Latest Odisha News

BREAKING NEWS

କଂଗ୍ରେସର ବିକ୍ଷୋଭ ନେଇ ମାମଲା ରୁଜୁ, ଲାଗିଲା ସଙ୍ଗିନ ଧାରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭକୁ ନେଇ ଜନସାଧାରଣଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣାରେ କମିଶନରେଟ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରି ତିନୋଟି ମାମଲା ରୁଜୁ କରିଛି। କ୍ୟାପିଟାଲ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ BNSର ଦଫା ୧୨୮, ୧୨୯ ଓ ୧୩୦ ଅନୁସାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ବିକ୍ଷୋଭ ସମୟରେ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ପଥର, ଚେୟାର, ପାଣି ବୋତଲ ଏବଂ ଅଣ୍ଡା ଫିଙ୍ଗିଥିବା ଅଭିଯୋଗ ଆସିଥିଲା। ଦଫା ୧୨୮ ଅନ୍ୟମାନଙ୍କ ଗତିବିଧିରେ ବାଧା ସୃଷ୍ଟି, ଦଫା ୧୨୯ ଜାଣିଶୁଣି ଆଘାତ ଦେବା ତଥା ଭୟଭୀତ କରିବା ଓ ଦଫା ୧୩୦ ଅନ୍ୟକୁ ମାରଧର କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।

ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅନେକେ ଏହାକୁ ରାଜନୈତିକ ବିକ୍ଷୋଭର ଏକ ସାଧାରଣ କଥା ବୋଲି କହୁଥିବା ବେଳେ, ଅନ୍ୟ କେତେ ଲୋକ ଏହାକୁ ବିଶୃଙ୍ଖଳା ଆଚରଣ ଭାବେ ଦେଖୁଛନ୍ତି। ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯିଏ ବି ଆଇନ ଭାଙ୍ଗିବ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ଆଗାମୀ ଦିନରେ କିଭଳି ପ୍ରଭାବ ପକାଇବ, ତାହା ଦେଖିବାକୁ ବାକି ରହିଛି।

Comments are closed.