ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ଶତବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଏକ ବିଶେଷ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଅନନ୍ୟ ଡାକଟିକଟ ଏବଂ ୧୦୦ ଟଙ୍କାର ଏକ ସ୍ମାରକ ମୁଦ୍ରା ଜାରି କରିଛନ୍ତି, ଯାହା ସଂଘର ବୈଚାରିକ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି। ଆସନ୍ତୁ ଜାଣିବା ଏହା ପୂର୍ବରୁ କେବେ କେବେ ୧୦୦ ଟଙ୍କାର ମୁଦ୍ରା ଜାରି କରାଯାଇଛି।
ନୂଆ ମୁଦ୍ରାଟି କିପରି?
ନୂଆ ସ୍ମାରକ ମୁଦ୍ରାର ଡିଜାଇନ୍ ବେଶ୍ ଆକର୍ଷଣୀୟ। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଭାରତର ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’ ଅଙ୍କିତ ହୋଇଛି, ଆଉ ଅନ୍ୟ ପାର୍ଶ୍ୱରେ ସିଂହ ସହିତ ବରଦ ମୁଦ୍ରାରେ ଭାରତ ମାତାଙ୍କର ଏକ ଅପୂର୍ବ ପ୍ରତିମୂର୍ତ୍ତି ଦେଖାଯାଉଛି। ଭାରତ ମାତାଙ୍କ ସମ୍ମୁଖରେ ସଂଘର ସ୍ୱୟଂସେବକମାନେ ନମନ ମୁଦ୍ରାରେ ଠିଆ ହୋଇଥିବାର ଦେଖାଯାଉଛନ୍ତି। ମୁଦ୍ରାରେ ସଂଘର ବୋଧବାକ୍ୟ ମଧ୍ୟ ଲେଖା ଯାଇଛି- “ରାଷ୍ଟ୍ରାୟ ସ୍ୱାହା, ଇଦଂ ରାଷ୍ଟ୍ରାୟ ଇଦଂ ନ ମମ୍”। ଏହାକୁ ଦେଖି ସ୍ପଷ୍ଟ ବାରି ହେଉଛି ଯେ ଏହି ସ୍ମାରକ ମୁଦ୍ରା ସଂଘର ବିଚାରଧାରା ଓ ସମର୍ପଣ ଭାବନାର ପ୍ରତୀକ।
ଏହା ପୂର୍ବରୁ କେଉଁ କେଉଁ ଅବସରରେ ୧୦୦ ଟଙ୍କାର ମୁଦ୍ରା ଜାରି ହୋଇଛି?
ଭାରତରେ ସ୍ମାରକ ମୁଦ୍ରାର ପରମ୍ପରା ପୂର୍ବରୁ ରହିଆସିଛି। ଅଧିକାଂଶ ସମୟରେ ଏହି ମୁଦ୍ରାଗୁଡ଼ିକ ସାଧାରଣ ଲୋକଙ୍କ ଲାଗି ଲେଣଦେଣ ପାଇଁ ନୁହେଁ, ବରଂ ବିଶେଷ ଅବସରଗୁଡ଼ିକର ସ୍ମୃତି ରଖିବା ଏବଂ ସଂଗ୍ରହ କରିବା ପାଇଁ ସୀମିତ ସଂଖ୍ୟାରେ ଜାରି କରାଯାଏ। ଇତିହାସ ଉପରେ ନଜର ଦେଲେ ଜଣାଯାଏ ଯେ ୧୦୦ ଟଙ୍କାର ସ୍ମାରକ ମୁଦ୍ରା ପ୍ରଥମେ ୨୦୧୦ ମସିହାରେ ଜାରି ହୋଇଥିଲା, ଯେତେବେଳେ ରବୀନ୍ଦ୍ରନାଥ ଟାଗୋରଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏହା ତିଆରି କରାଯାଇଥିଲା।
ଏହା ପରେ ମଧ୍ୟ ଅନେକ ଅବସରରେ ୧୦୦ ଟଙ୍କାର ମୁଦ୍ରା ଜାରି ହୋଇଛି, ଯେପରିକି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଶତାବ୍ଦୀ, ମଦନ ମୋହନ ମାଲବୀୟଙ୍କ ଜୟନ୍ତୀ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଏବଂ ଅଣ୍ଣା ଦୁରାଇଙ୍କ ସ୍ମୃତିରେ ମଧ୍ୟ ୧୦୦ ଟଙ୍କାର ମୁଦ୍ରା ଜାରି କରାଯାଇଛି। ଯଦିଓ ଅନେକ ସମୟରେ ଏପରି ମଧ୍ୟ ହୋଇଛି ଯେ ସରକାର ଖାସ ମୁଦ୍ରାର ଘୋଷଣା କରିଛନ୍ତି, କିନ୍ତୁ ଟେକ୍ନିକାଲ କାରଣ କିମ୍ବା ନୀତିଗତ ନିଷ୍ପତ୍ତି ଯୋଗୁଁ ସେଗୁଡ଼ିକୁ ଢ଼ାଳି ହେବା ପରେ ଚଳଣରେ ଆଣି ହୋଇ ନାହିଁ। ତଥାପି, ଏହି ମୁଦ୍ରାଗୁଡ଼ିକର ମହତ୍ତ୍ୱ କମ୍ ହୁଏ ନାହିଁ, କାରଣ ଏହା ଇତିହାସ ଓ ପରମ୍ପରାର ଏକ ଅମୂଲ୍ୟ ଅଂଶ ହୋଇଯାଏ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.