ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଶିଳ୍ପ ସମାଗମ ମେଳା । ବରମୁଣ୍ଡାରେ ଥିବା ବିଜୁ ପଟ୍ଟନାୟକ ଖେଳପଡିଆରେ ମେଳାକୁ ଉଦଘାଟନ କରାଯାଇଛି । ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଏହାକୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବଭାଗର ସଚିବ ଅମିତ ଯାଦବ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି । ଅନୁସୂଚିତ ଜାତି, ପଛୁଆବର୍ଗ ଏବଂ ସଫେଇ କର୍ମଚାରୀ କାରିଗରଙ୍କ ପାରମ୍ପାରିକ ଉତ୍ପାଦ ଏହି ମେଳାରେ ଦେଖିବାକୁ ମିଳିଛି । ସରକାରଙ୍କ ତରଫରୁ ମେଳାର ଆୟୋଜନ କରାଯାଉଥିବା ବେଳେ ବ୍ୟବସାୟୀଙ୍କ ପାଇଁ ମାଗଣାରେ ଷ୍ଟଲ ବ୍ୟବସ୍ଥା କରାଯାଇଛି । ଏହା ସହ ସେମାନଙ୍କ ରହିବା ଓ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ହୋଇଛି । ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରେ ଏହି ମେଳା ଆୟୋଜନ କରାଯାଏ । ଚଳିତଥର ୧୪ଟି ରାଜ୍ୟର ବିଭିନ୍ନ ଜିନିଷ ଏହିମେଳାରେ ଦେଖିବାକୁ ମିଳିଛି । ୭ ଦିନ ଯାଏଁ ମେଳା ଚାଲିବାକୁ ଥିବା ବେଳେ ରାଜଧାନୀବାସୀ ମେଳାର ବେସ ମଜା ନେଉଛନ୍ତି । ଘରକରଣା ଜିନିଷ ସାଙ୍ଗକୁ ବିଭିନ୍ନ ମନଲୋଭାଣିଆ ଜିନିଷ ମିଳୁଥିବାରୁ ଗ୍ରାହକଙ୍କ ବେସ ଭିଡ ଦେଖିବାକୁ ମିଳୁଛି । ଆସନ୍ତା ୭ଦିନ ମଧ୍ୟରେ ପ୍ରତିଦିନ ମେଳା ଦେଖିବା ପାଇଁ ଗ୍ରାହକଙ୍କ ଭିଡ ଜମିବ ବୋଲି ଆଶା କରାଯାଇଛି । ସେହିପରି ମେଳାରେ ମନୋରଞ୍ଜନ କରିବା ପାଇଁ ବିଭିନ୍ନ ରାଜ୍ୟର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରୁଛନ୍ତି । ଶିଳ୍ପ ସମାଗମ ମେଳାରେ ଗ୍ରାହକ ଜିନିଷ କିଣିବା ସମ ମନୋରଞ୍ଜନ ମଧ୍ୟ କରିପାରିବେ ବୋଲି କୁହାଯାଇଛି
BREAKING NEWS
- Kavitha Resignation: ବିଧାନ ପରିଷଦରୁ କେ କବିତାଙ୍କ ଇସ୍ତଫା ଗ୍ରହଣ, ବିଦାୟ ବେଳେ ହେଲେ ଭାବୁକ
- Twin City: ଟ୍ଵିନ୍ସିଟିକୁ ପ୍ରଦୂଷଣ କଟକଣା, ନିୟମ ନମାନିଲେ ୫ ହଜାର ଜରିମାନା
- China face 100,000 casualties: ‘ଚୀନର ଲକ୍ଷେ ସୈନ୍ୟଙ୍କ ଜୀବନ ଯିବ…’, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି…
- Court Summons Rahul Gandhi: ଅମିତ ଶାହଙ୍କୁ ହତ୍ୟାକାରୀ କହିବା ପ୍ରସଙ୍ଗ, ୧୯ରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ସମନ କଲେ କୋର୍ଟ…
- Steve Smith: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ଙ୍କ ବିସ୍ଫୋରକ ପ୍ରଦର୍ଶନ! ଭାଙ୍ଗିଲେ ୯୬ ବର୍ଷର ପୁରୁଣା ଆଶେସ୍ ରେକର୍ଡ
- Venezuela Security Officers: ଭେନେଜୁଏଲାର ୨୪ ସୁରକ୍ଷା ଅଧିକାରୀ ନିହତ!
- US To Buy Venezuela Oil: ଟ୍ରମ୍ପଙ୍କ ବଡ଼ ଘୋଷଣା: ଭେନେଜୁଏଲାର ତେଲ କିଣିବ ଆମେରିକା
- Odisha Cold Wave: ରାଜଧାନୀରେ ହାଡ଼ ଭଙ୍ଗା ଜାଡ଼, ସବୁଠି ପାରଦ ତଳମୁହାଁ
- Bulldozer Action: ମଧ୍ୟରାତ୍ରିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ପଥର ମାଡରେ ୫ ପୋଲିସ କର୍ମଚାରୀ ଆହତ
- Flights Cancelled: କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ
Comments are closed.