ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ ରାମପୁର ପଡାପଦର ପଞ୍ଚାୟତ ଭିତରଡୁଙ୍ଗାରେ । ପାହାଡ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ବେଳେ ଗମନା ଗମନର କୌଣସି ସବୁିଧା ନାହିଁ । ଏମିତି ଅଣ ଓସାରିଆ ଖାଲଢିପ ଦେଇ ଲୋକମାନେ ଯିବାଆସିବା କରୁଛନ୍ତି । ଗାଡିଟିଏ ଯିବାର ବି ସୁବିଧା ନାହିଁ । ଏନେଇ ଗର୍ଭବତୀ ଜଣଙ୍କୁ ଖଟିଆରେ ବୁହା ହୋଇନିଆଯାଇଥିଲା । ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାଯିବା ପରେ ବୋଟ ଆମ୍ବୁଲାନ୍ସ ଯୋଗେ ମହିଳା ଜଣଙ୍କୁ ପୋଡାଗଡ ଘାଟକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ଅଣାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଯାଇଥିଲା ।
ଏହା ପୂର୍ବରୁ ମଧ୍ୟ ବହୁବାର ଏହିଭଳି ଘଟଣା ଘଟି ଚାଲିଛି । ହେଲେ ନା ରାସ୍ତା ପ୍ରତି ନା ମମତା ଯୋଜନା ପ୍ରତି କାହାର ନିଘା ନାହିଁ । ବିଭିନ୍ନ ସମସ୍ୟା ଭିତରେ ଜୀବନ ଜୀଉଁଛନ୍ତି ଗରିବ ଆଦିବାସୀ ।
ଗାଁ ଗୁଡିକରେ ବିଭିନ୍ନ ମୌଳିକ ସମସ୍ୟା ଦୂର କରିବାକୁ ବହୁ ଯୋଜନା କରାଯାଉଛି । ତା ସହିତ ମହିଳା ଓ ଶିଶୁ ମାନଙ୍କ ପାଇଁ ମଧ୍ୟ ଯୋଜନା ପରେ ଯୋଜନା କରାଯାଉଛି । ହେଲେ ଏହି ଯୋଜନା ସବୁ ସଠିକ୍ ସ୍ଥାନରେ ଲାଗି ପାରୁନି । ଏବେ ବି ଅବହେଳିତ ହୋଇପଡିଛି ଗାଁ ଆଉ ଅବହେଳତି ମହିଳା ଓ ଶିଶୁ । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ଏଯାଏଁ ଅଧିକାରୀଙ୍କ ପାଦ ପଡିନି କି କୌଣସି ସମସ୍ୟାର ସମାଧାନ ହୋଇପାରିନି ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.