Latest Odisha News

BREAKING NEWS

କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭଞ୍ଜନଗର: ଭଞ୍ଜନଗର କଳିଙ୍ଗା ଘାଟିରେ ପୁଣିଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ଦିନ ଏହି ଘାଟିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ସୂଚନା ମିଳିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର। ଟ୍ରକ୍‌ଟି ଛତିଶଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ସୂଚନା ମିଳିଛି।

ଟ୍ରକ୍‌ଟି ଓଲଟି ପଡ଼ିବାରୁ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା ସୂଚନା। ତାଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆହତ ଡ୍ରାଇଭରଙ୍କ ନାଁ ସୁଶାନ୍ତ ସାହୁ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.