Latest Odisha News

ସ୍ପେଶ ଡକିଂ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ

ନୂଆଦିଲ୍ଲୀ : ସ୍ପେଶ ଡକିଂ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ। ଦୁଇଟି ସ୍ପେଶ କ୍ରାଫ୍ଟ ମଧ୍ୟରେ ଦୂରତା ୧୫ ମିଟରକୁ ହ୍ରାସ କରିବାରେ ସକ୍ଷମ ହୋଇଛି ଇସ୍ରୋ। କ୍ରମେ ଏହି ଦୂରତାକୁ ଶୂନ୍ୟ ସ୍ତରକୁ ଅଣାଯିବ ଏହା ପରେ ଦୁଇଟି ସ୍ପେଶକ୍ରାପ୍ଟ ପରସ୍ପର ସହ ଯୋଡ଼ି ହେବ । ଯାହାକୁ ସ୍ପେଶ ଡକିଂ କୁହାଯାଉଛି । ଏହା ଏକ ଜଟିଳ ପ୍ରକ୍ରିୟା। ଏହି ପରୀକ୍ଷଣ ସଫଳ ହେଲେ ସ୍ପେଶ ଡକିଂ କ୍ଷେତ୍ରରେ ଭାରତ ବନିଯିବ ବିଶ୍ବର ଚତୁର୍ଥ ରାଷ୍ଟ୍ର । ଏବେ କେବଳ ଆମେରିକା, ରୁଷିଆ ଓ ଚୀନ ପାଖରେ ସ୍ପେଶ ଡକିଂ କ୍ଷମତା ରହିଛି । ଡିସେମ୍ବର ୩୦ରେ ଲଞ୍ଚ ହୋଇଥିଲା ସ୍ପେଡେକ୍ସ ମିଶନ। ନିଜସ୍ବ ମହାକାଶ କେନ୍ଦ୍ର ନିର୍ମାଣ କରିବା ଦିଗରେ ଏହା ସହୟକ ହେବ । ତାସହ ଚନ୍ଦ୍ରରୁ ନମୁନା ଆଣିବା ପାଇଁ ଏହି ଜ୍ଞାନ କୌଶଳର ଆବଶ୍ୟକତା ରହିଛି।

ସୂଚନା ଅନୁଯାୟୀ, ୨୦୨୪ ଡିସେମ୍ବର ୩୦ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତିଶଧବନ ସ୍ପେସ୍ ଷ୍ଟେସନରୁ PSLV C60 ରକେର୍ଟରେ ଏହାକୁ ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଥିଲା । ସ୍ପେଡେକ୍ସ ମିଶନରେ ଦୁଇଟି ଛୋଟ ଉପଗ୍ରହକୁ ନେଇ ପରୀକ୍ଷଣ କରାଯାଇଛି । ଯାହାର ଓଜନ ପ୍ରାୟ ୨୨୦ କିଲୋଗ୍ରାମ । ପୃଥିବୀ ଠାରୁ ୪୭୫ କିଲୋମିଟର ହାଇ-ଅର୍ବିଟକୁ ପଠାଯାଇଛି । ରବିବାର ଅର୍ଥାତ୍ ଆଜି ଦୁଇ ସାଟେଲାଇଟ୍ ଚେଜର ଏବଂ ଟାର୍ଗେଟ୍ ମଧ୍ୟରେ ଡକିଂ କରାଯିବ । ସ୍ପେଡେକ୍ସ ଡକିଂ ସଫଳ ହେଲେ ମହାକାଶରେ ଇତିହାସ ରଚିବ ଇସ୍ରୋ ।

Leave A Reply

Your email address will not be published.