Latest Odisha News

BREAKING NEWS

ଆଜି ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି; କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକଙ୍କୁ ମନା

ଭୁବନେଶ୍ୱର:ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିନ ୧୧ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ସୁନୀଲ ବଂଶଲ ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ରହି ମହାମହିମଙ୍କୁ ସ୍‌:ାଗତ କରିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟପାଳ  ବିମାନବନ୍ଦରରୁ ସିଧାସଳଖ ଉତ୍କଳ ମଣ୍ଡପ ଯିବେ । ସେଠାରେ ଅନୁଷ୍ଠିତ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ପରେ ରମାଦବେୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଗସ୍ତର ୨ୟ ଦିନରେ ଅର୍ଥାତ ୧୧ ତାରିଖ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ କଟକ ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିବେ ।

ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଏହାବ୍ୟତୀତ ୧୪ ଆଡିସିନାଲ ଡିସିପି, ୩୫ ଏସିପି, ୪୭ ଇନ୍ସପେକ୍ଟର, ୧୮୮ ଜଣ ସବ ଇନ୍ସପେକ୍ଟର, ୬୦ ଗୃହରକ୍ଷୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ।ଡିସିପି ପ୍ରତୀକ ସିଂହଙ୍କ ସୁଚନା ଅନୁଯାୟୀ,  କମିଶନରେଟ ପୋଲିସ ପକ୍ଷରୁ ଗତକାଲି ଅର୍ଥାତ ୯ ତାରିଖ କାରକେଟ ରିହରସାଲ କରାଯାଇଥିଲା । ସେହି ଅନୁସାରେ କାରକେଡରେ ୩୦ଟି କାର ସାମିଲ କରାଯାଇଥିଲା ।

ଅନ୍ୟପକ୍ଷେ ଶୁକ୍ରବାର ରାଷ୍ଟ୍ରପତିଙ୍କ ଦୁଇଟି କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ବାରଣ କରାଯାଇଛି । ଏହାକୁ ନେଇ ଅସନ୍ତୋଷ ବଢିଛି । ଉପରୁ ନିର୍ଦ୍ଦେଶ ଆସିଥିବା କହି ରମାଦେବୀ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ  ଉପରୁ ନିର୍ଦ୍ଦେଶ ଆସିଛି କହି   ଦାୟିତ୍‌: ଖସାଇ ଦେଉଥିବାବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସିଧାସଳଖ ଫିଡ ଦିଆଯିବ ବୋଲି କୁହାଯାଇଛି । ହେଲେ ସାମ୍ବାଦିକମାନଙ୍କୁ କାହିଁକି ଉତ୍ସବ ସ୍ଥଳକୁ ବାରଣ କରାଯାଇଛି ତାହା ଜଣାପଡି ନାହିଁ । ପୂର୍ବଥର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସାମ୍ବାଦିକଙ୍କୁ ଅନୁମତି ମିଳିଥିଲା । ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ପାଇଁ ୩୦ ସିଟ ସଂରକ୍ଷିତ ଥିଲା ।

Leave A Reply

Your email address will not be published.