ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର କଦର୍ଯ୍ୟ ରାସ୍ତାକୁ ନେଇ ଏବେ ସହରବାସୀଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି। ବ୍ରହ୍ମପୁର ମହାନଗର ନିଗମ ଏବଂ ପୂର୍ତ୍ତ ବିଭାଗର ଅପରାଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଖୁବ୍ ଶୀଘ୍ର ରାସ୍ତା ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ, ଆଗାମୀ ଦିନରେ ବଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ ମହାନଗର ନିଗମର କେତେକ କର୍ପୋରେଟ, ବୁଦ୍ଧିଜୀବୀ, ଆଇନ୍ଜୀବୀମାନେ ଚେତାବନୀ ଦେଇଛନ୍ତି। ସୋମବାର ଏନେଇ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଟି.ଆଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
୨୬ ନମ୍ବର ୱାର୍ଡ କର୍ପୋରେଟର ଧିରେଶ ସାବତଙ୍କ କହିବାନୁଯାୟୀ, ସାମାନ୍ୟ ବର୍ଷ ହେଲେ ରାସ୍ତାଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ମରଣାଜନ୍ତା ପାଲଟୁଛି। ରାସ୍ତାର ନୂତନ ନିର୍ମାଣ ବଦଳରେ ପୁରୁଣା ରାସ୍ତକୁ ମରାମତି କରାଯାଉଛି। କେବଳ ମରାମତି କରିଦେଇ ଟଙ୍କା ହଡ଼ପ ହେଉଛି। ପ୍ରତି ଦିନ ଦୁର୍ଘଟଣା ଘଟୁଛି। ରାସ୍ତାଘାଟ ସମସ୍ୟା ନେଇ ଆରଡିସିଙ୍କୁ ସ୍ମାରକପତ୍ର ଦିଆଯାଇଛି। ସମସ୍ୟାର ସମାଧାନ ପାଇଁ ଆରଡିସି ପ୍ରତିଶ୍ରୁତି ଦେଇଥିବା ସେ ପ୍ରକାଶ କରିଛନ୍ତି। ପୂର୍ବତନ କର୍ପୋରେଟର ତଥା ଆଇନଜୀବୀ ଅଶୋକ କୁମାର ଶୁକ୍ଲ କହୁନ୍ତି ଯେ, ୨୦୧୮ ମସିହା ପରଠୁ ପୌର ନିର୍ବାଚନ ହୋଇନଥିଲା। ଲୋକମାନଙ୍କ ସମସ୍ୟାର ସମାଧାନ ହୋଇପାରୁନଥିଲା। ବର୍ତ୍ତମାନ ନିର୍ବାଚନ ପରେ ନୂତନ ଜନପ୍ରତିନିଧି ଆସିଲେ। ସହରବାସୀଙ୍କ ଆଶା ଥିଲା ଏଥିର ମୌଳିକ ସୁବିଧା ମିଳିବ। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ହେଲା, ସହରବାସୀ ନିରାଶ ହୋଇଛନ୍ତି। ସହର ସାରା ରାସ୍ତାଘାଟ ଖାଲଖମା ହୋଇଯାଇଛି। ଅଳ୍ପ ବର୍ଷା ହେଲେ ଲୋକମାନଙ୍କ ଘର ଭିତରେ ପାଣି ପଶୁଛି। ବାରମ୍ବାର ମହାନଗର ନିଗମ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
୨୭ ନମ୍ବର ୱାର୍ଡ କର୍ପୋରେଟର ନିଳକଣ୍ଠ ସାହୁ କହିଛନ୍ତି ଯେ, ରାସ୍ତା ସମସ୍ୟା ନେଇ ପ୍ରତିଦିନ ଆମ ପାଖକୁ ଲୋକମାନେ ଆସୁଛନ୍ତି। ସମସ୍ୟା ସଂପର୍କରେ ପୂର୍ତ୍ତ ବିଭାଗ ଏବଂ ମହାନଗର ନିଗମର ଅଧିକାରୀଙ୍କୁ ଅବଗତ କରାଯାଉଛି। ହେଲେ ସେମାନେ ରାସ୍ତା ନିର୍ମାଣ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଆରଡିସିଙ୍କୁ ସମସ୍ୟା ବିଷୟରେ ଅବଗତ କରାଯାଇଛି। ଆଗାମୀ ଦିନରେ ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଦାବିପତ୍ର ଗ୍ରହଣ କରିବା ପରେ ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆରଡିସି ଟି.ଆଓ ପ୍ରକାଶ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ୨୧ ନମ୍ବର ୱାର୍ଡ କର୍ପୋରେଟର ଡି.କରୁଣାକର, ୨୫ ନମ୍ବର କର୍ପୋରେଟର ନରସିଂହ ସେଠୀ, ୩୭ ନମ୍ବର କର୍ପୋରେଟର ବନିତା ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ, ଆଇନଜୀବୀ ଏବଂ ସହରବାସୀ ଉପସ୍ଥିତ ଥିଲେ।
BREAKING NEWS
- ପୁରୁଣା ୫୦୦-୧୦୦୦ ଟଙ୍କା ନୋଟ୍ ଘରେ ରହିଥିଲେ ସାବଧାନ ! ନହେଲେ ….
- ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଅଲଗା ବେତନ ଦେଇଥାଏ BJP? ଜାଣନ୍ତୁ ଜେପି ନଡ୍ଡାଙ୍କ ପରେ କେତେ ଟଙ୍କା ପାଇବେ ନବୀନ
- Damodar Rout: ‘ପାରାଦୀପ ଓ କୁଜଙ୍ଗରେ ଦାମ ବାବୁଙ୍କ ଦୁଇଟି ପ୍ରତିମୂର୍ତ୍ତି ମୁଁ ତିଆରି କରିବି’
- ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏକତରଫା ବିଜୟ
- ଯାଜପୁରରେ ରାଜନୈତିକ ହିଂସା, ବହୁ ଆହତ
- IED blast in Saranda forest: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ଯବାନ ଆହତ
- ଗୋଆ ନାଇଟ୍ କ୍ଲବ ଅଘଟଣ; ପୁରୀରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର…
- ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେଲେ ହାର୍ଦ୍ଦିକ
- Terror attack at Sydney:ଇହୁଦୀ ପର୍ବ ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ; ଭାରତ ଦୃଢ଼ ନିନ୍ଦା କରିବା ସହ…
- Messi’s ‘Messy’ Event: କୋଲକାତା ଷ୍ଟାଡିୟମରେ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆୟୋଜକ ବନ୍ଧା…
Comments are closed.