Latest Odisha News

BREAKING NEWS

ଅପରେସନ ପାଇଁ ସଜବାଜ ହେଉଛି ଭାରତ, ପ୍ରସ୍ତୁତ ହେଲା ଆତଙ୍କୀଙ୍କ ଚିଠା

ନୂଆଦିଲ୍ଲୀ: ଆଉ ରକ୍ଷା ନାହିଁ । ଆତଙ୍କବାଦୀମାନେ ଯେଉଁଠି ଲଚିଥିଲେ ବି ତାଙ୍କୁ ଖୋଜି ଖୋଜି ବାହାର କରାଯିବ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସେନା ପକ୍ଷରୁ ତନ ତନ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଖାନତଲାସୀ କରାଯାଉଛି । ସେନା ସହ CRPF, ଏବଂ ଜାମ୍ମୁ ଓ କାଶ୍ମୀର ପୋଲିସ ଏହି ଅବସରେସନରେ ସାମିଲ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୧୭୫ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସ୍ଥାନୀୟ ଆତଙ୍କବାଦୀଙ୍କ ଚିଠା ମଧ୍ୟ ପ୍ରସ୍ତୁତ କରାଯାଇଛି । ୧୪ ଜଣ ଆତଙ୍କୀଙ୍କ ତାଲିକା ସହ ବୁଲୁଛନ୍ତି ଯବାନ ।

ପହଲଗା଼ମ୍ ଆକ୍ରମଣ ପରେ ଫେରାର ଥିବା ଏହି ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ତେଣୁ ସେମାନଙ୍କ ନାଁ ଏବଂ ଫଟୋ ସହ ତାଲିକା ପ୍ରସ୍ତୁତ ହୋଇଛି । କୁହାଯାଉଛି ପହଲଗାମରେ ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କୁ କିଛି ସ୍ଥାନୀୟ ଆତଙ୍କବାଦୀ ସହାୟତା କରିଥିଲେ । ସେମାନଙ୍କୁ ଖୋଜୁଛନ୍ତି ସୁରକ୍ଷା କର୍ମୀ । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ସ୍ଥାନୀୟ ବାସିନ୍ଦାଙ୍କ ବିନା ସହଯୋଗରେ ଏତେବଡ଼ କାଣ୍ଡ ଭିଆଇ ପାରିବେ ନାହିଁ ଆତଙ୍କବାଦୀ । ଆକ୍ରମଣ ପରେ କେମିତି ଖସିଗଲେ ଆତଙ୍କୀ ? ସେମାନଙ୍କୁ କିଏ ସହାୟତା କରିଥିଲା ? ସେମାନେ କେଉଁଠି ଆତ୍ମଗୋପନ କରିଥିଲେ ?

ସେପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ କେବଳ ଯେ ଭାରତରେ ପ୍ରତିବାଦ ଚାଲିଛି, ତାହା ନୁହେଁ। ଭାରତ ବାହାରେ ବିଦେଶରେ ମଧ୍ୟ ଦେଖା ଦେଇଛି ଆକ୍ରୋଶ। ପାକିସ୍ତାନ ବିରୋଧରେ ଦେଖାଦେଇଛି ଆକ୍ରୋଶ। ବିଦେଶରେ ରହୁଥିବା ଭାରତୀୟମାନେ ବିଦେଶ ମାଟିରେ ମଧ୍ୟ ପ୍ରତିବାଦ କରିଛନ୍ତି। ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟମାନେ ପାକିସ୍ତାନର ଦୂତାବାସ ସାମନାରେ ବିକ୍ଷୋଭ କରିଛନ୍ତି। ସେମାନେ କହିଛନ୍ତି, ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପାକିସ୍ତାନ ହିଁ ଆତଙ୍କବାଦୀମାନେ ଆଶ୍ରୟ ଦେଇ ଭାରତ ବିରୋଧରେ ସେମାନଙ୍କୁ ବ୍ୟବହାର କରୁଛି। ପାକିସ୍ତାନ ବିରୋଧରେ କଡ଼ା ଆକ୍ସନ ସହିତ ଆତଙ୍କବାଦୀଙ୍କୁ କଡ଼ା ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

Comments are closed.