Latest Odisha News

BREAKING NEWS

ଦୀପାବଳି ଦିନ ରାତି ୮ଟାରୁ ୧୦ଟା ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ରାଜଧାନୀରେ ମେଲିଛି ବାଣ ପସରା । ଦୋକାନରେ ରହିଛି ଭଳିକି ଭଳି ଭେରାଇଟିର ବାଣ । କୁମ୍ପି ହେଉ କି ଚକ୍ରି ଝରଝରି ସବୁ ପ୍ରକାର ବାଣ ବିକ୍ରି ହେଉଛି । ଓଡ଼ିଶାକୁ ବାତ୍ୟା ବିପଦ ଟଳିଥିବା ବେଳେ ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ନଥିବାରୁ ବାଣ ଫୁଟାଇ ଖୁସି ମନାଇବାକୁ ସମସ୍ତେ ଉତ୍ସାହିତ ଅଛନ୍ତି ।

ବଜାରରେ ଗ୍ରୀନ୍ କ୍ରାକର ବିକ୍ରି ହେଉଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା କଟକଣା ବଢ଼ିଥିବା କହିଛନ୍ତି ବ୍ୟବସାୟୀ । ତେବେ ପୂର୍ବ ଅପେକ୍ଷା ଚଳିତ ବର୍ଷ ବାଣ ଦର ଟିକିଏ ଅଧିକ ରହିଛି । ଭୁବନେଶ୍ୱରର ପ୍ରାୟ ୩୧ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ଦେଇଛି କମିଶନରେଟ୍ ପୋଲିସ । ଦୀପାବଳି ଦିନ ରାତି ୮ଟାରୁ ୧୦ଟା ଯାଏ ଲୋକ ବାଣ ଫୁଟାଇ ପାରିବେ ।

୧୪୫ ଡେସିବିଲରୁ କମ୍ ବାଣ ଫୁଟାଇବା ଲାଗି ଅନୁମତି ଦିଆଯାଇଥିବା ବେଳେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଉତ୍ସାହ, ଉଦ୍ଦୀପନାର ସହ ଦୀପାବଳି ପାଳିବାକୁ ଲୋକେ ପ୍ରସ୍ତୁତି ଚଳାଇ ଥିବା ବେଳେ ବାଣ ବଜାରରେ ଭିଡ଼ ବି ଜମୁଛି ।

Leave A Reply

Your email address will not be published.