ଲଣ୍ଡନ:ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମାର ଜେଲେନସ୍କି ବୁଧବାର ବିସ୍ଫୋରକ ବୟାନ ଦେଇ କହିଛନ୍ତି ରୁଷ ତାଙ୍କ ଦେଶ ସହ ଯୁଦ୍ଧ କରି ହାରି ଯାଇଛି । ମସ୍କୋ ସୈନ୍ୟ ଆକ୍ରମଣ କରିବାର ପ୍ରଥମ ଦିନରୁ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନକୁ ବ୍ରିଟେନ ସମର୍ଥନ କରିଥିବାରୁ ଜେଲେନସ୍କି କୃତଜ୍ଞତା ପ୍ରକାଶ କରିଥିଲେ । ବ୍ରିଟେନ ସଂସଦରେ ଏକ ଆବେଗଭରା ସମ୍ବୋଧନ କରି ଜେଲେନସ୍କି କହିଥିଲେ, ମୁଁ ôଆମ ବାହାଦୁର ସୈନ୍ୟମାନଙ୍କ ପାଇଁ ଆପଣଙ୍କ ସାମ୍ନାରେ ଛିଡା ହୋଇଛି । ଏବେ ବି ମୋ ସେନା ରୁଷ ତୋପର ସାମ୍ନା କରୁଛନ୍ତି । ୟୁକ୍ରେନ ଏକ ଭୁଲ ବିରୁଦ୍ଧରେ ଲଢୁଛି ଏବଂ ନିଶ୍ଚିତ ଭାବେ ଜିତିବ । ଏହା ଆପଣଙ୍କର ଏବଂ ଆମ ଦେଶର ପରମ୍ପରା ଅଟେ ।
ଜେଲେନସ୍କି ଏକ ଅଲିଭ ରଙ୍ଗର ଟ୍ରେଡମାର୍କ ଟି ସର୍ଟ ପିନ୍ଧିଏହି ଐତିହାସିକ ସମ୍ବୋଧନ କରି ନିଜର ଦମ୍ଭୋକ୍ତି ପ୍ରକାଶ କରି କହିଥିଲେ ରୁଷ ହାରିବ । ୨୦୨୨ ଫେବୃଆରୀରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ରୁଷ ଆକ୍ରମଣ ପରେ ଏହା ତାଙ୍କର ପ୍ରଥମ ବିଟ୍ରେନ ଯାତ୍ରା ଥିଲା । େ:ଷ୍ଟ ମିନିଷ୍ଟର ହଲରେ ସମ୍ବୋଧନ କରି କହିଥିଲେ ଆମେ ଜାଣୁ ସ୍:ାଧୀନତାର ଜୟ ହେବ । ଆମେ ଏକଥା ବି ଜାଣୁ ପରାଧିନତା ହାରିବ । ରୁଷ ହାରିବ ଏବଂ ଆମର ବିଜୟ ଦୁନିଆକୁ ବଦଳାଇ ଦେବ ।
ଜେଲେନସ୍କି ବକିଂହୋମ ପାଲେସ ପକ୍ଷରୁ କୁହାଯାଇଛି ଜେଲେନସ୍କି ମହାରାଜା ଚାର୍ଲସ ତୃତୀୟଙ୍କୁ ସାକ୍ଷାତ କରିବେ । ଏଥିସହିତ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ମଧ୍ୟ ସାକ୍ଷାତ କରିବେ । ଅନ୍ୟପକ୍ଷେ ରୁଷି ସୁନକ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କିଙ୍କ ବ୍ରିଟେନ ଯାତ୍ରା ତାଙ୍କ ଦେଶର ସାହାସ, ଦୃଢ ସଙ୍କଳ୍ପର ପ୍ରମାଣ ଅଟେ ।ଏହା ବ୍ରିଟେନ ଏବଂ ୟୁକ୍ରେନ ମଧ୍ୟରେ ଥିବା ଅତୁଟ ମିତ୍ରତାର ମଧ୍ୟ ପରିଚୟ ଅଟେ ।
ମଧ୍ୟରେ ରହିବାର ସମ୍ଭାବନା ଥିବା କୁହାଯାଇଛି ।
BREAKING NEWS
- ଆଇଟିଇଆର ରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ
- ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ
- Earthquake: ଥରିଲା ଉତ୍ତର ଭାରତ;ଭୂମିକମ୍ପର କେନ୍ଦ୍ରସ୍ଥଳ…
- Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା ATS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ୭୦୦ କୋଟି ଟଙ୍କାର ଅଫର ଗ୍ରହଣ କଲେନି ରାମାୟଣର ମେକର୍ସ
- ଖୁବଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
- ୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ରେକର୍ଡ
Comments are closed.