ନୂଆଦିଲ୍ଲୀ : ଆଉ ନାହାନ୍ତି ଭାରତର ପ୍ରଖ୍ୟାତ ଆଣବିକ ବିଜ୍ଞାନୀ ପଦ୍ମବିଭୂଷଣ ଡକ୍ଟର ଆର୍. ଚିଦାମ୍ବରମ୍ । ଶନିବାର ସକାଳେ ମୁମ୍ବାଇ ବାସଭବନରେ ତାଙ୍କର ମୃତ୍ୟୁ ହୋଇୟାଇଛି । ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ୧୯୭୪ରେ ଏବଂ ୧୯୯୮ରେ ପୋଖରାନରେ ହୋଇଥିବା ଆଣବିକ ପରୀକ୍ଷଣରେ ମୁଖ୍ୟ ଭୂମିକା ନିବାଇଥିଲେ ବୈଜ୍ଞାନିକ ଡକ୍ଟର ଆର୍. ଚିଦାମ୍ବରମ । ୧୯୭୪ରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ପୋଖରାନରେ ହୋଇଥିବା ଆଣବିକ ପରୀକ୍ଷଣର ନାମ ଥିଲା ସ୍ମାଇଲିଂ ବୁଦ୍ଧ ।
ସେହିଭଳି ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ୧୯୯୮ରେ ପୋଖରାନରେ ହୋଇଥିବା ଦ୍ବିତୀୟ ଆଣବିକ ପରୀକ୍ଷଣର ନାମ ଥିଲା ଅପରେସନ ଶକ୍ତି । ଭାରତକୁ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର କରିବାରେ ଡକ୍ଚର ଆର୍. ଚିଦାମ୍ବରଙ୍କ ଅବଦାନ ଅତୁଳନୀୟ ରହିଛି । ୨୦୦୧ରୁ ୨୦୧୮ ଯାଏଁ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଥିଲେ ଡକ୍ଟର ଆର୍. ଚିଦାମ୍ବରମ । ୧୯୯୦ରୁ ୧୯୯୩ ଯାଏଁ ବାବା ଆଟମିକ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ, ୧୯୯୩ରୁ ୨୦୦ ଯାଏଁ ଆଟମିକ ଏନର୍ଜି କମିଶନ ଅଧ୍ୟକ୍ଷ ସହ ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗର ସଚିବ ଥିଲେ । ୧୯୯୪ରୁ ୧୯୯୫ ଯାଏଁ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା ବା IAEAର ସଦସ୍ୟ ଥିଲେ ଡକ୍ଟର ଆର୍. ଚିଦାମ୍ବରମ ।
୧୯୯୪ରେ ପୋଖରାନରେ ପ୍ଲୁଟୋନିଅମ୍ ବଲ୍ ବିସ୍ଫୋରଣ କରାଯାଇଥିଲା । ୧୯୯୮ରେ ୫ଟି ଆଣବିକ ପରୀକ୍ଷଣ ହେବା ପରେ ଭାରତ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଛି । ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରଣ ଟର୍ମ ଡକ୍ଟର ଆର୍. ଚିଦାମ୍ବରମଙ୍କ ସୃଷ୍ଟି । ୧୯୩୬ରେ ଜନ୍ମିତ ଡକ୍ଟର ଆର୍. ଚିଦାମ୍ବରମ୍ ଚେନ୍ନାଇ ପ୍ରେସିଡେନ୍ସି କଲେଜ ଏବଂ ପରେ ବେଙ୍ଗଳୁରୁସ୍ଥିତ ଇଣ୍ଡିଆନ୍ ଅନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ପଢୁଥିଲେ ।
Comments are closed.