ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର କଦର୍ଯ୍ୟ ରାସ୍ତାକୁ ନେଇ ଏବେ ସହରବାସୀଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି। ବ୍ରହ୍ମପୁର ମହାନଗର ନିଗମ ଏବଂ ପୂର୍ତ୍ତ ବିଭାଗର ଅପରାଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଖୁବ୍ ଶୀଘ୍ର ରାସ୍ତା ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ, ଆଗାମୀ ଦିନରେ ବଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ ମହାନଗର ନିଗମର କେତେକ କର୍ପୋରେଟ, ବୁଦ୍ଧିଜୀବୀ, ଆଇନ୍ଜୀବୀମାନେ ଚେତାବନୀ ଦେଇଛନ୍ତି। ସୋମବାର ଏନେଇ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଟି.ଆଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
୨୬ ନମ୍ବର ୱାର୍ଡ କର୍ପୋରେଟର ଧିରେଶ ସାବତଙ୍କ କହିବାନୁଯାୟୀ, ସାମାନ୍ୟ ବର୍ଷ ହେଲେ ରାସ୍ତାଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ମରଣାଜନ୍ତା ପାଲଟୁଛି। ରାସ୍ତାର ନୂତନ ନିର୍ମାଣ ବଦଳରେ ପୁରୁଣା ରାସ୍ତକୁ ମରାମତି କରାଯାଉଛି। କେବଳ ମରାମତି କରିଦେଇ ଟଙ୍କା ହଡ଼ପ ହେଉଛି। ପ୍ରତି ଦିନ ଦୁର୍ଘଟଣା ଘଟୁଛି। ରାସ୍ତାଘାଟ ସମସ୍ୟା ନେଇ ଆରଡିସିଙ୍କୁ ସ୍ମାରକପତ୍ର ଦିଆଯାଇଛି। ସମସ୍ୟାର ସମାଧାନ ପାଇଁ ଆରଡିସି ପ୍ରତିଶ୍ରୁତି ଦେଇଥିବା ସେ ପ୍ରକାଶ କରିଛନ୍ତି। ପୂର୍ବତନ କର୍ପୋରେଟର ତଥା ଆଇନଜୀବୀ ଅଶୋକ କୁମାର ଶୁକ୍ଲ କହୁନ୍ତି ଯେ, ୨୦୧୮ ମସିହା ପରଠୁ ପୌର ନିର୍ବାଚନ ହୋଇନଥିଲା। ଲୋକମାନଙ୍କ ସମସ୍ୟାର ସମାଧାନ ହୋଇପାରୁନଥିଲା। ବର୍ତ୍ତମାନ ନିର୍ବାଚନ ପରେ ନୂତନ ଜନପ୍ରତିନିଧି ଆସିଲେ। ସହରବାସୀଙ୍କ ଆଶା ଥିଲା ଏଥିର ମୌଳିକ ସୁବିଧା ମିଳିବ। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ହେଲା, ସହରବାସୀ ନିରାଶ ହୋଇଛନ୍ତି। ସହର ସାରା ରାସ୍ତାଘାଟ ଖାଲଖମା ହୋଇଯାଇଛି। ଅଳ୍ପ ବର୍ଷା ହେଲେ ଲୋକମାନଙ୍କ ଘର ଭିତରେ ପାଣି ପଶୁଛି। ବାରମ୍ବାର ମହାନଗର ନିଗମ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
୨୭ ନମ୍ବର ୱାର୍ଡ କର୍ପୋରେଟର ନିଳକଣ୍ଠ ସାହୁ କହିଛନ୍ତି ଯେ, ରାସ୍ତା ସମସ୍ୟା ନେଇ ପ୍ରତିଦିନ ଆମ ପାଖକୁ ଲୋକମାନେ ଆସୁଛନ୍ତି। ସମସ୍ୟା ସଂପର୍କରେ ପୂର୍ତ୍ତ ବିଭାଗ ଏବଂ ମହାନଗର ନିଗମର ଅଧିକାରୀଙ୍କୁ ଅବଗତ କରାଯାଉଛି। ହେଲେ ସେମାନେ ରାସ୍ତା ନିର୍ମାଣ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଆରଡିସିଙ୍କୁ ସମସ୍ୟା ବିଷୟରେ ଅବଗତ କରାଯାଇଛି। ଆଗାମୀ ଦିନରେ ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଦାବିପତ୍ର ଗ୍ରହଣ କରିବା ପରେ ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆରଡିସି ଟି.ଆଓ ପ୍ରକାଶ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ୨୧ ନମ୍ବର ୱାର୍ଡ କର୍ପୋରେଟର ଡି.କରୁଣାକର, ୨୫ ନମ୍ବର କର୍ପୋରେଟର ନରସିଂହ ସେଠୀ, ୩୭ ନମ୍ବର କର୍ପୋରେଟର ବନିତା ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ, ଆଇନଜୀବୀ ଏବଂ ସହରବାସୀ ଉପସ୍ଥିତ ଥିଲେ।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.