Latest Odisha News

ବାଇକ ଉପରେ ଚଢ଼ିଗଲା ଟ୍ରକ, ଦୁଇ ବାଇକ୍‌ ଆରୋହୀ ମୃତ

ଭଦ୍ରକ : ବାଇକ ଉପରେ ଚଢ଼ିଗଲା ଟ୍ରକ । ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ମୃତ । ଭଦ୍ରକ ରାନ୍ଦିଆ ନିକଟରେ ବାଇକରେ ଯାଉଥିବା ତିନି ଜଣ ଯୁବକଙ୍କ ଉପରେ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବାଇକ ଚଳାଉଥିବା ରାଜେଶ ବାରିକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ମୃତକ ହେଲେ ଜଡ଼ା ଜେନା ଓ ବଟ ସେଠୀ |

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଛନ୍ତି । ପରେ ଚାଳକଙ୍କୁ ଗ୍ରାମାଞ୍ଚଳ ଥାନା ପୋଲିସ ଜିମା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସିଲା ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.