Latest Odisha News

[ଭିଡ଼ିଓ] ଲାଲଗଡ଼ରେ ଡିଜିପି

ମାଲକାନଗିରି: ଲାଲଗଡ଼ରେ ପୋଲିସ ଡିଜିପି ଶ୍ରୀ ଅଭୟ । ଆଜି ଡିଜିପି ଶ୍ରୀ ଅଭୟ ମାଲକାନଗିରି ଗସ୍ତ କରି ସ୍ୱାଭିମାନ ଅଂଚଳର ପଣସପୁଟ୍ ଗ୍ରାମପଞ୍ଚାୟତର ଘନବେଡ଼ା ଠାରେ ପହଞ୍ଚିଲଥିଲେ । ସେଠାରେ ନୂତନ ଭାବେ ସ୍ଥାପନ ହୋଇଥିବା ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ ।
ପୂର୍ବରୁ ସେହି ଅଂଚଳରେ ମାଓବାଦୀଙ୍କର ଦବଦବା ରହିଥିଲା ।

ଗୁରପ୍ରିୟା ସେତୁ ନିର୍ମାଣ ହେବା ପରଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଫୋକସ୍ରେ ଆସିଥିଲା ସ୍ୱାଭିମାନ ଅଂଚଳ। ଏହି ଅଂଚଳରେ କିଭଳି ମାଓ ଦମନ କରାଯାଇପାରିବ, ସେଥିପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ । ମାଓଗଡ଼ ଭାବେ ପରିଚିତ ଯନ୍ତ୍ରୀ ପଂଚାୟତକୁ ସଂଯୋଗ ପାଇଁ, ନିର୍ମାଣ ହେବାକୁ ଥିବା ପୋଲର ତଦାରଖ କରିଥିଲେ ଡିଜିପି ଅଭୟ ।

ପରେ ସୁରକ୍ଷାବାହିନୀଙ୍କ ମୋଟର ବୋଟ ଜଳପଥ ବୁଲି ସ୍ଥିତି ସମୀକ୍ଷା କରିଥିଲେ ।

Comments are closed.