Latest Odisha News

BREAKING NEWS

ପ୍ରବଳ ତାତିରୁ ଆଶ୍ବସ୍ତି, ପ୍ରବଳ ପବନ ସହ ହେଲା ବର୍ଷା

ଭୁବନେଶ୍ୱର: ପ୍ରବଳ ତାତିରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ ଅଂଚଳରେ କାଳବୈଶାଖି ବର୍ଷା ହୋଇଛି । ଆଜି ସନ୍ଧ୍ୟା ସମୟରେ ତରବୋଡ ପଂଚାୟତରେ ଜୋରଦାର ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା । ଗତ ସପ୍ତାହ ଧରି ନୂଆପଡା ଜିଲ୍ଲାରେ ପ୍ରବଳ ଗରମ ଅନୁଭୁତ ହେଉଅଛି । କାଳବୈଶାଖି ବର୍ଷା ପରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ଅନ୍ୟପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ । ଆକାଶରୁ ହେଉଛି ଅଗ୍ନି ବର୍ଷା । ଆଜି ବି ବୌଦ୍ଧ ଦେଶର ଉତ୍ତପ୍ତ ସହର ସହର ଭାବେ ପରିଗଣିତ ହୋଇଛି । ବୌଦ୍ଧ ସହ ଝାରସୁଗୁଡ଼ା ମଧ୍ୟ ଆଜି ଦେଶର ସର୍ବାଧିକ ଉତ୍ତପ୍ତ ସହର । ୪୩.୬ ଡିଗ୍ରୀ ସହ ବୌଦ୍ଧ ଦେଶର ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ସେହିପରି ବଲାଙ୍ଗିର ୪୧.୭, ଅନୁଗୁଳ ୪୧.୧, ଟିଟିଲାଗଡ଼ ୪୦.୫ ଡିଗ୍ରୀ ରହିଛି । ସୁନ୍ଦରଗଡ଼ ୪୦.୩ ଓ ଭବାନୀପାଟଣାରେ ତାତି ୪୦.୨ ଡିଗ୍ରୀ ରହିଛି ।

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ତାତି ଜାରି ରହିବ । ୧୯ରୁ କାଳବୈଶାଖୀ ବର୍ଷା ତାତିରେ ସାମାନ୍ୟ ଆଶ୍ବସ୍ତି ଆଣିବ । ସେହିପରି ଆସନ୍ତା ତିନି ଦିନ ରାଜ୍ୟରେ ହିଟ୍‌ ୱେଭ୍‌ ଜାରି ରହିବ । ଆସନ୍ତା କାଲି ପାଇଁ ୩ ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍‌ ଆଲର୍ଟ ସହ ସିଭିୟର ହିଟ୍ ୱେଭ କଣ୍ଡିସନ ନେଇ ସତର୍କତା ଜାରି କରିଛି ।

Leave A Reply

Your email address will not be published.