ବ୍ରହ୍ମପୁର: ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଂଚଳରେ ଆଗକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡେଲଙ୍କ ଆଗମନ ପ୍ରକ୍ରୀୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଇଁଛଙ୍କ ସୁରକ୍ଷା ପାଇଁ ମଙ୍ଗଳବାର ଠାରୁ ସାମୁଦ୍ରିକ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍ଓ)ଅମ୍ଲାନ କୁମାର ନାୟକ ପୁରୁଣାବନ୍ଧ ଗ୍ରାମ ନିକଟ ମାଁ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୁଲ୍ୟା ନଦୀ କୁଳରୁ ପାଟ୍ରୋଲିଂକୁ ଆରମ୍ଭ କରିଥିଲେ। ବୋଟ ସାହାଯ୍ୟରେ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ଆରମ୍ଭ ହୋଇଛି। ବଙ୍ଗୋପସାଗରର ୨୦କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି। ବନ ବିଭାଗ ପକ୍ଷରୁ ଏହି କଟକଣା ପ୍ରାୟ ସାତ ମାସ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଏବଂ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଋଷିକୁଲ୍ୟା ମୁହାଁଣକୁ ନଭେମ୍ବର ପହିଲାରୁ ଜାନୁଆରୀ ଭିତରେ ଅଲିଭ ରିଡଲେ କଇଁଛମାନେ ମିଳନ ପାଇଁ ଆସିଥାନ୍ତି। ପରବର୍ତୀ ସମୟରେ ପାଗର ଅନୁକୂଳ ଅବସ୍ଥା ଓ ଦକ୍ଷିଣା ପବନ ହେଲେ ଗଣ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଅଣ୍ଡା ଦାନର ୪୫ ଦିନ ପରେ ସେଥିର ଛୁଆ ବାହାରିଥାନ୍ତି।
BREAKING NEWS
- ଆଦାନୀ ଗ୍ରୁପର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର
- ଏହି ୫ କାରଣ ଯୋଗୁ ଭାରତ ଜିତିଲା ପର୍ଥ ଟେଷ୍ଟ
- ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର
- କାଙ୍ଗାଳ ହୋଇଯିବ କି ନେପାଳ?
- ଉଦ୍ଧବଙ୍କୁ ‘ଦୈତ୍ୟ’ ସହ ତୁଳନା କଲେ କଙ୍ଗନା
- ଇସ୍ରାଏଲ ଉପରେ ୨୫୦ ରକେଟ୍ ମାଡ କଲା ହିଜବୁଲ୍ଲା
- ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ଫେଲ୍
- ରଣକ୍ଷେତ୍ରର ନାଁ ଯାଜପୁର !
- ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
- କମ୍ପିବ ବିଧାନସଭା…ଉଠିବ ଏସବୁ ପ୍ରସଙ୍ଗ
Comments are closed.