ନୂଆଦିଲ୍ଲୀ: ରୁଷ୍ରେ ସ୍କୁଲ ଛାତ୍ରୀଙ୍କୁ ଗର୍ଭବତୀ ହେବାକୁ ଦିଆଯାଉଛି । ପ୍ରୋତ୍ସାହନ । ଜନ୍ମହାର ହ୍ରାସ ପାଉଥିବାରୁ ଏପିର ନୂଆ ନୀତି ଆଣିଛି ଋଷିଆ । ଦେଶର କିଛି ଅଞ୍ଚଳରେ ସ୍କୁଲ ଛାତ୍ରୀମାନଙ୍କୁ ଗର୍ଭବତୀ ହୋଇ ସନ୍ତାନ ଜନ୍ମ ଦେବା ଓ ତାଙ୍କ ପାଳନପୋଷଣ ପାଇଁ ୧୦୦,୦୦୦ ରୁବଲ୍ (ପ୍ରାୟ ୧ ଲକ୍ଷ ଟଙ୍କା)ରୁ ଅଧିକ ଆର୍ଥିକ ସହାୟତା ଦିଆଯାଉଛି। ଏହା ରୁଷ୍ର ନୂଆ ସରକାରୀ ନୀତିର ଏକ ଅଂଶ। ଗତ କିଛି ମାସ ଧରି ଏହି ଯୋଜନା ଦେଶର ୧୦ଟି ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ରୁଷ୍ରେ ଜନ୍ମହାର ନାଟକୀୟ ଭାବେ ହ୍ରାସ ପାଇଛି ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ପୁରୁଷମାନଙ୍କ ସଂଖ୍ୟା ମଧ୍ୟ କମିଛି। ତେବେ, ଏହି ଯୋଜନା ଏବେ ବିବାଦୀୟ ହୋଇଛି, କାରଣ ଏଥିରେ ସ୍କୁଲ ଛାତ୍ରୀମାନଙ୍କୁ ବିନା ବିବାହରେ ମା’ ହେବାକୁ ପ୍ରୋତ୍ସାହିତ କରାଯାଉଛି।
ଗତ କିଛି ମାସ ମଧ୍ୟରେ ରୁଷ୍ରେ ଆରମ୍ଭ ହୋଇଥିବା ଏହି ନୂଆ ଉପାୟ ଦେଶର ଜନସାଂଖ୍ୟା ରଣନୀତିର ଅଂଶ। ପ୍ରଥମେ ‘ଅଧିକ ସନ୍ତାନ ଜନ୍ମ’ ଯୋଜନା କେବଳ ପ୍ରାପ୍ତବୟସ୍କ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିଲା, କିନ୍ତୁ ଏବେ ଏହା ସ୍କୁଲ ଛାତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚିଛି। ଜନ୍ମହାରରେ ହ୍ରାସକୁ ରୋକିବା ପାଇଁ ଏହା ଆରମ୍ଭ କରାଯାଇଛି। ୨୦୨୩ରେ ଋଷିଆରେ ପ୍ରତି ମହିଳା ଜନ୍ମ ହେଉଥିବା ସନ୍ତାନ ସଂଖ୍ୟା ୧.୪୧ ଥିଲା, ଯାହା ଜନସଂଖ୍ୟାକୁ ବର୍ତ୍ତମାନ ସ୍ତରରେ ବଜାୟ ରଖିବା ପାଇଁ ଆବଶ୍ୟକୀୟ ୨.୦୫ରୁ ବହୁତ କମ୍। ଜନ୍ମଦର ହ୍ରାସ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ଯୋଗୁ ଗତ କିଛି ବର୍ଷ ଧରି ଋଷିଆରେ ଜନ୍ମହାର ଦ୍ରୁତ ଗତିରେ ହ୍ରାସ ପାଇଛି। ୟୁକ୍ରେନ ଯୁଦ୍ଧ ପରେ ଜନସଂଖ୍ୟା ହ୍ରାସ ନେଇ ସରକାର ଆହୁରି ଚିନ୍ତିତ ହୋଇଛନ୍ତି। ଏହି କାରଣରୁ ଋଷିଆ ସରକାର ଜନସଂଖ୍ୟା ବୃଦ୍ଧି ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି।
୧୮ ବର୍ଷରୁ ଅଧିକ ବୟସର ଯୁବତୀମାନଙ୍କୁ ମା’ ହେବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି। କିଛି ଅଞ୍ଚଳରେ ବିବାହିତ ଯୁବତୀମାନଙ୍କୁ ସନ୍ତାନ ଜନ୍ମ ଦେବା ପାଇଁ ମାଟର୍ନିଟି ଅର୍ଥ ପ୍ରଦାନ କରାଯାଉଛି, ଯାହା ଘର କିଣିବା ବା ସନ୍ତାନର ଶିକ୍ଷା ପାଇଁ ବ୍ୟବହାର ହୋଇପାରେ। ଏବେ ଋଷିଆ ସରକାରଙ୍କ ଏହି ଯୋଜନାକୁ ରୁଢ଼ିବାଦୀ-ଜାତୀୟତାବାଦୀ ସଂଗଠନ ଓ ଚର୍ଚ୍ଚ ସହ ଜଡ଼ିତ ସ୍ଥାନୀୟ ସଂସ୍ଥାମାନେ ମଧ୍ୟ ସମର୍ଥନ କରୁଛନ୍ତି। ଏମାନେ ବିବାହ ପୂର୍ବରୁ ମା’ ହେବାକୁ ପ୍ରୋତ୍ସାହିତ କରୁଛନ୍ତି। କିଛି ରିପୋର୍ଟ ଅନୁସାରେ, ଆର୍ଥିକ ସହାୟତାର ଲୋଭ ବା ପାରିବାରିକ ଚାପ ଯୋଗୁ ଅନେକ କମ୍ ବୟସର ଝିଅ ବିବାହ ପୂର୍ବରୁ ମା’ ହେଉଛନ୍ତି ।
Comments are closed.