ନୂଆଦିଲ୍ଲୀ : ଯେତେବେଳେ ଜଣେ ଶତ୍ରୁ ଦେଶରୁ ନିଜ ଦେଶକୁ ଆସିଯାଏ…ଯେତେବେଳେ ଜଣେ ଯୁଦ୍ଧର ରକ୍ତପାତ ଭିତରେ ନୂଆ ଜୀବନ ପାଏ..ସେତେବେଳେ କେମିତି ଥାଏ ଦୃଶ୍ୟ। ଯୁଦ୍ଧ ବିଭୀଷିକାରେ ସାମୟିକ ବିରତି ଲାଗିବା ପରେ ଗାଜା ସୀମାରୁ ଆସୁଛି ଭାବବିହ୍ବଳ ପରିବେଶ । ଅସ୍ତ୍ରବିରତି ପରେ ଖୋଲିଛି ଗାଜା ସୀମା । ଆଉ ପଣବନ୍ଦୀଙ୍କୁ ମୁକ୍ତି କରାଯାଇଛି ।
ଯେତେବେଳେ ବନ୍ଦୀ ଜୀବନ କଟାଉଥିବା ଲୋକେ, ନିଜ ଘରକୁ ଫେରୁଛନ୍ତି ସେତେବେଳେ ଏଭଳି ଦୃଶ୍ୟ ସାମ୍ନାକୁ ଆସୁଛି । ପ୍ରାୟ ଦେଢ ବର୍ଷ ପରେ ଦୁଇ ଭାଇଙ୍କ ପୁନର୍ମିଳନ ହୋଇଛି । ଦୀର୍ଘ ବର୍ଷେ ହେଲା ଅଲଗା ଥିଲେ ଦୁଇ ଯାଆଁଳା ଭାଇ ମହମ୍ମୁଦ ଓ ଇବ୍ରାହିମ। ଇସ୍ରାଏଲ ଆକ୍ରମଣ ପରେ ଭଭୟ ଅଲଗା ହୋଇଯାଇଥିଲେ ଜଣେ ଗାଜାର ଉତ୍ତରରେ ଥିଲେ, ଅନ୍ୟ ଜଣେ ଦକ୍ଷିଣକୁ ପଳାଇଥିଲେ । ଉତ୍ତର ଗାଜାକୁ ପ୍ରବେଶ ପାଇଁ ପାଲେଷ୍ଟିନୀୟଙ୍କୁ ଅନୁମତି ଦେଇଛି ଇସ୍ରାଏଲ୍ । ଦକ୍ଷିଣ ଗାଜାରେ ଥିବା ପାଲେଷ୍ଟିନୀୟ ଏବେ ଉତ୍ତର ଗାଜା ଫେରୁଛନ୍ତି । ଆଉ ଦୁଇ ଭାଇ ଉଭୟ ଉଭୟଙ୍କୁ ଭେଟିବା ପରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରି ମାଟିରେ ଲୋଟି ଯାଉଛନ୍ତି । ମାଇଁ ବ୍ରଦର, ମାଇଁ ବ୍ରଦର, ଆଇ ମିସ୍ ୟୁ କହି କାନ୍ଦି କାନ୍ଦି ଦୁଃଖ ଭିତରେ ଖୁସି ଜାହିର କରୁଛନ୍ତି । କେବଳ ମହମ୍ମୁଦ ଓ ଇବ୍ରାହିମ ନୁହଁନ୍ତି, ଏଭଳି ଲକ୍ଷ ଲକ୍ଷ ଲୋକ ଏବେ ସୀମାରେ ଅପେକ୍ଷା କରି ରହିଛନ୍ତି ।
କେବଳ ଅପହୃତଙ୍କ କି ତାଙ୍କ ପରିବାର ନୁହେଁ, ଇସ୍ରାଏଲ ସାଧାରଣ ନାଗରିକଙ୍କୁ କରିଦେଇଛି ଭାବବିହ୍ବଳ । ଏ ମୁକ୍ତିକୁ ଦିନେ କି ମାସେ ନୁହେଁ, ୬ ମାସ କି ବର୍ଷେ ନୁହେଁ । ୧୫ ମାସ ଧରି ଅପେକ୍ଷା କରି ରହିଥିଲେ ସମସ୍ତେ । ଆଉ ଯେତେବେଳେ ଏହି ସମୟ ଆସି ପହଞ୍ଚିଲା, ସେତେବେଳେ ସୃଷ୍ଟି ହୋଇଛି ଏମିତି କିଛି ଭାବିହ୍ବଳ ପରିବେଶ । ଅସ୍ତ୍ରବିରତି ବୁଝାମଣା ଅନୁସାରେ, ଇସ୍ରାଏଲ ଓ ହାମାସ ପଣବନ୍ଦୀଙ୍କୁ ମୁକ୍ତ କରୁଛନ୍ତି । ପରିବାର ଲୋକଙ୍କ ସହ ଭେଟ ହେବା ପରେ ଭାବବିହ୍ବଳ ହୋଇପଡୁଛନ୍ତି ସମସ୍ତେ । କିଏ ଖୁସିରେ ଆଲିଙ୍ଗନ କରୁଥିଲା, ପୁଣି କାହା ଆଖିରୁ ଝରିପଡ଼ୁଥିଲା ଲୁହ ।
Comments are closed.