Latest Odisha News

BREAKING NEWS

Priyanka Gandhi: ଶାଶୂ ହେବେ ପ୍ରିୟଙ୍କା, ବିବାହ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ୱାରଦେଶରେ ଖୁବ୍‌ଶୀଘ୍ର ବିବାହର ଘଣ୍ଟି ବାଜିବ। ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭାଡ୍ରାଙ୍କ ପୁଅ ରେହାନ ଭାଡ୍ରା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ରେହାନ ନିକଟରେ ଅବିଭା ବେଗଙ୍କ ସହିତ ନିର୍ବନ୍ଧ କରିଛନ୍ତି। ବିବାହ ତାରିଖ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଅତ୍ୟନ୍ତ ବ୍ୟକ୍ତିଗତ ଉତ୍ସବରେ ଏହି ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। 

ପ୍ରିୟଙ୍କାଙ୍କ ହେବାକୁ ଯାଉଥିବା ବୋହୂ କିଏ?

ପ୍ରିୟଙ୍କାଙ୍କ ପୁଅ ରେହାନ ନିଜର ବାନ୍ଧବୀ ଅବିଭାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଅବିଭାଙ୍କ ବିଷୟରେ କହିବାକୁ ଗଲେ ସେ ପେଶାରେ ଜଣେ ଫଟୋଗ୍ରାଫର ଏବଂ ପ୍ରଯୋଜକ। ସେ ଦିଲ୍ଲୀର ପ୍ରତିଷ୍ଠିତ ମଡର୍ଣ୍ଣ ସ୍କୁଲରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ତା’ପରେ  ଗ୍ଲୋବାଲ୍ ୟୁନିଭରସିଟିରୁ ମିଡିଆ ଯୋଗାଯୋଗ ଏବଂ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଥିଲେ। ଅବିଭା ବେଗ ଜଣେ ପୂର୍ବତନ ଜାତୀୟ ସ୍ତରର ଫୁଟବଲ୍ ଖେଳାଳି। ସେ ତାଙ୍କ ଫଟୋଗ୍ରାଫି ମାଧ୍ୟମରେ ଅକୁହା କାହାଣୀଗୁଡ଼ିକୁ କଏଦ କରିବା ପାଇଁ ଦେଶ ସାରା ଭ୍ରମଣ କରନ୍ତି। ଏହା ସହ ସେ ଜଣେ  ଫଟୋଗ୍ରାଫର ମଧ୍ୟ ।ସୂତ୍ର ଅନୁସାରେ ରେହାନ ଏବଂ ଅଭିଭାଙ୍କ ବିବାହ ତାରିଖ ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ।

ରେହାନ କାହିଁକି ଗଣମାଧ୍ୟମ ଆଗକୁ ଆସିନଥାନ୍ତି:

ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନଙ୍କୁ ଏବେ ୨୫ ବର୍ଷ । ରେହାନ୍ ସାଧାରଣତଃ ଲୋକ ଲୋଚନକୁ ଆସିନଥାନ୍ତି । ତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ୨ରୁ୩ ଥର ଦେଖିବାକୁ ମିଳିଛି । କିଛି ଦିନ ତଳେ ତାଙ୍କୁ ରାହୁଲଙ୍କ ସହ ଦେଖି ଅନୁମାନ କରାଯାଉଥିଲା କି ତାଙ୍କର ରାଜନୀତିରେ ଏଣ୍ଟ୍ରୀ ହେବ । ହେଲେ ସେପରି କିଛି ହେଲା ନାହିଁ । ରେହାନ ଜଣେ ଇନଷ୍ଟାଲେସନ ଏବଂ ଭିଜୁଆଲ ଆଟିଷ୍ଟ । ତାଙ୍କର ଏକାଧିକ ପ୍ରଦର୍ଶନୀ ପଡି ସାରିଛି । ତାଙ୍କର ପ୍ରଥମ ପ୍ରଦର୍ଶନୀ ଆୟୋଜନ କରିଥିଲେ, ଯାହାର ଶୀର୍ଷକ ଥିଲା ‘ଡାର୍କ ପର୍ସେପ୍ସନ୍’। ଏହା ବ୍ୟତୀତ, ରେହାନ ପିଲାଦିନରୁ ବନ୍ୟପ୍ରାଣୀ ଫଟୋଗ୍ରାଫି ପ୍ରତି ଆଗ୍ରହୀ ଏବଂ କମର୍ସିଆଲ ଫଟୋଗ୍ରାଫି ମଧ୍ୟ କରନ୍ତି । ରେହାନ ଡେରାଡୁନର ପ୍ରସିଦ୍ଧ ଡୁନ୍ ସ୍କୁଲରେ ପାଠପଢ଼ିଥିଲେ, ଯେଉଁଠାରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ପାଠ ପଢ଼ିଥିଲେ। ଅଧିକ ଅଧ୍ୟୟନ ପାଇଁ ଲଣ୍ଡନ ଯାଇଥିଲେ ରେହାନ । SOAS ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ।

ପ୍ରାୟ ସାତ ବର୍ଷ ଡେଟିଂ କରିବା ପରେ ରେହାନ ଭଦ୍ରା  ତାଙ୍କ ପ୍ରେମିକା ଅଭିଭା ବେଗଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭାଦ୍ରାଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଅ ରେହାନ ଏବଂ ମିରାୟା ଭଦ୍ରା ସେମାନଙ୍କର ଝିଅ। ପ୍ରିୟଙ୍କାଙ୍କ ପୁଅ ଏବଂ ଝିଅ ନଭେମ୍ବର ୨୦୨୪ ରେ ୱାୟାନାଡ ଲୋକସଭା ଉପନିର୍ବାଚନ ସମୟରେ ତାଙ୍କ ମାଆଙ୍କ ସମର୍ଥନରେ ପ୍ରଚାର କରିବା ସମୟରେ ଚର୍ଚ୍ଚାକୁ ଆସିଥିଲେ।

Comments are closed.