ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାର ଲୁଟ୍ ପରେ ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ ପାଇଛି। ବୁଧବାର ମାମଲାର ବିଚାରକରି ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ କାଳିଆ ପାତ୍ରଙ୍କୁ ଆଜୀବନ ଜେଲ୍ ଦଣ୍ଡ ସହିତ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଗଣେଶ୍ୱର ପତି ଏହି ମାମଲାର ଶୁଣାଣି କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ମସିହା ଅକ୍ଟୋବର ୩୧ ତାରିଖ ବିଳମ୍ବିତ ରାତିରେ କାଳିଆ ଏବଂ ତାଙ୍କର ଦୁଇଜଣ ନାବଳକ ସହଯୋଗୀ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ସେହି ସମୟରେ ଘରେ ସମସ୍ତେ ଶୋଇଥିଲେ। ସେମାନେ ୨୦ ହଜାର ଟଙ୍କା ସହିତ ୫ ଭରି ସୁନା ଅଳଙ୍କାର ଚୋରି କରିନେଇଥିଲେ। ଘରର ସମସ୍ତ ଜିନିଷପତ୍ର ଫିଙ୍ଗା ଫୋପାଡ଼ା କରିଥିଲେ। ଏହି ସମୟରେ ଶବ୍ଦ ଶୁଣି ୯ ବର୍ଷର ନାବାଳିକା ନିଦରୁ ଉଠି ପଡ଼ିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଘର ବାରିପଟକୁ ଟେକିନେଇଥିଲେ। କାଳିଆ ଏବଂ ଅନ୍ୟ ଦୁଇ ନାବାଳକ ତାଙ୍କୁ ଗଣବଳାତ୍କାର କରିଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ତାଙ୍କ ବାପା ଉଠି ପଡ଼ିଥିଲେ। ଘଟାସ୍ଥଳରେ ସେ ପହଞ୍ଚିବା କ୍ଷଣି ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ଏନେଇ ପୀଡ଼ିତାଙ୍କ ବାପା ପ୍ରଥମେ ବାଲିଛାଇ ଫାଣ୍ଡିରେ ଏତଲା ଦେଇଥିଲେ। ପରେ କବିସୂର୍ଯ୍ୟନଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଗଞ୍ଜାମ ଏସପି ବ୍ରିଜେଶ ରଏ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅନ୍ୟପଟେ ନାବାଳିକାଙ୍କ ଅବସ୍ଥାର ଗୁରୁତର ଥିବା ଯୋଗୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର ପ୍ରାୟ ୧୫ ଦିନ ପରେ ପୋଲିସ କାଳିଆ ସମେତ ଅନ୍ୟ ଦୁଇ ନାବାଳକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଦୁଇ ନାବାଳିକାଙ୍କ ବିଚାରଣ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ଚାଲିଥିବା ବେଳେ ବର୍ତ୍ତମାନ ଉଭୟ ଜାମିନରେ ବାହାରେ ଅଛନ୍ତି। ଅନ୍ୟପଟେ କାଳିଆ ଗିରଫ ପରଠୁ ଜେଲରେ ଥିଲେ। ବୁଧବାର ଏହି ମାମଲାର ବିଚାରଣ ସ୍ୱତନ୍ତ୍ର ପୋକସୋ କୋର୍ଟରେ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ପୁରୁଷୋତ୍ତମପୁର ଏସଡିପିସ ଅଶ୍ୱିନୀ କୁମାର ସାହୁଙ୍କ ସମେତ ୨୧ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ କାଳିଆଙ୍କୁ ଦଣ୍ଡିତ କରାଯାଇଛି। ଅନ୍ୟପଟେ ପୀଡ଼ିତଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ତରଫରୁ ପିପି ମୋହନ ସିଂଗାରୀ ମାମଲାର ପରିଚାଳନା କରୁଥିଲେ।
BREAKING NEWS
- ମହାରାଷ୍ଟ୍ରକୁ ଚାଲାଣ ବେଳେ ୧୨୦କିଲୋରୁ ଅଧିକ ଗଞ୍ଜେଇ ଜବତ
- ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ;ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
- Explosives recovered: ନକ୍ସଲଙ୍କ ବଡ ଷଡଯନ୍ତ୍ର ପଣ୍ଡ; ୧୬ଟି ଆଇଇଡି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
- ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
Comments are closed.