ବ୍ରହ୍ମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ନିଜର ବହୁ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି। ବ୍ରହ୍ମପୁରସ୍ଥିତ ବିଜେଡ଼ି ଜିଲା କାର୍ଯ୍ୟାଳୟରେ ଏନେଇ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଗତ ପୌର ନିର୍ବାଚନରେ ପ୍ରିୟଙ୍କା ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷା ପଦ ପାଇଁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା। ଫଳରେ ପ୍ରିୟଙ୍କା ସ୍ବାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ । ତାଙ୍କ ସ୍ୱାମୀ ଅଶୋକ କୁମାର ମହାଙ୍କୁଡ ବିଜେଡିରେ ସାମିଲ୍ ହୋଇଛନ୍ତି। ଜିଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଜିଲା ପର୍ଯ୍ୟବେକ୍ଷକ ଦାୟୀତ୍ୱରେ ଥିବା ଶିଳ୍ପମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଉପସ୍ଥିତିରେ ପ୍ରିୟଙ୍କା ଓ ଅଶୋକ ବିଜେଡ଼ିରେ ସାମିଲ ନେଇ ଘୋଷଣା କରିଥିଲେ । ତାଙ୍କ ସହ ପୁରୁଷୋତ୍ତମପୁର ଏନ୍ଏସିର ବହୁ କର୍ମୀ ଓ ନିର୍ବାଚିତ ପ୍ରତିନିଧି ମଧ୍ୟ ସାମିଲ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ପୁରୁଷୋତ୍ତମପୁର ଏନ୍ଏସି ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ।
BREAKING NEWS
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ

Comments are closed.