Latest Odisha News

BREAKING NEWS

ମାଲକାନଗାରି ବିଷାକ୍ତ ଲସି ମାମଲାରେ ନୂଆ ମୋଡ !

ମାଲକାନଗିରି: ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ସାପ୍ତାହିକ ହାଟର ବିଷାକ୍ତ ଲସି ମାମଲା । ଶୋଷ ମେଣ୍ଟାଇବାକୁ ଯାଇ ଲସି ପିଇଥିଲେ ଶତାଧିକ ଗ୍ରାମବାସୀ । ଏହି ମାମଲାରେ ଗତକାଲି ଜଣେ ନାବାଳିକାର ମୃତ୍ୟୁ ହୋଇଛି । ସିମିଳିବାଂଚାରେ ରହୁଥିବା ନାବାଳିକା ଜଣକ ଚିକିତ୍ସାଧୀନ ଅବସ୍ଥାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ବିଷାକ୍ତ ଲସି ତଥା ନାବାଳିକା ମୃତ୍ୟୁ ପରେ ଆକ୍ସନ୍ ମୋଡକୁ ଆସିଛି ପୋଲିସ । ଘଟଣାଦିନ କୁର୍ତ୍ତି ହାଟରେ ଲସି ବିକ୍ରୟ କରିଥିବା ୨ ଅଭିଯୁକ୍ତ ଶୁକଦେବ ପୋଦ୍ଦାର ଓ ସାମଲ ପୋଦ୍ଦାରକୁ ଏମ୍‌.ଭି ୭୯ ଥାନା ପୋଲିସ ଗିରଫ କରିଛି । ଅନୁସନ୍ଧାନରୁ ଜଣାପଡିଛି ଲସି ପ୍ରସ୍ତୁତ କରିବା ପାଇଁ ଅଭିଯୁକ୍ତମାନେ ମାଛ ବାକ୍ସରେ ଥିବା ବରଫ ସହ ପଚାସଢା କଦଳୀ ଓ ଅନେକ ଦିନ ତଳର ଦହି ବ୍ୟବହାର କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.