ବ୍ରହ୍ମପୁର: ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଂଚଳରେ ଆଗକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡେଲଙ୍କ ଆଗମନ ପ୍ରକ୍ରୀୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଇଁଛଙ୍କ ସୁରକ୍ଷା ପାଇଁ ମଙ୍ଗଳବାର ଠାରୁ ସାମୁଦ୍ରିକ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍ଓ)ଅମ୍ଲାନ କୁମାର ନାୟକ ପୁରୁଣାବନ୍ଧ ଗ୍ରାମ ନିକଟ ମାଁ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୁଲ୍ୟା ନଦୀ କୁଳରୁ ପାଟ୍ରୋଲିଂକୁ ଆରମ୍ଭ କରିଥିଲେ। ବୋଟ ସାହାଯ୍ୟରେ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ଆରମ୍ଭ ହୋଇଛି।
ବଙ୍ଗୋପସାଗରର ୨୦କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି। ବନ ବିଭାଗ ପକ୍ଷରୁ ଏହି କଟକଣା ପ୍ରାୟ ସାତ ମାସ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଏବଂ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଋଷିକୁଲ୍ୟା ମୁହାଁଣକୁ ନଭେମ୍ବର ପହିଲାରୁ ଜାନୁଆରୀ ଭିତରେ ଅଲିଭ ରିଡଲେ କଇଁଛମାନେ ମିଳନ ପାଇଁ ଆସିଥାନ୍ତି। ପରବର୍ତୀ ସମୟରେ ପାଗର ଅନୁକୂଳ ଅବସ୍ଥା ଓ ଦକ୍ଷିଣା ପବନ ହେଲେ ଗଣ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଅଣ୍ଡା ଦାନର ୪୫ ଦିନ ପରେ ସେଥିର ଛୁଆ ବାହାରିଥାନ୍ତି।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.