ବ୍ରହ୍ମପୁର: ଗଞ୍ଜାମ ଜିଲାରେ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଯେଉଁ ନିର୍ବାଚନ ମଣ୍ଡଳୀକୁ ନେଇ ଗଞ୍ଜାମ ବିଜେଡ଼ିରେ କମ୍ପନ ସୃଷ୍ଟି ହୋଇଛି, ସେଇଟା ହେଲା ଦିଗପହଣ୍ଡି। ଦୁଇ ଦିନ ଭିତରେ ଦଳର ଦୁଇ ବରିଷ୍ଠ ନେତାଙ୍କୁ ଦୁଇଥର ନିଲମ୍ବନ ଏବଂ ଥରେ ପ୍ରତ୍ୟାହାର ନିର୍ଦେଶ, ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି।
ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ହେବା ପରେ ତାଙ୍କ ଉତ୍ତରାଧିକାରୀ ହେବାକୁ ବିଜେଡ଼ି ଭିତରେ ଯେଉଁ ପ୍ରତିଯୋଗିତା ଚାଲିଛି, ତାହା ଶାସକ ଦଳକୁ ଅଡ଼ୁଆରେ ପକାଇବାରେ ଲାଗିଛି। ବିଶେଷକରି ସୂର୍ଯ୍ୟପାତ୍ରଙ୍କ ପୁତ୍ର ବିପ୍ଳବ ଏବଂ ଦୁଇ ଥର ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଓ ତିନି ଥରର ଉପାଧ୍ୟକ୍ଷ ବିପିନ ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଲାଣି। ଗତ କିଛି ମାସ ଭିତରେ ବିପିନ ତାଙ୍କ ରାଜନୈତିକ ଗତିବିଧିକୁ ବଢ଼଼ାଇ ଦେଇଛନ୍ତି। ବିପିନଙ୍କ ଦୃଢ଼ ସମର୍ଥକ ଭାବେ ତାଙ୍କର ସମସ୍ତ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରୁଛନ୍ତି ଦୁଇ ବରିଷ୍ଠ ନେତା ହରିବନ୍ଧୁ ରେଡ଼ି ଏବଂ ପ୍ରମୋଦ ପାଣିଗ୍ରାହୀ। ସେମାନେ ଅନେକ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ବିପ୍ଳବ ଗୋଷ୍ଠୀକୁ ବିରୋଧ ମଧ୍ୟ କରିଛନ୍ତି।
ଏହା ଭିତରେ ସୋମବାର ଗଞ୍ଜାମ ଜିଲା ବିଜେଡ଼ି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ତରଫରୁ ଏକ ନିଲମ୍ବନ ନିର୍ଦେଶ ଜାରି ହୋଇଥିଲା। ଯେଉଁଥିରେ ଉଭୟ ହରିବନ୍ଧୁ ଏବଂ ପ୍ରମୋଦଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଥିଲା। କାହିଁକି ସେମାନଙ୍କୁ ନିଲମ୍ବନ କରାଯାଇଛି, ତାହାର କାରଣ ମଧ୍ୟ ସ୍ପଷ୍ଟ କରାଯାଇଥିଲା। ହରିବନ୍ଧୁ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ବରିଷ୍ଠ ନେତାଙ୍କୁ ସମାଲୋଚନା କରୁଥିବ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ଲେଖାଥିଲା। ସେହିଭଳି ପ୍ରମୋଦ ଶ୍ରମ କାର୍ଡ କରାଇଦେବା ପାଇଁ ଲୋକମାନଙ୍କ ଠାରୁ ଚାନ୍ଦା ନେଉଥିବା ଏବଂ ଏସଂପର୍କିତ ଏକ ମାମଲାରେ ହାଇକୋର୍ଟରୁ ଜାମିନ୍ରେ ଅଛନ୍ତି। ଏଥି ସହିତ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୋଗୁ ନିଲମ୍ବନ କରାଯାଇଥିବା ଉଲ୍ଲେଖ ରହିଥିଲା। କିନ୍ତୁ ମଙ୍ଗଳବାର ଜିଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ତରଫରୁ ଆଉ ଏକ ନିର୍ଦେଶ ଜାରି ହୋଇଥିଲା, ଯେଉଁଥିରେ ଉଭୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଥିବା ନେଇ ଉଲ୍ଲେଖ ରହିଥିଲା। ଦୁଇ ଦିନ ଭିତରେ ପ୍ରଥମେ ନିଲମ୍ବନ ଏବଂ ପରେ ପ୍ରତ୍ୟାହାର ନିର୍ଦେଶକୁ ନେଇ ସାରା ଜିଲାରେ ରାଜନୈତିକ ଚର୍ଚ୍ଚା ଦେଖାଦେଇଥିଲା। ଯେଉଁ ଦୁଇ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଦଳରୁ ନିଲମ୍ବନ କରାଯାଇଥିଲା, ହଠାତ୍ ପୁଣି ଥରେ ଦଳ ତାଙ୍କୁ କୋଳାଇ ନେବା ଯୋଗୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏହି ଚର୍ଚ୍ଚା ଭିତରେ ଡା. ଚ୍ୟାଉପଟ୍ଟନାୟକ ମଙ୍ଗଳବାର ସକାଳେ ହିଁ ଆଉ ଏକ ନିର୍ଦେଶ ଜାରି କରିଥିଲେ। ଉଭୟ ନେତାଙ୍କ ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଏଥିରେ କୁହାଯାଇଥିଲା। ଏଣୁ ପ୍ରଥମେ ନିଲମ୍ବନ ପରେ ପ୍ରତ୍ୟାହାର ଏବଂ ପୁଣି ଥରେ ନିଲମ୍ବନକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ବିପିନ ଏବଂ ବିପ୍ଳବ ଗୋଷ୍ଠୀ ଭିତରେ ଯେଉଁ ଶୀତଳ ଯୁଦ୍ଧ ଚାଲିଛି, ତାହା ଆଗାମୀ ଦିନରେ ଦଳକୁ କ୍ଷତିରେ ପକାଇବ ବୋଲି ମଧ୍ୟ ଆଲୋଚନା ହେଉଛି।
ନିଲମ୍ବନ ନେଇ ହରିବନ୍ଧୁଙ୍କ କହିବାନୁଯାୟୀ, ବିଜେଡ଼ି ଏକ ଗଣତାନ୍ତ୍ରିକ ଦଳ। ମୋତେ ନିଲମ୍ବନ କରିବା ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା, ଯାହା କରାଯାଇ ନାହିଁ। ଦୀର୍ଘ ୩୫ ବର୍ଷ ହେଲା ଜନତା ଦଳ ଠାରୁ ଆରମ୍ଭ କରି ବିଜେଡ଼ିରେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଛି। ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି, ତାକୁ ଗ୍ରହଣ କରିଛି। କିନ୍ତୁ ଯେଉଁ ଭଳି ନିଲମ୍ବନ କରାଗଲା, ତାହା ନିନ୍ଦନୀୟ। ଏଣିକି ଲଢ଼େଇ ଜୋର୍ଦାର୍ ହେବ। ଜଣେ ହରିବନ୍ଧୁଙ୍କ ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଏଣିକି ହଜାର ହଜାର ହରିବନ୍ଧୁଙ୍କ ସ୍ୱର ଉଠିବ ବୋଲି ସେ କହିଛନ୍ତି। ଏନେଇ ପ୍ରମୋଦଙ୍କ କହିବାନୁଯାୟୀ, କାହା ବ୍ୟକ୍ତିଗତ ସ୍ୱାର୍ଥକୁୁ ଆଞ୍ଚ ଆସିଥିବ ଜାଣିନାହିଁ। କିନ୍ତୁ ଆମେ ନବୀନ ବାବୁ ଏବଂ ବିଜେଡ଼ି ସହିତ ରହିଛୁ ଏବଂ ରହିବୁ ବୋଲି ସେ କହିଛନ୍ତି। ତେବେ ଜିଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ କହିବାନୁଯାୟୀ, ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଗାନଯାଇ ଭୁଲ୍ରେ ନିଲମ୍ବନ କରାଯାଇଥିଲା। ଏଣୁ ନିଲମ୍ବନ ନିର୍ଦେଶକୁ ପ୍ରତ୍ୟାହାର କରାଯାଇଥିଲା। ଏବେ କାରଣ ଦର୍ଶାଅ ନୋଟିସ୍ ମଗାଯିବା ପରେ ପୁଣିଥରେ ନିଲମ୍ବନ କରାଗଲା ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା
- ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭; ଭାରତର ୪ର୍ଥ ସ୍ଥାନରେ କିଟ୍
- ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି
- ଗୁଆହାଟୀ ପିଚ୍ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା

Comments are closed.