Paytmରେ ଆପଣ କେମିତି ପଠାଇଲେ ଟଙ୍କା ? ଆପଣଙ୍କ ସ୍ତ୍ରୀ ବି ଜାଣିପାରିବେ ନାହିଁ , ଏମିତି ଲୁଚାଇପାରିବେ ଟ୍ରାଞ୍ଜେକ୍ସନ
ନୂଆଦିଲ୍ଲୀ; ପୁରୁଣା ଦିନ ଚାଲିଗଲା, ଯେତେବେଳେ କେହି ବି ଆପଣଙ୍କ ଫୋନ୍ ଉଠାଇ ପେମେଣ୍ଟ ହିଷ୍ଟ୍ରି ଦେଖି ନେଉଥିଲା। ପେଟିଏମ୍ ଏକ ବଡ଼ ଧମାକା ଫିଚର ଲଞ୍ଚ କରିଦେଇଛି – ନାମ ହେଉଛି ‘ହାଇଡ୍ ପେମେଣ୍ଟ୍ସ’! ଏବେ ଆପଣ ଯେକୌଣସି ୟୁପିଆଇ ଟ୍ରାଞ୍ଜାକ୍ସନ୍ ବାଛି ମୁଖ୍ୟ ଲିଷ୍ଟରୁ ଅଦୃଶ୍ୟ କରିପାରିବେ। ଟ୍ରାଞ୍ଜାକ୍ସନ୍ ଡିଲିଟ୍ ହେଉନାହିଁ, କେବଳ ଏକ ଅଲଗା ସୁରକ୍ଷିତ ସ୍ଥାନକୁ ଚାଲିଯାଏ। କମ୍ପାନୀର କହିବା ଅନୁଯାୟୀ, ଆଜିକାଲି ଗୋଟିଏ ହିଁ ଫୋନ୍ ପରିବାରର ଅନେକ ସଦସ୍ୟ ବ୍ୟବହାର କରନ୍ତି, ତେଣୁ ଉପଭୋକ୍ତାମାନେ ବାରମ୍ବାର ଏଭଳି ପ୍ରାଇଭେସି ଦାବି କରୁଥିଲେ। ଗ୍ରାହକଙ୍କ ଡିମାଣ୍ଡକୁ ଦେଖି କମ୍ପାନୀ ଏହି ନୂଆ ଓ ଅନନ୍ୟ ଫିଚରକୁ ଆପ୍ରେ ଯୋଡ଼ିଦେଇଛି।
ପେଟିଏମ୍ର ଏହି ଫିଚର ବ୍ୟବହାର କରିବା ଅତ୍ୟନ୍ତ ସହଜ। ପ୍ରଥମେ ‘ବ୍ୟାଲାନ୍ସ ଆଣ୍ଡ୍ ହିଷ୍ଟ୍ରି’ ସେକ୍ସନ୍କୁ ଯାଆନ୍ତୁ, ଯେଉଁ ଟ୍ରାଞ୍ଜାକ୍ସନ୍କୁ ଲୁଚାଇବାକୁ ଚାହୁଁଛନ୍ତି ତା’ ଉପରେ ବାମ ପାର୍ଶ୍ୱକୁ ସ୍ୱାଇପ୍ କରନ୍ତୁ – ସାମ୍ନାରେ ‘ହାଇଡ୍’ ଅପ୍ସନ୍ ଆସିଯିବ। ଗୋଟିଏ କନ୍ଫରମେଶନ ପରେ କାମ ସରିଗଲା! ବର୍ତ୍ତମାନ ପେଟିଏମ୍ ଦାବି କରିଛି ଯେ, ପୂରା ୟୁପିଆଇ ମାର୍କେଟ୍ରେ କେବଳ ସେହି ଏଭଳି ଅନନ୍ୟ ଫିଚର ଦେଉଛି। ଅର୍ଥାତ୍ ଗୁଗଲ୍ ପେ, ଫୋନ୍ପେ ଉପଭୋକ୍ତାମାନଙ୍କୁ ଏପରି ଫିଚର୍ ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।
ପେମେଣ୍ଟ ପୁନର୍ବାର ଦେଖାଇବା ମଧ୍ୟ ସହଜ!
ହିଡେନ୍ ପେମେଣ୍ଟକୁ ପୁଣି ଦେଖାଇବାକୁ ଚାହୁଁଥିଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଉପର ତିନୋଟି ଡଟ୍ ମେନୁରେ ‘ଭ୍ୟୁ ହିଡେନ୍ ପେମେଣ୍ଟ୍ସ’ ଉପରେ ଟ୍ୟାପ୍ କରନ୍ତୁ। ଫୋନ୍ର ପିନ୍ କିମ୍ବା ଫିଙ୍ଗରପ୍ରିଣ୍ଟ ଲଗାନ୍ତୁ, ସବୁ ଲୁଚାଇ ରଖିଥିବା ଟ୍ରାଞ୍ଜାକ୍ସନ୍ର ଲିଷ୍ଟ ଖୋଲିଯିବ। ଯାହାକୁ ପୁନର୍ବାର ଆଣିବାକୁ ଚାହୁଁଛନ୍ତି, ତା’ ଉପରେ ବାମ ପାର୍ଶ୍ୱକୁ ସ୍ୱାଇପ୍ କରି ‘ଅନ୍ହାଇଡ୍’ କରିଦିଅନ୍ତୁ – ମାତ୍ର ଦୁଇ ସେକେଣ୍ଡର ଖେଳ!
ଧୀରେ ଧୀରେ ସମସ୍ତଙ୍କ ଫୋନ୍କୁ ଆସୁଛି ଅପଡେଟ୍ ଏହି ଅଦ୍ଭୁତ ଫିଚର ପେଟିଏମ୍ର ନୂଆ ଅପଡେଟ୍ ସହିତ ଆସୁଛି, ଯାହା ବର୍ତ୍ତମାନ ଫେଜ୍ ଓ୍ୱାଇଜ୍ ଭାବେ ସମସ୍ତ ଉପଭୋକ୍ତାଙ୍କ ପାଖକୁ ପହଞ୍ଚୁଛି। ଯଦି ଆପଣଙ୍କ ଫୋନ୍ରେ ଏପର୍ଯ୍ୟନ୍ତ ଦେଖାଯାଉ ନାହିଁ, ତେବେ ଅଳ୍ପ ସମୟ ଅପେକ୍ଷା କରନ୍ତୁ। ମୋଟାମୋଟି ଭାବେ ପେଟିଏମ୍ ପ୍ରମାଣ କରିଦେଇଛି ଯେ, ଭାରତୀୟ ଉପଭୋକ୍ତାଙ୍କ ଛୋଟ ଛୋଟ ଆବଶ୍ୟକତାକୁ ସେ ସବୁଠାରୁ ଭଲ ଭାବେ ବୁଝିଥାଏ। ଏବେ ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ ହେଉ କି ସ୍ତ୍ରୀ-ସ୍ୱାମୀ, କେହି ବି ପେମେଣ୍ଟ ଚେକ୍ କରୁ – ଆପଣଙ୍କ ପ୍ରାଇଭେସି ପୂରାପୁରି ସୁରକ୍ଷିତ ରହିବ!
Comments are closed.