ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ ରାମପୁର ପଡାପଦର ପଞ୍ଚାୟତ ଭିତରଡୁଙ୍ଗାରେ । ପାହାଡ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ବେଳେ ଗମନା ଗମନର କୌଣସି ସବୁିଧା ନାହିଁ । ଏମିତି ଅଣ ଓସାରିଆ ଖାଲଢିପ ଦେଇ ଲୋକମାନେ ଯିବାଆସିବା କରୁଛନ୍ତି । ଗାଡିଟିଏ ଯିବାର ବି ସୁବିଧା ନାହିଁ । ଏନେଇ ଗର୍ଭବତୀ ଜଣଙ୍କୁ ଖଟିଆରେ ବୁହା ହୋଇନିଆଯାଇଥିଲା । ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାଯିବା ପରେ ବୋଟ ଆମ୍ବୁଲାନ୍ସ ଯୋଗେ ମହିଳା ଜଣଙ୍କୁ ପୋଡାଗଡ ଘାଟକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ଅଣାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଯାଇଥିଲା ।
ଏହା ପୂର୍ବରୁ ମଧ୍ୟ ବହୁବାର ଏହିଭଳି ଘଟଣା ଘଟି ଚାଲିଛି । ହେଲେ ନା ରାସ୍ତା ପ୍ରତି ନା ମମତା ଯୋଜନା ପ୍ରତି କାହାର ନିଘା ନାହିଁ । ବିଭିନ୍ନ ସମସ୍ୟା ଭିତରେ ଜୀବନ ଜୀଉଁଛନ୍ତି ଗରିବ ଆଦିବାସୀ ।
ଗାଁ ଗୁଡିକରେ ବିଭିନ୍ନ ମୌଳିକ ସମସ୍ୟା ଦୂର କରିବାକୁ ବହୁ ଯୋଜନା କରାଯାଉଛି । ତା ସହିତ ମହିଳା ଓ ଶିଶୁ ମାନଙ୍କ ପାଇଁ ମଧ୍ୟ ଯୋଜନା ପରେ ଯୋଜନା କରାଯାଉଛି । ହେଲେ ଏହି ଯୋଜନା ସବୁ ସଠିକ୍ ସ୍ଥାନରେ ଲାଗି ପାରୁନି । ଏବେ ବି ଅବହେଳିତ ହୋଇପଡିଛି ଗାଁ ଆଉ ଅବହେଳତି ମହିଳା ଓ ଶିଶୁ । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ଏଯାଏଁ ଅଧିକାରୀଙ୍କ ପାଦ ପଡିନି କି କୌଣସି ସମସ୍ୟାର ସମାଧାନ ହୋଇପାରିନି ।
BREAKING NEWS
- New Horror Thriller Film: ୧୨୦ ମିନିଟର ଏକ ହରର-ଥ୍ରୀଲର ଏହି ଫିଲ୍ମ, ଥରି ଉଠିବ ଛାତି…
- ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Comments are closed.