Latest Odisha News

BREAKING NEWS

କରୋନା ମୁକାବିଲା: ଯାଜପୁରରେ ପହଞ୍ଚିଲା ରାପିଡ ରେସପନ୍ସ ଟିମ

ଯାଜପୁର: ଯାଜପୁରରେ ପହଞ୍ଚିଲା ରାପିଡ୍ ରେସପନ୍ସ ଟିମ୍ । ସ୍ବସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଡାଇରେକ୍ଟର ଡ. ବିଜୟ କୁମାର ପାଣିଗ୍ରାହୀ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ସହ ୪ ଜଣିଆ ଟିମ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି।

କରୋନା ସ୍ଥିତି ନେଇ ସିଡିଏମଓଙ୍କ ସହ ଆଲୋଚନା କରି ଜିଲ୍ଲାର ରୋଗୀ ଏବଂ କଣ୍ଟେନମେଣ୍ଟ ଜୋନ ସଂପର୍କରେ ପଚାରି ବୁଝିଛନ୍ତି। ଏହି ଟିମ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ବୌଷୟିକ ସହଯୋଗ କରିଵା

ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ହଠାତ୍ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାର ଏସବୁ ଜିଲ୍ଲା ପାଇଁ ତିନିଟି ସ୍ୱତନ୍ତ୍ର ରାପିଡ ରେସପନ୍ସ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରିବ ।

Leave A Reply

Your email address will not be published.