Latest Odisha News

ନୂଆ ଢାଞ୍ଚାରେ ହେବ ପିଜି ନାମଲେଖା, ହଟିଲା କ୍ୟାରିଅର ମାର୍କ

ଭୁବନେଶ୍ୱର:ନୂଆ ଢାଞ୍ଚାରେ ପିଜି ନାମଲେଖା । କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ହେବ ପିଜି ନାମଲେଖା । ପ୍ରବେଶିକା ପରୀକ୍ଷାର ମାର୍କ ହିଁ ହେବ ଚୟନ ମାନଦଣ୍ଡ। ଆସନ୍ତା ଶିକ୍ଷାବର୍ଷରୁ କେବଳ ପ୍ରବେଶିକା ପରୀକ୍ଷାକୁ ଗୁରୁତ୍ବ। ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ। ପରୀକ୍ଷାରେ କମ୍‌ ମାର୍କ ରଖି ଏଣ୍ଟ୍ରାନ୍ସରେ ଭଲ କଲେ ନାଁ ଲେଖାଇବେ।

ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପିଜି ପାଠପଢ଼ା। ମାର୍ଚ ୧୦ରୁ ଆବେଦନ, ମେ ପ୍ରଥମ ସପ୍ତାହରେ ପ୍ରବେଶିକା ପରୀକ୍ଷା। +୩ ଫଳ ପ୍ରକାଶ ପୂର୍ବରୁ ମଧ୍ୟ ପିଜିରେ ନାମ ଲେଖାଇ ହେବ। ପରୀକ୍ଷାରେ ଫେଲ୍‌ ହୋଇଥିଲେ ନାମଲେଖା ବାତିଲ କରାଯିବ। ପୂର୍ବଭଳି ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିଅର ମାର୍କ ମଧ୍ୟରେ 80 ଅନୁପାତ 20 ରହୁଥିଲା। ହେଲେ ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ ।

Comments are closed.