Latest Odisha News

BREAKING NEWS

ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?

ନୂଆଦିଲ୍ଲୀ:  ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଶୁକ୍ରବାର ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁଟିନଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି, “ବିଶ୍ୱକୁ ଶାନ୍ତିର ଆବଶ୍ୟକତା ରହିଛି। ଭାରତ ଶାନ୍ତି ପାଇଁ ସବୁ ଆବଶ୍ୟକ ପ୍ରୟାସକୁ ସମର୍ଥନ କରୁଛି। ଭାରତ ଓ ରୁଷିଆର ବନ୍ଧୁତ୍ୱ ଏହାର ଉଦାହରଣ ଯେ ପୁଟିନଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତା କିପରି ଦ୍ୱିପାକ୍ଷିକ ସମ୍ପର୍କକୁ ବଦଳାଇ ପାରନ୍ତି।”

ଦୁଇ ନେତାଙ୍କ ବୈଠକ ମଧ୍ୟରେ ୨୫ରୁ ଅଧିକ ଚୁକ୍ତିନାମା ଉପରେ ହସ୍ତାକ୍ଷର ହେବାର ଆଲୋଚନା ଚାଲିଛି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବ୍ୟାପାର ଆହୁରି ବଢ଼ିବ। ଏହି ସମୟରେ ରୁଷିଆର ମୁଦ୍ରା ମଧ୍ୟ ଚର୍ଚ୍ଚାକୁ ଆସିଛି। ଜାଣନ୍ତୁ, ପୁଟିନଙ୍କ ରୁଷିଆରେ ଭାରତୀୟ ଟଙ୍କାର ମୂଲ୍ୟ କେତେ?

ଭାରତର ୧୦୦ ଟଙ୍କା ରୁଷିଆରେ ପହଞ୍ଚିଲେ କେତେ ହୋଇଯାଏ?

ରୁଷିଆର ଅଧିକାରିକ ମୁଦ୍ରାର ନାମ ହେଉଛି ରୁବଲ (Russian Ruble)। ଏହାର ସଂକ୍ଷିପ୍ତ ନାମ RUB ଏବଂ ଚିହ୍ନ ₽। ବର୍ତ୍ତମାନର ବିନିମୟ ହାର ଅନୁଯାୟୀ (୫ ଡିସେମ୍ବର ୨୦୨୫ ଅପରାହ୍ନ ସୁଦ୍ଧା):

୧ ଭାରତୀୟ ଟଙ୍କା = ପ୍ରାୟ ୦.୮୪ ରୁଷିୟ ରୁବଲ

ତେଣୁ ୧୦୦ ଭାରତୀୟ ଟଙ୍କା = ପ୍ରାୟ ୮୪.୩୯ ରୁଷିୟ ରୁବଲ

ଅର୍ଥାତ୍ ଭାରତର ୧୦୦ ଟଙ୍କା ରୁଷିଆ ଯାଇ ୮୪ ରୁବଲ ପାଖାପାଖି ହୋଇଯାଏ।
ରୁଷିଆରେ କେତେ ଭାରତୀୟ ରହୁଛନ୍ତି?

ମସ୍କୋସ୍ଥିତ ଭାରତୀୟ ଦୂତାବାସର ତଥ୍ୟ ଅନୁଯାୟୀ, ରୁଷିଆରେ ପ୍ରାୟ ୧୪ ହଜାର ଭାରତୀୟ ରହୁଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ପେଶାଦାର, ଛାତ୍ର ଏବଂ ଶ୍ରମିକ ରହିଛନ୍ତି। ପ୍ରାୟ ୫୦୦ ଭାରତୀୟ ବ୍ୟବସାୟୀ ରୁଷିଆରେ ରହୁଛନ୍ତି ଏବଂ ୩୦୦ରୁ ଅଧିକ ଭାରତୀୟ କମ୍ପାନୀ ସେଠାରେ ପଞ୍ଜୀକୃତ।ପୁଟିନଙ୍କ ଭାରତ ଗସ୍ତ ଯୋଗୁ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଓ ମୁଦ୍ରା ବିନିମୟ ଆହୁରି ମଜବୁତ ହେବାର ଆଶା କରାଯାଉଛି।

Leave A Reply

Your email address will not be published.