Latest Odisha News

ପୁତୁରା ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଲେ ପୂର୍ବତନ ସରପଞ୍ଚ

ଗୁଜରାଟ: ଭାରତୀୟ ବିବାହରେ, ଆପଣ ନିଶ୍ଚିତ ଭାବେ ବର କନ୍ୟାଙ୍କ ବିବାହର ଅନେକ ଭାଇରାଲ ଭିଡିଓ ଦେଖିଥିବେ । ତେବେ ଏମିତି ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଭିଡିଓଟିରେ ଲୋକମାନେ ବିବାହ ସମାରୋହରେ ଘରର ଛାତରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ଉଡୁଥିବା ଦେଖିବାକୁ ମିଳିଛି।


ଗୁଜରାଟର କେକ୍ରି ତହସିଲ୍‌ ଅନ୍ତର୍ଗତ ସେବାଦା ଆଗୋଲ୍‌ ଗାଁର ପୂର୍ବତନ ସରପଞ୍ଚ ତାଙ୍କ ପୁତୁରା ବାହାଘର ଅବସରରେ ଘରର ଛାତ ଉପରକୁ ଯାଇ ତଳେ ଥିବା ଅତିଥି ଓ ବରଯାତ୍ରୀଙ୍କ ଉପରେ ୫୦୦ ଟଙ୍କିଆ ନୋଟ୍‌ ଉଡାଇଥିଲେ। ପୂର୍ବତନ ସରପଞ୍ଚ ହେଉଛନ୍ତି କରିମ୍‌ଭାଇ ଦାଦୁଭାଇ ଯାଦବ। ତାଙ୍କ ଭାଇଙ୍କ ପୁଅ ବରଯାତ୍ରୀ ବାହାରିବା ବେଳେ କରିମ୍‌ ଓ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଛାତ ଓ ବାଲ୍‌କୋନିକୁ ଯାଇ ଲୋକଙ୍କ ଉପରକୁ ୧୦ରୁ ଆରମ୍ଭ କରି ୫୦୦ ଟଙ୍କିଆ ପର୍ଯ୍ୟନ୍ତ ନୋଟ୍‌ ପକାଇଥିଲେ।

ସେ ଅଞ୍ଚଳର ଲୋକେ କହନ୍ତି, ରଜାକ୍‌ ତାଙ୍କ ପରିବାରର ଏକମାତ୍ର ପୁଅ ହୋଇଥିବାରୁ ତା’ର ବାହାଘର ଭିନ୍ନ ଢଙ୍ଗରେ କରିବା ଲାଗି ସେମାନେ ଚିନ୍ତା କରୁଥିଲେ। ସେତିକି ବେଳେ କେହି ଜଣେ ପ୍ରସ୍ତାବ ଦେଲେ କି, କିଛି ଟଙ୍କା ଉଡ଼ାଇବା। ଶେଷରେ ସେମାନେ ତାହାହିଁ କଲେ ଏବଂ ଉପସ୍ଥିତ ଜନତା ମଧ୍ୟ ଆତୁର ହୋଇ ଟଙ୍କା ଗୋଟାଇଥିଲେ। @Akshayhspatel ନାମକ ଏକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି ।

Comments are closed.