ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଆକ୍ରମଣ ପରେ ଦିଲ୍ଲୀ ଆକାଶରେ ଫାଇଟ ଜେଟ୍ କଲା ପ୍ରଚଣ୍ଡ ଶବ୍ଦ। ଭାରତୀୟ ବାୟୁସେନା ଦିଲ୍ଲୀ-NCR ଅଞ୍ଚଳରେ ଫାଇଟର ଜେଟ୍ଗୁଡ଼ିକରୁ ସୋନିକ ବୁମ୍ (ଧମାକାର ଶବ୍ଦ) ସୃଷ୍ଟି କରି ‘ପ୍ରତିଶୋଧ’ ନିଆଯାଇଥିବା ଘୋଷଣା କରିଛି। ୭ ମେ ମଧ୍ୟରାତ୍ରିରେ ‘ଅପରେସନ ସିନ୍ଦୂର’ ଅଧୀନରେ ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବା ପାଇଁ PoKରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ଏୟାରଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ବାହାୱାଲପୁର, କୋଟଲି ଏବଂ ମୁଜଫ୍ଫରାବାଦ ସମେତ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଛି।
ପାକିସ୍ତାନରେ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ୱଂସ କରିବା ପରେ ଭାରତୀୟ ବାୟୁସେନା ଦିଲ୍ଲୀ-NCR ଅଞ୍ଚଳ ଉପରେ ଫାଇଟର ଜେଟ୍ ଉଡ଼ାଇ ସୋନିକ ବୁମ୍ ସୃଷ୍ଟି କରିଛି। ଏହି ଶକ୍ତିଶାଳୀ ଶବ୍ଦ ମାଧ୍ୟମରେ ଭାରତୀୟ ସେନା ପହଲଗାମରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ହତ୍ୟାର ପ୍ରତିଶୋଧ ନେଇଥିବା ସ୍ପଷ୍ଟ ବାର୍ତ୍ତା ଦେଇଛି। ଏହି ଅଭିଯାନ ଭାରତର ସାମରିକ ଶକ୍ତି ଏବଂ ଆତଙ୍କବାଦ ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ପୁନର୍ବାର ପ୍ରମାଣିତ କରିଛି।
‘ଅପରେସନ ସିନ୍ଦୂର’ ଅଧୀନରେ ଭାରତୀୟ ବାୟୁସେନା ବାହାୱାଲପୁରର ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ, କୋଟଲିରେ ହିଜବୁଲ ମୁଜାହିଦ୍ଦିନର ତାଲିମ କେନ୍ଦ୍ର ଏବଂ ମୁଜଫରାବାଦରେ ଲସ୍କର-ଏ-ତୈବା ଓ ହିଜବୁଲ ମୁଜାହିଦ୍ଦିନର ଶିବିରଗୁଡ଼ିକୁ ଟାର୍ଗେଟ କରିଛି। ଏହି ଠିକଣାଗୁଡ଼ିକ ହାଫିଜ ସଇଦ ଏବଂ ମସୁଦ ଆଜହାର ଭଳି ଆତଙ୍କବାଦୀମାନଙ୍କର ମୁଖ୍ୟ ଗଡ଼ ଥିଲା। ଯେଉଁଠାରୁ ଭାରତ ବିରୋଧରେ ହମଲାର ଯୋଜନା ହେଉଥିଲା। ଏହି ସଫଳ ଆକ୍ରମଣ ପାକିସ୍ତାନ ପୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ପାଇଁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀ-NCRରେ ସୋନିକ ବୁମ୍ର ଶବ୍ଦ ଶୁଣି ଜନସାଧାରଣଙ୍କ ମଧ୍ୟରେ ଗର୍ବ ଓ ଉତ୍ସାହର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଲୋକମାନେ ଭାରତୀୟ ବାୟୁସେନାର ସାହସିକତାକୁ ପ୍ରଶଂସା କରୁଛନ୍ତି।
Comments are closed.