Latest Odisha News

BREAKING NEWS

ଫିଲ୍ମ ଷ୍ଟାଇଲରେ ପାକିସ୍ତାନକୁ ପଶିଥିଲା ମିସାଇଲ, ଆସିଲା ଭିଡିଓ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଧରାପଡ଼ିଗଲା ପାକିସ୍ତାନ ମିଛ । ଫଟୋ କହିଦେଲା କ୍ଷତିର ସତ । ଅପରେସନ ସିନ୍ଦୂରକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି, ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ । ପ୍ରଥମ ଥର ସୂଚନା ଦେଲେ ୩ ସେନାର DGMO । ଯେଉଁଥିରେ କୁହାଯାଇଛି, ଭାରତର ଅପରେସନ ସିନ୍ଦୂରରେ ୧୦୦ ଜଣ ଆତଙ୍କବାଦୀଙ୍କୁ ମରାଯାଇଛି । କେବଳ ସେତିକି ନୁହେଁ, ପାକିସ୍ତାନ ସେନାର ୩୫ରୁ ୪୦ ଯବାନ ନିହତ ହୋଇଛନ୍ତି. । ପହଲଗାମ ହମଲା ପରେ ଆତଙ୍କୀଙ୍କୁ ହତ୍ୟା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ୯ଟି ଆତଙ୍କୀ ଶିବିର ସଂପର୍କରେ ଗୁଇନ୍ଦା ସୁତ୍ରରୁ ସୂଚନା ମିଳିବା ପରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

ହେଡଲି ଓ କସାବକୁ ସୃଷ୍ଟି କରିଥିବା LeT କ୍ୟାମ୍ପ ଧ୍ବଂସ କରାଯାଇଛି । କେମିତି ବାଛି ବାଛି ବାୟୁସେନା ଟାର୍ଗେଟ କଲା ଜଣାଇଲେ DGM । ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ବାୟୁସେନା । ଭିଡିଓ ଦେଖାଇ ପୂରା ସ୍ପଷ୍ଟ କଲେ DGMO । ପାକିସ୍ତାନ ପଟୁ ବହୁ ଡ୍ରୋନ୍ ଆକ୍ରମଣ କରିଥିଲେ ବି ସବୁ ପଣ୍ଡ କରାଯାଇଛି । ସଫଳତାର ସହ ସବୁ ଡ୍ରୋନ୍ ଖସାଇ ଦେଇଛୁ, କିଛି କ୍ଷତି ହୋଇନି ବୋଲି କହିଛନ୍ତି DGMO । କୌଣସି ସାମରିକ ଘାଟି କିମ୍ବା ସାଧାରଣ ଲୋକଙ୍କ କ୍ଷତି ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ଭାରତ ସୀମା ଭିତରେ ରହି ରାଫେଲ, ସୁଖୋଇ ଓ ମିରାଜ ଫାଇଟର ଜେଟ୍‌ଗୁଡ଼ିକ ପାକିସ୍ତାନ ଭିତରକୁ ବ୍ରହ୍ମୋସ ମିସାଇଲ ନିକ୍ଷେପ କରୁଥିଲେ । ଏହି ସୁପରସୋନିକ ମିସାଇଲ ମାକ୍‌-୩ ବେଗରେ ଶତ୍ରୁ ପକ୍ଷକୁ ପ୍ରବେଶ କରିଥିଲା । ଅର୍ଥାତ୍‌ ଶବ୍ଦର ୩ ଗୁଣ ବେଗରେ ଏହା ଶତ୍ରୁପକ୍ଷର ଟାର୍ଗେଟ ଆଡ଼କୁ ଗତିକରିଥିଲା । ଆଉ ଏହାକୁ ପାକିସ୍ତାନ ରାଡାରରେ ଧରିବା ସମ୍ଭବ ହୋଇପାରିନଥିଲା। ଏହି ମିସାଇଲ୍‌ ଯେତେବେଳେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଏୟାରବେସ୍‌କୁ ଧ୍ବାଂସ କରୁଥିଲା, ପାକିସ୍ତାନ ସେନା କେବଳ ଅସହାୟ ଅବସ୍ଥାରେ ଆକାଶକୁ ଚାହୁଁଥିଲା ।

Comments are closed.