିବା, ସେମାନଙ୍କ ସହ ଚା ପିଇବା ଜନସାଧାରଣଙ୍କ ଉପରେ କୌଣସି ଫରକ ପଡିବ ନାହିଁ। ତେବେ ଏହି ବୈଠକ ନିର୍ବାଚନରେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା, ଆପଣଙ୍କର ବିଶ୍ୱସନୀୟତା କିମ୍ବା ଏକ ନୂତନ କାହାଣୀ ସୃଷ୍ଟି କରିବାରେ ବିଶେଷ ସହାୟକ ହେବ ନାହିଁ।

ନୀତୀଶ ବିହାରରେ ଏନଡିଏଠୁ ସଂପର୍କ ଛିନ୍ନ କରିବା ବିଷୟରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଏହା ଏକ ରାଜ୍ୟଭିତ୍ତିକ ଘଟଣା। ଏହାର ଅନ୍ୟ ରାଜ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେ କହିଛନ୍ତି ଯେ ପୂର୍ବରୁ ମହାରାଷ୍ଟ୍ରରେ ମହାମେଣ୍ଟର ସରକାର ଥିଲା। ବର୍ତ୍ତମାନ ଏନଡିଏ ସରକାର ଅଛି, କିନ୍ତୁ ଏହାର ବିହାର ଉପରେ କୌଣସି ପ୍ରଭାବ ପଡିଲା କି ? ଠିକ ସେହି ପରି ନୀତିଶ କେଁଉଦଳ ଛାଡିଲେ କି କେଉଁ ଦଳରେ ରହିଲେ ତାର କିଛି ପ୍ରଭାବ ରାଷ୍ଟ୍ରୀୟ ରାଜନୀତି ଉପରେ ପଡିବ ନାହିଁ। ସେ କହିଛନ୍ତି ଯେ ନୀତୀଶଜୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି। କିନ୍ତୁ ଜାତୀୟ ରାଜନୀତିରେ ଏହି ଘଟଣାର କୌଣସି ପ୍ରଭାବ ମୁଁ ଦେଖୁ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ, ନୀତୀଶ କୁମାର ମୁଖ୍ୟମନ୍ତ୍ରୀଙ୍କ ପଦରେ ରହିଆସିଛନ୍ତି, ଦୀର୍ଘ ୧୦ ବର୍ଷ ମଧ୍ୟରେ ସେ ଷଷ୍ଠ ଥର ଶପଥ ନେଇଛନ୍ତି ଏଥିରୁ ସିଧା ସିଧା ବାରି ହେଉଛି ଯେ ନୀତିଶ ଆଉ ମୁଖ୍ୟମନ୍ତ୍ରୀ ପଦ ଭିତରେ ଯେଉଁ ସମ୍ପର୍କ ଅଛି ତାହା କେବେ ଭାଙ୍ଗିବ ନାହିଁ । ଫେଭିକଲର ଅଠା ପଛକେ ଛାଡି ଯିବ କିନ୍ତୁ ନୀତିଶ ଆଉ ତାଙ୍କ ଆସନ ସର୍ବଦା ତାଙ୍କ ସହିତ ରହିବ ।

ପ୍ରଶାନ୍ତ କିଶୋର କହିଛନ୍ତି ଯେ ନୀତିଶ କାଲି ପର୍ଯ୍ୟନ୍ତ ବିଜେପି ରେ ଥିଲେ ବିଜେପି ସପକ୍ଷରେ କହୁଥିଲେ। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ମହାନ ବ୍ୟକ୍ତି ଭାବରେ ବର୍ଣ୍ଣନା କରୁଥିଲେ। କିନ୍ତୁ ଏବେ ଏକ ମାସ ପରେ ସବୁ ପରିବର୍ତ୍ତନ ହେଇ ଯାଇଛି । ସେ ବର୍ତ୍ତମାନ ବିଜେପି ବିରୋଧରେ ଲୋକଙ୍କୁ ଏକତ୍ରିତ କରୁଛନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ସେ ବିରୋଧୀ ଦଳର ନେତାଙ୍କ ନିକଟକୁ ଯାଉଛନ୍ତି, ସେତେବେଳେ ସେ କାହିଁକି ବିଜେପି ଛାଡିଛନ୍ତି ବୋଲି ଲୋକମାନେ ଜାଣିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ପ୍ରଶାନ୍ତ କହିଛନ୍ତି ।

ସୂଚନା ମୁତାବକ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧୀ ମାନଙ୍କୁ ଏକତ୍ରିତ କରିବା ପାଇଁ ଚେଷ୍ଟା କରୁଥିବା ନୀତୀଶ କୁମାର ସେପ୍ଟେମ୍ବର ୫ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଦିଲ୍ଲୀରେ ୧୦ ଟି ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ନୀତୀଶଙ୍କ ଉଦ୍ୟମକୁ ସମର୍ଥନ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ଦିଲ୍ଲୀର ପ୍ରଥମ ଦିନରେ ନୀତୀଶ କୁମାର ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ, ପରେ ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କୁ ଭେଟିଥିଲେ।

ଦ୍ୱିତୀୟ ଦିନରେ ନୀତୀଶ ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କୁ ଭେଟିଥିଲେ। ଏହା ପରେ ସେ ଅଖିଳେଶ ଯାଦବ ଏବଂ ତାଙ୍କ ପିତା ମୁଲାୟମ ସିଂ ଯାଦବଙ୍କୁ ଭେଟିଥିଲେ ମଧ୍ୟ ଭେଟି ଥିଲେ ।

Leave A Reply

Your email address will not be published.