Latest Odisha News

BREAKING NEWS

Russian Deputy Prime Minister:ରାଷ୍ଟ୍ରପତିଙ୍କ ପୂର୍ବରୁ ଭାରତରେ ପହଞ୍ଚିଲେ ରୁଷର ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭ

ନୂଆଦିଲ୍ଲୀ : ଆଉ କିଛି ସମୟରେ ଭାତରେ ପହଞ୍ଚିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ, ରୁଷର  ଉପ-ପ୍ରଧାନମନ୍ତ୍ରୀ ତଥା  ଭାରତ-ରୁଷ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଆନ୍ତଃ-ସରକାରୀ ଆୟୋଗର ସହ-ଅଧ୍ୟକ୍ଷ ଡେନିସ୍ ମାଣ୍ଟୁରୋଭ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଡ଼େନିସଙ୍କୁ ଦିଲ୍ଲୀ ଏୟାରପୋର୍ଟରେ କରାଯାଇଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଡେନିସ୍ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସଂସଦ ଗୃହକୁ ପାଛୋଟି ନିଆଯାଇଛି ।

ଡେନିସ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ଭାରତ ଗସ୍ତ ବାର୍ଷିକ ଉଚ୍ଚସ୍ତରୀୟ ସମ୍ମିଳନୀର ପରମ୍ପରାକୁ ଫେରାଇବା ସହ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ଗଭୀର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ । ଅନେକ ଦିନ ପରେ ରାଷ୍ଟ୍ରପତି ପୁଟିନ ପ୍ରଥମ ଭାରତ ଗସ୍ତ କରିଛନ୍ତି । ମାଣ୍ଟୁରୋଭ ପ୍ରତିକ୍ରିୟାରେ କହିଛନ୍ତି, ଡିସେମ୍ବର ୪-୫ ତାରିଖ ବୈଠକ ଫଳପ୍ରଦ ହେବା ନିଶ୍ଚିତ କରିବା ପାଇଁ ଉଭୟ ପକ୍ଷ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିଛନ୍ତି ।

 

Leave A Reply

Your email address will not be published.