Latest Odisha News

BREAKING NEWS

୫୦ ଦିନରେ ଓଡିଆ ଫିଲ୍ମ ଅନନ୍ତା

ଭୁବନେଶ୍ୱର : ବଢୁଛି ଓଡିଆ ଫିଲ୍ମର ଚାହିଦା । ଧିରେ ଧିରେ ଦର୍ଶକ ଓଡିଆ ଫିଲ୍ମ ଦେଖିବାକୁ ସିନେମା ହଲକୁ ଆସୁଛନ୍ତି । ବିନା ଦ୍ୱିଧାରେ ଟିକେଟ କାଟି ଫିଲ୍ମର ବେସ ମଜା ନେଇଛନ୍ତି ସମସ୍ତେ । ଦର୍ଶକଙ୍କ ଚାହିଦା ଦେଖି କଳାକାର ଓ ଫିଲ୍ମ ନିର୍ମାତା ମାନେ ବେସ ଖୁସି ହୋଇଛନ୍ତି । ନିକଟରେ ୫୦ ଦିନରେ ପହଞ୍ଚିଛି ପାରିବାରିକ କାହାଣୀ ଉପରେ ଆଧାରିତ ଓଡିଆ ଫିଲ୍ମ ରାଣ୍ଡିପୁଅ ଅନନ୍ତା । ଏହି ଫିଲ୍ମରେ ମୁଖ୍ୟ ନାୟକଭାବେ ସବ୍ୟସାଚୀ ଅଭିନୟ କରିଛନ୍ତି । ଓଡିଆ ନିଛକ କାହାଣୀକୁ ଓଡିଆ ଦର୍ଶକ ବେସ ପସନ୍ଦ କରିଛନ୍ତି । ଓଡିଆ ଫିଲ୍ମକୁ ଦର୍ଶକଙ୍କ ବେସ ପ୍ରଂଶସା ଥିବାରୁ ସବ୍ୟସାଚୀ ସମସ୍ତ ଓଡିଆ ଫିଲ୍ମ ପ୍ରେମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀୟା ସୃତି କମ୍ପେ୍ଲକ୍ସରେ ଏହି ୫୦ ଦିନ ଅବସରରେ ସମସ୍ତ କଳାକାରଙ୍କ ଉପସ୍ଥିତିରେ କେକ୍ କଟାଯାଇଥିଲା । ଆଉ ଦର୍ଶକ ଏହି ଫିଲ୍ମକୁ ମନଭରି ଉପଭୋଗ କରିଥିବାରୁ ସମସ୍ତେ ବେସ ଆନନ୍ଦିତ ହୋଇଛନ୍ତି । ସବ୍ୟସାଚୀ ନିଜେ କେକ୍ କାଟି ଫିଲ୍ମର ଶ୍ରେୟ ସମସ୍ତ ଦର୍ଶକଙ୍କୁ ଦେଇଛନ୍ତି । ଏହି ଫିଲ୍ମ ୫୦ ଦିନ ମଧ୍ୟରେ ୨୦ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ସୂଚନା ମିଳିଛି ।

କେବଳ ଅନନ୍ତା ନୁହେଁ ବୋଉ ବୁଟୁ ଭୂତ, ନବକଳେବର, ଆୟାମ କାଳିଆ ଭଳି ଫିଲ୍ମ ମଧ୍ୟ ଦର୍ଶକଙ୍କ ମନକୁ ବେସ ଛୁଇଁଛି । ଓଡିଆ ଦର୍ଶକଙ୍କ ମନକୁ ଛୁଉଁଥିବା କାହାଣୀ ହେଲେ ସମସ୍ତେ ଫିଲ୍ମ ଦେଖିବାକୁ ଆସିବେ ବୋଲି ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା କହିଛନ୍ତି । ଆଗରୁ ଓଡିଆ ଫିଲ୍ମ ପ୍ରତିଦିନର ଲୋକଙ୍କ ଚଳନିକୁ ନେଇ ହେଉଥିଲା । ଏବେ ସେହି ଟ୍ରେଣ୍ଡ ପୁଣିଥରେ ଆସିଛି ତେଣୁ ଓଡିଆ ଦର୍ଶକ ଫିଲ୍ମ ଦେଖିବାକୁ ଆସୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହିପରି ଫିଲ୍ମ ଆସିବ, ଆଉ ଓଡିଆ ଦର୍ଶକ ଏହାର ଭରପୁର ମଜା ନେବେ ବୋଲି କୁହାଯାଇଛି ।

Comments are closed.