ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲ ପୁଣି ଥରେ ବିବାଦ ଭିତରକୁ ଆସିଛି। ତିନି ଜଣ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ୍ ଦେବାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଶନିବାର ଏ
ହି ଘଟଣାର ଫଟୋ ଭାଇରାଲ ହେବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଶିଶୁ ଦୁର୍ବଳ ଥିବା ଯୋଗୁ ଏସଏନଏୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ହୃଦ୍ ସମସ୍ୟା ଥିବା ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଥିଲେ। ଏଣୁ ଶିଶୁମାନଙ୍କୁ ହୃଦରୋଗ ବିଭାଗକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଶିଶୁଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ରହୁଥିବାରୁ ଏସଏନସିୟୁରେ ପ୍ରଥମ ଦିନରୁ ହିଁ ସେମାନଙ୍କୁ ଅମ୍ଲଜାନ ଯୋଗାଣ ହେଉଥିଲା। ଶନିବାର ହୃଦରୋଗ ବିଭାଗକୁ ଇକୋ କରିବାକୁ ନିଆଯାଇଥିଲା। ଏସଏନସିୟୁରୁ ବାହାରିବା ବେଳେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ୩ ଜଣ ନବଜାତଙ୍କୁ ଅମ୍ଲଜାନ ଯୋଗାଣ ବ୍ୟବସ୍ଥା କରାଯାଇ ବାହାରକୁ ଅଣାଯାଇଥିଲା। ଶିଶୁଙ୍କ ପରିବାର ଲୋକେ ଶିଶୁଙ୍କୁ ଅଲଗା ଅଲଗା ନିଜ କୋଳରେ ଧରିଥିବା ବେଳେ ସିଲିଣ୍ଡରରୁ ଲମ୍ବିଥିବା ପାଇପ ଶିଶୁଙ୍କ ନାକକୁ ସଂଯୋଗ ହୋଇଥିଲା। ସେହି ସିଲିଣ୍ଡରଙ୍କୁ ଏସଏନସିୟୁର ଜଣେ ଆଟେଣ୍ଡାଣ୍ଟ ଟାଣି ଟାଣି ନେଉଥିବା ବେଳେ ପଛରେ ସାମନ୍ତରାଳ ଭାବେ ଶିଶୁଙ୍କୁ ନିଆଯାଉଥିଲା। ଏସଏନସିୟୁରୁ ସୁପରସ୍ପେସିଆଲିଟି କୋଠା ପ୍ରାୟ ୪୦୦ ମିଟର ହୋଇଥିବା ବେଳେ ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ନବଜାତକଙ୍କୁ ସିଲିଣ୍ଡର ସହ ନିଆଯାଇଥିଲା।। ଶିଶୁମାନେ ହୃଦରୋଗ ବିଭାଗରେ ପହଞ୍ଚିବା ପରେ ସେଠାରେ ଇକୋ କରିବାକୁ ନିୟୋଜିତ ଥିବା ଡାକ୍ତର ଓ କର୍ମଚାରୀମାନେ ୩ ଜଣ ଶିଶୁଙ୍କ ଏକାବେଳେ କିଭଳି ପରୀକ୍ଷା କରିବେ ସେ ନେଇ ଦ୍ବନ୍ଦରେ ପଡିଥିଲେ। ଜଣେ ପରେ ଜଣେ ଶିଶୁଙ୍କ ଇକୋ କରିବା ବେଳେ ଅକ୍ସିଜେନ ସଂଯୋଗ ବିଚ୍ଛିନ କରିବାକୁ ଆବଶ୍ୟକ ହେବାରୁ ସେଠାକାର ଡାକ୍ତର ଓ କର୍ମଚାରୀମାନେ ଶିଶୁଙ୍କୁ ଏଭଳି ଅବସ୍ଥାରେ ଆଣିଥିବାରୁ ଶିଶୁଙ୍କ ପରିବାର ଲୋକଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ହେଲେ ଏସଏନସିୟୁ ପକ୍ଷରୁ ଏଭଳି ଅବ୍ୟବସ୍ଥା କରାଯାଇଥିବାରୁ ଶିଶୁଙ୍କ ପରିବାର ଲୋକେ କଣ ଉତ୍ତର ଦେବେ ତାହା ବୁଝିପାରିନଥିଲେ। ଏହି ୩ ଜଣ ଶିଶୁଙ୍କୁ ରୁଟିନ ଚେକଅପ ପାଇଁ ନିଆଯାଇଥିଲା। ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ବୋଲି ଏମକେସିଜିର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି। ସେହିପରି ଶିଶୁଙ୍କୁ କମ ପରିମାଣର ଅକ୍ସିଜେନ ଆବଶ୍ୟକ ହୋଇଥାଏ। ତେଣୁ ଗୋଟିଏ ସିଲିଣ୍ଡରରେ ୩ ଜଣ ଶିଶୁଙ୍କୁ ଅମ୍ଲଜାନ ସଂଯୋଗ କରାଯିବା ଏକ ସାଧାରଣ କଥା ବୋଲି ସେ କହିଛନ୍ତି।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.