Latest Odisha News

BREAKING NEWS

ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ?

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଦୁଇ ପ୍ରାର୍ଥୀ । ଖଡଗେଙ୍କୁ ଟକ୍କର ଦେବାକୁ ଯାଉଛନ୍ତି  ଥରୁର  ।  ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ? ଏହିକିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ପାଇଁ ରାଜନୈତିକ ପାଣିପାଗ ବହୁତ ସରଗରମ ରହିଥିଲା । କାହାକୁ ଆସନ ହରେଇବାର ଭୟଥିଲା ତ ପୁଣି କିଏ କଂଗ୍ରେସ ହାଇକମାଣ୍ଡରକୁ ନିଜ କାର୍ଯ୍ୟ ପାଇଁ ଅସନ୍ତୁଷ୍ଟ କରି ଦେଲେ । ତେବେ ଏହି ସବୁ ଭିତରେ କିଏ ଏହି ରେସରେ ସାମିଲ ହେବ କିଏ ନାମାଙ୍କନ ଭରିବ ତାହାକୁ ନେଇ ବେଶ ଚର୍ଚ୍ଚା ଦେଖା ଦେଇଥିଲା । ତେବେ ଏହି ସବୁ ଥିରେ ବର୍ତ୍ତମାନ ଅନ୍ତ ଘଟିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରେସରେ ମାତ୍ର ଦୁଇ ଜଣ କଂଗ୍ରେସ ନେତା ସାମିଲା ହୋଇଛନ୍ତି । ସେ ହେଉଛନ୍ତି ରାଜ୍ୟ ସଭାରେ ବିରୋଧୀ ଦଳର ନେତା ଥିବା ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭା ସାଂସଦ ଶଶି ଥରୁର ।

ଅକ୍ଟୋବର ୧୭ରେ ହେବାକୁ ଥିବା ଏହି ନିର୍ବାଚନରେ ଏହି ଦୁଇ କଂଗ୍ରେସ ନେତା ସାମ୍ନା ସାମ୍ନି ହେବେ । କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ ବିଜୟ କାହାର ହେବ ତାହା ମଧ୍ୟ ବର୍ତ୍ତମାନ ଠାରୁ ବାରି ହୋଇ ଯାଉଛି । ଗତକାଲି ଥରୁର ଖଡଗେଙ୍କୁ ଭୀଷ୍ମ ପିତାମହ ବୋଲି ଉଦବୋଧନ କରିଥିଲେ । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ ଯଦି ଆପଣ କଂଗ୍ରେସରେ ସ୍ଥିତାବାସ୍ଥା ଦେଖିବାକୁ ଚାହୁଁଛନ୍ତି ତେବେ ଖଡଗେଙ୍କୁ ସମର୍ଥନ ଦେବେ ଆଉ ପରିବର୍ତ୍ତନ ଚାହୁଁଥିଲେ ମତେ ।

କିନ୍ତୁ ଯଦି ଆମେ ବର୍ତ୍ତମାନର ସ୍ଥିତି ଉପରେ ନଜର ପକାଇବା ଏବେ ସିଧା ସିଧା ଲାଗୁଛି ଥରୁର ହାରିବା ବାଜି ଖେଳୁଛନ୍ତି । ଥରୁରଙ୍କ ଜିତିବା ଆଦୌ ସମ୍ଭବକର ନୁହେଁ । କାରଣ ଜି-୨୩ର ନେତା ମାନେ ଖଡଗେଙ୍କୁ ନିଜର ସମର୍ଥନ ଦେଇଛନ୍ତି । କେବଳ ଏତିକି ନୁହେଁ ଖଡଗେ ଗାନ୍ଧୀ ପରିବାର ଖୁବ ବିଶ୍ୱସ୍ତ ମଧ୍ୟ । ସଦାସର୍ବଦା ଖଡଗେ ଗାନ୍ଧୀ ପରିବାରଙ୍କ ସହିତ ମଧ୍ୟ ରହି ଆସିଛନ୍ତି । ସେପଟେ ଶଶିଙ୍କର ଗ୍ରାଫ ଖଡଗେଙ୍କ ତୁଳନାରେ କିଛିଟା ଖାସ ନାହିଁ । ସ୍ୱଂୟ ନିଜ ଦଳର କିଛି କର୍ମକତା ତାଙ୍କୁ ସର୍ପୋଟ କରୁ ନାହାନ୍ତି । ଏହା ଭିତରେ ସ୍ୱଷ୍ଟ ଭାବେ ଜଣାପଡୁଛି ଯେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଖଡଗେଙ୍କ ହାତକୁ ହିଁ ଯିବ । ଆଉ ଖଡଗେଙ୍କ ବିଜୟ ସୁନିଶ୍ଚିନ୍ତ । ତେବେ ଏଥର ଦେଶର ସର୍ବପୁରାତନ ଦଳ କଂଗ୍ରେସ ଦଳ ଅନେକ ବର୍ଷ ପରେ ଜଣେ ଅଣ ଗାନ୍ଧୀ ଚେହେରାକୁ ସଭାପତି ଭାବେ ଦେଖିବାକୁ ଯାଇଛି  ।

Leave A Reply

Your email address will not be published.