Latest Odisha News

BREAKING NEWS

ପୃଥିବୀର ଅତିନିକଟରେ ହେବ ବଡ଼ ବିସ୍ଫୋରଣ ! ଜହ୍ନଠାରୁ 10 ଗୁଣା ଅଧିକ ବଡ଼

ନୂଆଦିଲ୍ଲୀ:  ମାତ୍ର ୧୫୦ ପ୍ରକାଶ-ବର୍ଷ ଦୂରରେ ଦୁଇଟି ଧଳା ବୌନା ତାରାଙ୍କର ଏକ ଅତ୍ୟନ୍ତ ଦୁର୍ଲଭ ଜୋଡ଼ି ଆବିଷ୍କାର କରିଛନ୍ତି ବୈଜ୍ଞାନିକ। ଏହି ଦୁଇ ତାରା ଆଗାମୀ ଅରବ ବର୍ଷ ମଧ୍ୟରେ ପରସ୍ପର ସହ ଟକ୍କର ହେବା ସହ ଏକ ଭୟଙ୍କର ଟାଇପ୍ ୧ଏ (Type 1a) ସୁପରନୋଭା ବିସ୍ଫୋରଣରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ଏହି ବିସ୍ଫୋରଣ ଏତେ ଉଜ୍ଜ୍ୱଳ ହେବ ଯେ ଏହା ଚନ୍ଦ୍ରମାଠାରୁ ୧୦ ଗୁଣ ଅଧିକ ଆଲୋକ ଦେବ ଏବଂ ସାରା ଆକାଶଗଙ୍ଗାକୁ କିଛି ମୁହୂର୍ତ୍ତ ପାଇଁ ଝଲସାଇ ଦେବ। ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ନେଚର ଆଷ୍ଟ୍ରୋନୋମୀ ଜର୍ନାଲରେ ୪ ଏପ୍ରିଲ ୨୦୨୫ରେ ପ୍ରକାଶିତ ହୋଇଛି।

‘ଡୁମ୍‌ଡ୍ ଷ୍ଟାର ସିଷ୍ଟମ୍’ କ’ଣ?

ଏହା ଦୁଇଟି ଧଳା ବୌନା ତାରାଙ୍କର ଏକ ବାଇନାରୀ ସିଷ୍ଟମ୍, ଯାହା ଧୀରେ ଧୀରେ ନିକଟତର ହୋଇ ଆସୁଛନ୍ତି। ଏମାନଙ୍କର ମୋଟ ଆକାର ସୂର୍ଯ୍ୟଙ୍କଠାରୁ ୧.୫୬ ଗୁଣ ଅଧିକ, ଯାହା ଏମାନଙ୍କୁ ଟାଇପ୍ ୧ଏ ସୁପରନୋଭାରେ ରୂପାନ୍ତରିତ କରିଛି। ବର୍ତ୍ତମାନ ଏହି ତାରା ଦୁଇଟି ୧୪ ଘଣ୍ଟାରେ ଏକ ଘୂର୍ଣ୍ଣନ ପୂରା କରୁଛନ୍ତି। କିନ୍ତୁ ୨୩ ଅରବ ବର୍ଷ ପରେ ଯେତେବେଳେ ଏମାନେ ପରସ୍ପର ସହ ଧକା ହେବେ, ସେତେବେଳେ ଏମାନଙ୍କ ଗତି ଏତେ ତୀବ୍ର ହେବ ଯେ ମାତ୍ର ୩୦-୪୦ ସେକେଣ୍ଡରେ ଏକ ପରିକ୍ରମା ସମ୍ପୂର୍ଣ୍ଣ କରିବେ।

ଟାଇପ୍ ୧ଏ ସୁପରନୋଭା ଏକ ବିଶେଷ ପ୍ରକାରର ବିସ୍ଫୋରଣ, ଯାହା ଏମିତି ସମୟରେ ଘଟେ ଯେତେବେଳେ ଏକ ଧଳା ବୌନା ତାରା ତା’ର ନିକଟତର ତାରା ସହ ବାଡେଇ ହୁଏ। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ହୋଇଥାଏ ଯେ ଏହା ସମଗ୍ର ଆକାଶଗଙ୍ଗାକୁ କିଛି ସମୟ ପାଇଁ ଆଲୋକିତ କରିଦିଏ। ଆମ ମିଲ୍କି ୱେ ଆକାଶଗଙ୍ଗାରେ ଏପରି ବିସ୍ଫୋରଣ ପ୍ରତି ୫୦୦ ବର୍ଷରେ ଥରେ ଘଟିଥାଏ।

କେମିତି ହେବ ଏହି ବିସ୍ଫୋରଣ?

ବୈଜ୍ଞାନିକମାନଙ୍କ ମତରେ, ଏହି ବିସ୍ଫୋରଣ ଚାରି ପର୍ଯ୍ୟାୟରେ ହେବ:

  • ପ୍ରଥମ ବିସ୍ଫୋରଣ: ଗୋଟିଏ ତାରା ଅନ୍ୟ ତାରା ସହ ନିକତର ହେବ ଏବଂ ବିସ୍ଫୋରଣ ଘଟିବ।
  • ଦ୍ୱିତୀୟ ବିସ୍ଫୋରଣ: ପ୍ରଥମ ତାରାର କୋର୍ ଫାଟିବ ଏବଂ ପଦାର୍ଥ ଚାରିଆଡ଼େ ଛିଟିକି ପଡ଼ିବ।
  • ତୃତୀୟ ଓ ଚତୁର୍ଥ ବିସ୍ଫୋରଣ: ଏହି ପଦାର୍ଥ ଦ୍ୱିତୀୟ ତାରା ସହ ବାଡେଇ ଏବଂ ପୁଣି ଦୁଇଥର ବିସ୍ଫୋରଣ ହେବ।
  • ଅନ୍ତିମ ବିସ୍ଫୋରଣ: ଦୁଇ ତାରା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଏକ ଉଜ୍ୱଳ ସୁପରନୋଭାରେ ପରିଣତ ହେବେ।

ଏହି ବିସ୍ଫୋରଣର ଶକ୍ତି ମଣିଷ ନିର୍ମିତ ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମାଠାରୁ ହଜାର ଟ୍ରିଲିୟନ୍ ଗୁଣ ଅଧିକ ହେବ!

ପୃଥିବୀ ପାଇଁ କିଛି ବିପଦ ଅଛି କି?

ଏହି ବିସ୍ଫୋରଣ ୨୩ ଅରବ ବର୍ଷ ପରେ ଘଟିବ, ଯେତେବେଳେ ଆମ ଆକାଶଗଙ୍ଗାର ଅସ୍ତିତ୍ୱ ମଧ୍ୟ ନ ଥାଇପାରେ। ଏହା ପୃଥ୍ୱୀଠାରୁ ଏତେ ଦୂରରେ ଘଟିବ ଯେ ଆମକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ତେବେ ଆକାଶରେ ଏହା ବୃହସ୍ପତିଠାରୁ ୨ ଲକ୍ଷ ଗୁଣ ଅଧିକ ଚମକଦାର ଦେଖାଯିବ।

 

Comments are closed.