Latest Odisha News

BREAKING NEWS

ଇଡି ହାତରେ ଅର୍ଚ୍ଚନାଙ୍କ ୨ ଡାଏରୀ; ଖୋଲିବ କି କଳା ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର: ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲକମେଲର ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିବ ଇଡି । ଏହା ପୂର୍ବରୁ ଶ୍ରଦ୍ଧାଞ୍ଜଳି ୨ ଥର ଇଡିରେ ହାଜର ହୋଇଥିଲେ ହେଁ ତାଙ୍କଠାରୁ ସବିଶେଷ ତଥ୍ୟ ହାସଲ କରିପାରି ନ ଥିଲା ଇଡି । ଏପରିକି  ଶ୍ରଦ୍ଧାଞ୍ଜଳି ତଦନ୍ତରେ ସାହାଯ୍ୟ କରୁ ନ ଥିବା ଅଭିଯୋଗ ଆଣିଥିଲା ଇଡି । ଆଜି ତୃତୀୟ ଦିନରେ ଶ୍ରଦ୍ଧାଞ୍ଜଳିଙ୍କଠାରୁ ସତ୍ୟ ଉଗାଳିବାକୁ ଚେଷ୍ଟା କରିବ ଇଡି । ଅର୍ଚ୍ଚନାଙ୍କର ଆଉ କାହା ସହ ଡିଲିଂ ଥିଲା, ଆଉ କେଉଁଠି କଳାଧନ  ରଖିଛନ୍ତି କି ଅର୍ଚ୍ଚନା ? ଏ ସବୁ ବିଷୟରେ ଜାଣିବା ପାଇଁ ନାଗ ଦମ୍ପତିଙ୍କ ସହ  ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବ ଇଡି ।

ଇତି ମଧ୍ୟରେ ଇଡି ହାତରେ ଲାଗିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୨ଟି ଡାଏରୀ । ଅର୍ଚ୍ଚନାଙ୍କ ଏହି ୨ଟି ଡାଏରୀକୁ ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ସଂଗ୍ରହ କରିଛି ଇଡି । ଏହି ଡାଏରୀ ଅନେକ ଗୁମର ଖୋଲିବ ବୋଲି କୁହାଯାଉଛି । ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ ରହସ୍ୟ ଏହି ଡାଇରୀରେ ଲୁଚି ରହିଥିବା ଅନୁମାନ କରାଯାଉଛି । ଏଥିରେ  ବହୁ ବଡ଼ବଡ଼ିଆଙ୍କ ନାଁ ଥାଇପାରେ ବୋଲି  ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷେ ରାଜ୍ୟ ଫୋରେନସିକ ଲ୍ୟାବ୍‌ରୁ ଡିଜିଟାଲ ଏଭିଡେନ୍ସ  ପାଇପାରିନି ଇଡି । ଏ ସଂକ୍ରାନ୍ତ ରିପୋର୍ଟ ଫୋରେନ୍ସିକ  ଲାବକୁ ମଗାଇଥିଲେ ହେଁ ମିଳି ପାରି ନ ଥିବା ଜଣାଯାଇଛି । ଏହି ରିପୋର୍ଟକୁ  ଆଧାର କରି ନାଗ ଦମ୍ପତି ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ  ଜେରା କରିପାରେ  ଇଡି ।  ରାଜ୍ୟ ଫୋରେନସିକ ଲ୍ୟାବ୍‌ର ବିଳମ୍ବ ତଦନ୍ତରେ ପ୍ରଭାବ ପକାଉଥିବା କୁହାଯାଉଛି ।

Leave A Reply

Your email address will not be published.