ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଶିଳ୍ପ ସମାଗମ ମେଳା । ବରମୁଣ୍ଡାରେ ଥିବା ବିଜୁ ପଟ୍ଟନାୟକ ଖେଳପଡିଆରେ ମେଳାକୁ ଉଦଘାଟନ କରାଯାଇଛି । ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଏହାକୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବଭାଗର ସଚିବ ଅମିତ ଯାଦବ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି । ଅନୁସୂଚିତ ଜାତି, ପଛୁଆବର୍ଗ ଏବଂ ସଫେଇ କର୍ମଚାରୀ କାରିଗରଙ୍କ ପାରମ୍ପାରିକ ଉତ୍ପାଦ ଏହି ମେଳାରେ ଦେଖିବାକୁ ମିଳିଛି । ସରକାରଙ୍କ ତରଫରୁ ମେଳାର ଆୟୋଜନ କରାଯାଉଥିବା ବେଳେ ବ୍ୟବସାୟୀଙ୍କ ପାଇଁ ମାଗଣାରେ ଷ୍ଟଲ ବ୍ୟବସ୍ଥା କରାଯାଇଛି । ଏହା ସହ ସେମାନଙ୍କ ରହିବା ଓ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ହୋଇଛି । ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରେ ଏହି ମେଳା ଆୟୋଜନ କରାଯାଏ । ଚଳିତଥର ୧୪ଟି ରାଜ୍ୟର ବିଭିନ୍ନ ଜିନିଷ ଏହିମେଳାରେ ଦେଖିବାକୁ ମିଳିଛି । ୭ ଦିନ ଯାଏଁ ମେଳା ଚାଲିବାକୁ ଥିବା ବେଳେ ରାଜଧାନୀବାସୀ ମେଳାର ବେସ ମଜା ନେଉଛନ୍ତି । ଘରକରଣା ଜିନିଷ ସାଙ୍ଗକୁ ବିଭିନ୍ନ ମନଲୋଭାଣିଆ ଜିନିଷ ମିଳୁଥିବାରୁ ଗ୍ରାହକଙ୍କ ବେସ ଭିଡ ଦେଖିବାକୁ ମିଳୁଛି । ଆସନ୍ତା ୭ଦିନ ମଧ୍ୟରେ ପ୍ରତିଦିନ ମେଳା ଦେଖିବା ପାଇଁ ଗ୍ରାହକଙ୍କ ଭିଡ ଜମିବ ବୋଲି ଆଶା କରାଯାଇଛି । ସେହିପରି ମେଳାରେ ମନୋରଞ୍ଜନ କରିବା ପାଇଁ ବିଭିନ୍ନ ରାଜ୍ୟର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରୁଛନ୍ତି । ଶିଳ୍ପ ସମାଗମ ମେଳାରେ ଗ୍ରାହକ ଜିନିଷ କିଣିବା ସମ ମନୋରଞ୍ଜନ ମଧ୍ୟ କରିପାରିବେ ବୋଲି କୁହାଯାଇଛି
BREAKING NEWS
- ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?
- Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
- ପେଟ୍ରୋଲ ରପ୍ତାନି ଉପରେ ରୁଷର କଟକଣା କେତେ ପ୍ରଭାବିତ ହେବ ଭାରତ ?
- ପୁଣି ଉଠିଲା ଏସ୍ସିବି ପ୍ରସଙ୍ଗ, ବିଧାନସଭାରେ ଅଚଳ ଅଚଳାବସ୍ଥା
- ବିଧାନ ପରିଷଦରୁ ଇସ୍ତଫା ଦେଲେ ନୀତିଶ କୁମାର
- ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଚତୁର୍ଥ ଦଫା ରଥ କାଠ
- Kalbaisakhi Alert: ଆହୁରି ୫ ଦିନ ଯାଏ କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- LPG ସଙ୍କଟ: ପେଟ୍ରୋଲ ପମ୍ପରେ ଉପଲବ୍ଧ ହେବ କିରୋସିନ୍
- ନକଲି ସୁନା ଆମ୍ବ ଦେଖାଇ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା;୩ ବର୍ଷ ପରେ ବନ୍ଧାହେଲେ…
Comments are closed.