ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଫାଷ୍ଟ ଫୁଡ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ କେବଳ ଓଡ଼ିଶା ନୁହଁ, ବରଂ ଓଡ଼ିଶା ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ସହରର ଅନେକ ହୋଟେଲରେ ବାସି ଏବଂ ପଚାଶଢ଼ା ଖାଦ୍ୟ ପରସା ହେଉଛି। ଏନେଇ ପୂର୍ବରୁ ବହୁଥର ଅଭିଯୋଗ ହୋଇଥିଲା। ବୁଧବାର ଏହାକୁ ନେଇ ବଡ଼ ଧରଣର ଚଢ଼ଉ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରର ବିଭିନ୍ନ ସ୍ଥାନରେ ଥିବା ୬ଟି ନାମିଦାମୀ ହୋଟେଲ୍ରେ ଚଢ଼ଉ କରାଯାଇଥିଲା। ସେମାନଙ୍କ ଠାରୁ ୭୦ ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି। ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ନିଜେ ଏହି ଚଢ଼ଉର ନେତୃତ୍ବ ନେଇଥିଲେ। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ପଲିଥିନର ବ୍ୟବହାର ଏବଂ ନିମ୍ନମାନର ଖାଦ୍ୟ ଯୋଗୁ ଚଢ଼ଉ ହୋଇଥିବା ସୂଚନା ମିଳିଛି। ଖାଦ୍ୟ ପ୍ରସ୍ତୁତ ବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେବା ସହ ଖାଦ୍ୟ ସୁରକ୍ଷା ନିୟମଗୁଡ଼ିକ ପାଳନ କରିବାକୁ ତାଗିଦ୍ କରାଯାଇଛି। ଆଗାମୀ ଦିନରେ ମଧ୍ୟ ମହାନଗର ନିଗମ ତରଫରୁ ଚଢ଼ଉ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ୟପଟେ ବୁଧବାର ଯେଉଁ ହୋଟେଲ୍ଗୁଡ଼ିକରେ ଚଢ଼ଉ ହୋଇଥିଲା, ସେଥିରେ କେତେକ ଜଣାଶୁଣା ହୋଟେଲ୍ ମଧ୍ୟ ରହିଛି। ସେଗୁଡ଼ିକ ହେଲା କର୍ପୋରେସନ ରୋଡରେ ଥିବା ନିୟୁ ବିରିୟାନୀ ସେଣ୍ଟର, ଧର୍ମନଗରରେ ଥିବା ଗିରିଜା ରେଷ୍ଟୁରାଣ୍ଟ, ବଡ଼ବଜାର ଛକରେ ଥିବା ବାଲାଜୀ ମିଷ୍ଟାନ ଭଣ୍ଡାର, ଭାପୁର ବଜାରରେ ଥିବା ହିନ୍ଦୁସ୍ଥାନ କେକ୍ରୀ, ସିଟି ହାଇସ୍କୁଲ ରୋଡରେ ଥିବା କିରଣ ରେଷ୍ଟୁରାଣ୍ଟ ପ୍ରମୁଖ। ଏହି ସବୁ ହୋଟେଲ୍ଗୁଡ଼ିକର ସ୍ବତନ୍ତ୍ର ପରିଚୟ ରହିଛି। କେବଳ ସହର ନୁହଁ, ସହର ବାହାରୁ ମଧ୍ୟ ଲୋକମାନେ ଏଠାକୁ ଖାଇବାକୁ ଆସିଥାନ୍ତି। ଏଣୁ ବୁଧବାରର ଚଢ଼ଉ ପରେ ଗ୍ରାହାକଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହୋଇଛି। ସ୍ବାଦିଷ୍ଟ ଲାଗୁଥିବା ଯୋଗୁ ଗ୍ରାହାକମାନେ ଯେଉଁ ଖାଦ୍ୟ ଖାଉଥିଲେ, ତାହା କେମିତି ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା, ତାହା ଦେଖିବା ପରେ ଗ୍ରାହାକମାନେ ନାକ ଟେକିଲେଣି। ରାସାୟନିକ ରଙ୍ଗ ବ୍ୟବହାର ଯୋଗୁ ଅନେକ ପ୍ରକାର ପେଟ ରୋଗ ଦେଖାଦେଇଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁନ୍ଦର କରିବା ପାଇଁ ଅନେକ ହୋଟେଲ ମାଲିକ ରାସାୟନିକ ରଙ୍ଗ ବ୍ୟବହାର କରିଥାନ୍ତି। ଅନେକ ହୋଟେଲରେ ପଚାଶଢ଼ା ଖାଦ୍ୟ ମଧ୍ୟ ବିକ୍ରି ହୋଇଥାଏ। ଗତ କିଛି ଦିନ ହେଲା ମହାନଗର ନିଗମ ତରଫରୁ ଏଭଳି ଅନେକ ହୋଟେଲରେ ଚଢ଼ଉ ଜାରି ରହିଛି। ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି।
BREAKING NEWS
- ଡିସେମ୍ବର ୩୧ ଓ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା…
- ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ; ୩ ଦିନରେ ୫.୧୮ କୋଟିର ବେଆଇନ ମାଦକ ଦ୍ରବ୍ୟ ଜବତ
- ମେଲବୋର୍ଣ୍ଣ ପିଚକୁ ମିିଳିଲା ଡିମେରିଟ ପଂଏଟ
- ‘ଦି ରାଜା ସାବ’ ଟ୍ରେଲର ରିଲିଜ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜୋକର…
- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡର
- ଭୋଜିରେ ରାଇତା ଖାଇ ହଟହଟା; ରାବିଜ୍ ଟୀକା ନେବାକୁ ହସ୍ପିଟାଲ୍ ଦୌଡିଲେ ୨୦୦ରୁ ଅଧିକ ଲୋକ
- ଗଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ଗଡିବ ଓଡ଼ିଶା ପ୍ରଜ୍ଞାପନ ମେଢ଼
- ବିଜୟ ହଜାରେ ଟ୍ରଫି: ଗୋବିନ୍ଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଆନ୍ଧ୍ରକୁ ହରାଇଲା ଓଡିଶା
- ଦୁବାଇରେ ମଶା ଆତଙ୍କ, ସରକାର ଦେଲେ ଟିପ୍ସ…
- Public Grievance: ଏହି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
Comments are closed.