Latest Odisha News

BREAKING NEWS

Putin pays tribute to Mahatma Gandhi : ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ପୁଟିନଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି । ଯେଉଁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ ।  ଏହି କାର୍ଯ୍ୟକ୍ରମ ସମାପ୍ତ ହେବା ପରା  ପୁଟିନ ନିଜ ଅନ୍ୟ ୭ ଜଣ ମନ୍ତ୍ରୀଙ୍କ ସହ  ସିଧାସଳଖ  ରାଜଘାଟ ଯାଇଥିଲେ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରୁଷ ରାଷ୍ଟ୍ରପତି ପୁଟନ ଭିଜିଟର ବୁକ୍‌ ରେ ସ୍ୱାକ୍ଷର କରିଛନ୍ତି ।  ତେବେ ଗତକାଲି ସଂନ୍ଧ୍ୟାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଛନ୍ତି। ପୁଟିନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିବାମାତ୍ରେ ତାଙ୍କୁ ନିଜେ ଭବ୍ୟ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁସିରେ  ଆଲିଙ୍ଗନ ମଧ୍ୟ କରିଥିଲେ ପୁଟିନ। ଦୁଇ ନେତା ପୁଣି ଥରେ ଗୋଟିଏ କାରରେ ବସି ବାସଭବନ ଅଭିମୁଖେ ଯାଇଥିଲେ । ଯାହାର ଅନେକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଊଛି ।

Leave A Reply

Your email address will not be published.