ଲଣ୍ଡନ:ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମାର ଜେଲେନସ୍କି ବୁଧବାର ବିସ୍ଫୋରକ ବୟାନ ଦେଇ କହିଛନ୍ତି ରୁଷ ତାଙ୍କ ଦେଶ ସହ ଯୁଦ୍ଧ କରି ହାରି ଯାଇଛି । ମସ୍କୋ ସୈନ୍ୟ ଆକ୍ରମଣ କରିବାର ପ୍ରଥମ ଦିନରୁ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନକୁ ବ୍ରିଟେନ ସମର୍ଥନ କରିଥିବାରୁ ଜେଲେନସ୍କି କୃତଜ୍ଞତା ପ୍ରକାଶ କରିଥିଲେ । ବ୍ରିଟେନ ସଂସଦରେ ଏକ ଆବେଗଭରା ସମ୍ବୋଧନ କରି ଜେଲେନସ୍କି କହିଥିଲେ, ମୁଁ ôଆମ ବାହାଦୁର ସୈନ୍ୟମାନଙ୍କ ପାଇଁ ଆପଣଙ୍କ ସାମ୍ନାରେ ଛିଡା ହୋଇଛି । ଏବେ ବି ମୋ ସେନା ରୁଷ ତୋପର ସାମ୍ନା କରୁଛନ୍ତି । ୟୁକ୍ରେନ ଏକ ଭୁଲ ବିରୁଦ୍ଧରେ ଲଢୁଛି ଏବଂ ନିଶ୍ଚିତ ଭାବେ ଜିତିବ । ଏହା ଆପଣଙ୍କର ଏବଂ ଆମ ଦେଶର ପରମ୍ପରା ଅଟେ ।
ଜେଲେନସ୍କି ଏକ ଅଲିଭ ରଙ୍ଗର ଟ୍ରେଡମାର୍କ ଟି ସର୍ଟ ପିନ୍ଧିଏହି ଐତିହାସିକ ସମ୍ବୋଧନ କରି ନିଜର ଦମ୍ଭୋକ୍ତି ପ୍ରକାଶ କରି କହିଥିଲେ ରୁଷ ହାରିବ । ୨୦୨୨ ଫେବୃଆରୀରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ରୁଷ ଆକ୍ରମଣ ପରେ ଏହା ତାଙ୍କର ପ୍ରଥମ ବିଟ୍ରେନ ଯାତ୍ରା ଥିଲା । େ:ଷ୍ଟ ମିନିଷ୍ଟର ହଲରେ ସମ୍ବୋଧନ କରି କହିଥିଲେ ଆମେ ଜାଣୁ ସ୍:ାଧୀନତାର ଜୟ ହେବ । ଆମେ ଏକଥା ବି ଜାଣୁ ପରାଧିନତା ହାରିବ । ରୁଷ ହାରିବ ଏବଂ ଆମର ବିଜୟ ଦୁନିଆକୁ ବଦଳାଇ ଦେବ ।
ଜେଲେନସ୍କି ବକିଂହୋମ ପାଲେସ ପକ୍ଷରୁ କୁହାଯାଇଛି ଜେଲେନସ୍କି ମହାରାଜା ଚାର୍ଲସ ତୃତୀୟଙ୍କୁ ସାକ୍ଷାତ କରିବେ । ଏଥିସହିତ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ମଧ୍ୟ ସାକ୍ଷାତ କରିବେ । ଅନ୍ୟପକ୍ଷେ ରୁଷି ସୁନକ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କିଙ୍କ ବ୍ରିଟେନ ଯାତ୍ରା ତାଙ୍କ ଦେଶର ସାହାସ, ଦୃଢ ସଙ୍କଳ୍ପର ପ୍ରମାଣ ଅଟେ ।ଏହା ବ୍ରିଟେନ ଏବଂ ୟୁକ୍ରେନ ମଧ୍ୟରେ ଥିବା ଅତୁଟ ମିତ୍ରତାର ମଧ୍ୟ ପରିଚୟ ଅଟେ ।
ମଧ୍ୟରେ ରହିବାର ସମ୍ଭାବନା ଥିବା କୁହାଯାଇଛି ।
BREAKING NEWS
- ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
- Union Budget 2026: ଚଳିତ ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ କଣ ମିଳିଲା…
- Budget 2026: ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା; ପ୍ରତ୍ୟେକ ଜିଲ୍ଲାରେ ବାଳିକା ଛାତ୍ରାବାସ ପ୍ରତିଷ୍ଠା ହେବ
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
- Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…
- ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି
- ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
- Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ
Comments are closed.