ନୂଆପଡ଼ା: ନିଜ ବନ୍ଧୁକରେ ନିଜକୁ ଗୁଳି କଲେ ଯବାନ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଢେକୁନପାନି ସିଆରପିଏଫ୍ ୨୧୬ ବାଟାଲିୟନ କେମ୍ପରେ କାର୍ଯ୍ୟରତ ଜଣେ ଯବାନ ନିଜ ସର୍ଭିସ୍ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି | ଆନୁଷଙ୍ଗିକ କାର୍ଯ୍ୟ ସରିବା ପରେ ଆଜି ତାଙ୍କର ପ୍ରାର୍ଥିବ ଶରୀର ତାଙ୍କ ପୈତୃକ ଗାଁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମରେ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମାପ୍ତ କରାଯାଇଥିଲା।
ଖଡିଆଳ ବ୍ଲକ ଘରଧରା ଗ୍ରାମର ଗୋପୀନାଥ ଶବର ନାମକ ଯବାନ ସିଆରପିଏଫ କେମ୍ପରେ କାର୍ଯ୍ୟ କରୁଥିଲେ । କାଲି ସେ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ବୃଦ୍ଧ ବାପା ମା, ବଉ ସହ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ପରେ ଜଣା ପଡ଼ିବ ବୋଲି ଆଶା କରାଯାଉଛି। ପରିବାରର ସେ ଏକମାତ୍ର ରୋଜଗାର କ୍ଷମ ସଦସ୍ୟ ଥିବାରୁ ତାଙ୍କ ବିୟୋଗରେ ସମ୍ପୂର୍ଣ ପରିବାର ଦୁଃଖରେ ଭାଙ୍ଗି ପଡିଛି। ଦୁଇ ବର୍ଷ ତଳେ ତାଙ୍କର ଭାଇ ମୃତ୍ୟୁ ବରଣ କରିଥିଲେ, ଏବେ ସେ ଆତ୍ମହତ୍ୟା କରିଛନ୍ତି। ଏହି ପରିବାରକୁ ସମ୍ପୂର୍ଣ ସହଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Comments are closed.