ବ୍ରହ୍ମପୁର: ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓରମାସ୍ ଏବଂ ମିଶନ୍ଶକ୍ତି ଏଦିଗରେ ସହାୟତା ପ୍ରଦାନ କରୁଛନ୍ତି। ଆଉ ଗୋଟିଏ ପାଦ ଆଗକୁ ଯାଇ ବ୍ରହ୍ମପୁର ସହରରେ ଥିବା ସପିଂ ମଲ୍ଗୁଡ଼ିକରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚଜି) ଦ୍ବାରା ପ୍ରସ୍ତୁତ ଦ୍ରବ୍ୟ ବିକ୍ରି କରାଯିବ। ମଙ୍ଗଳବାର ଏନେଇ ଏକ ବୈଠକ ବ୍ରହ୍ମପୁର ମହାନଗର ନିଗମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିବା ବେଳେ ମହାନଗର ନିଗମ ଆୟୁକ୍ତ ଜେ. ସୋନାଲ୍, ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇ, ଓରମାସ୍ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଜ୍ୟୋତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ସହରର ବିଭିନ୍ନ ସପିଂ ମଲ୍ର, ମହାନଗର ନିଗମର ଗୋଷ୍ଠୀ ସଂଯୋଜିକା(ସିଓ) ଏବଂ ବିଭିନ୍ନ ମହିଳାଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।
ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରୁଥିବା ବଡ଼ି, ପାମ୍ପଡ଼, ଆଚାର, ଚକ୍ଲେଟ୍, ସଫେଇ ସାମଗ୍ରୀ, ଝାଡ଼ୁ ସହ ଅନ୍ୟାନ୍ୟ ସାମଗ୍ରୀର ବଜାର ସୃଷ୍ଟି ନେଇ ଆଲୋଚନା ହୋଇଥିଲା। ଏସବୁ ସାମଗ୍ରୀ ବିକ୍ରି ପାଇଁ ସପିଂ ମଲ୍ ପରିସରରେ ସ୍ବତନ୍ତ୍ର ଜାଗା ଦେବାକୁ ଆୟୁକ୍ତ ସୋନାଲ ନିର୍ଦେଶ ଦେଇଥିଲେ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ହେବାକୁ ଯାଉଛି। ମହିଳାଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବଜାରରେ ଉଚିତ ଦାମ୍ରେ ବିକ୍ରି ହେବା ସହ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମେୟର ଦଳେଇ କହିଥିଲେ । ଏମାନେ ତିଆରି କରୁଥିବା ସାମଗ୍ରୀର ଗୁଣବତ୍ତା ଭଲ ରହୁଛି। ଲୋକମାନଙ୍କ ଦ୍ବାରା ମଧ୍ୟ ଗ୍ରହଣୀୟ ହେବ। ଆଚାର କେନ୍ଦ୍ରରେ ନିଜସ୍ବ କାଉଣ୍ଟର ରହିଛି। ବିଭିନ୍ନ ମେଳାକୁ ମଧ୍ୟ ଏମାନେ ଯାଉଛନ୍ତି। କିନ୍ତୁ ପ୍ରତି ସପିଂ ମଲ୍ରେ ଏସ୍ଏଚ୍ଜିଙ୍କ ନିମନ୍ତେ ଏକ କାଉଣ୍ଟର ଖୋଲିବ। ଯଦ୍ବାରା ଏମାନେ ସ୍ଵାବଲମ୍ବୀ ହେବା ସହ ପ୍ରତିଟି ସମୟରେ ସାମଗ୍ରି ବିକ୍ରି ହୋଇପାରିବ ବୋଲି କୁହାଯାଇଥିଲା। ଏହି ଅବସରରେ ମହିଳାଗୋଷ୍ଠୀମାନେ ସେମାନଙ୍କ ଉତ୍ପାଦ ସାମଗ୍ରୀ ଏଠାରେ ପ୍ରଦର୍ଶିତ କରିଥିଲେ। ପ୍ରକାଶଥାଉକି, ମହିଳା ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଦ ସାମଗ୍ରୀ ବିକ୍ରି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ହାଟ ପରିକଳ୍ପନା କରାଯାଇଥିଲା। ସେହିଭଳି ସହରର ପ୍ରମୁଖ ସ୍ଥାନ ଓ ଗ୍ରାମାଞ୍ଚଳରେ ମଧ୍ୟ କେନ୍ଦ୍ର ଖୋଲିଥିଲା। ସମ୍ପ୍ରତି ବିଭିନ୍ନ ସପିଂ ମଲ୍ରେ ସହରାଞ୍ଚଳ ପ୍ରଡ଼୍ୟୁସର ଗ୍ରୁପ ସମେତ ଗ୍ରାମାଞ୍ଚଳ ମହିଳାଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି ଦିଗରେ ସୁଯୋଗ ମିଳିବ ବୋଲି ଓରମାସ୍ର ଡ଼ ମହାନ୍ତି କହିଛନ୍ତି।
BREAKING NEWS
- କିମ୍ସରେ ଜଟିଳ ଅସ୍ତ୍ରୋପଚାର; ନୂଆ ଜୀବନ ପାଇଲା ୪ ମାସର ଶିଶୁକନ୍ୟା
- ‘ହନୁମ୍ୟାନ୍’ ଅଭିନେତା ତେଜା ସଜ୍ଜାଙ୍କ ନିର୍ବନ୍ଧ
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ: ୪ ଜଣ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
- OFDCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ଭାସ୍କର ଜ୍ୟୋତି ଶର୍ମା
- ବର୍ଜ୍ୟବସ୍ତୁରୁ ବିଦ୍ୟୁତ୍ ଉତ୍ପାଦନ: ଘୁଷୁରି ମଳମୂତ୍ରରୁ ଦେଶର ୪୦% ଗ୍ୟାସ୍ ଚାହିଦା ପୂରଣ କରୁଛି ଡେନମାର୍କ
- ଦିଲ୍ଲୀରେ ଦୁଇ ମହଲା କୋଠା ଭୁଶୁଡି ଜଣେ ଶିଶୁ ସମେତ ୨ ମୃତ
- IPLରୁ ଅବସର ନେଲେ ଧୋନି, ୨୦୨୭ ଯାଏଁ ରହିବେ…
- ଦକ୍ଷିଣ ଗୋପାଳପୁରରୁ ୭୯୦ କିମି. ଦୂରରେ ବାତ୍ୟା ‘Akvan’
- All Party Meet: କାଲିଠୁ ଆରମ୍ଭ ବିଧାନସଭା, ସବୁଦଳର ସହଯୋଗ ଲୋଡିଲେ ବାଚସ୍ପତି, ବାତ୍ୟା-ବନ୍ୟା ପ୍ରସଙ୍ଗରେ ଉଷ୍ମ ହେବ ଶୀତ ଅଧିବେଶନ
- ‘Remembering Humane Sagar’ ସ୍ୱର ନୀରବ, ଗୀତ ଆଜିବି ଗୁଂଜରିତ: ସ୍ମୃତିପଟରେ ଏବେବି ଜୀବିତ ହ୍ୟୁମାନ
Comments are closed.