ବ୍ରହ୍ମପୁର:କରୋନା ମହାମାରୀର ସ୍ମୃତି ଏବେ ମଧ୍ୟ ଲୋକମାନଙ୍କ ମନରେ ସତେଜ ହୋଇ ରହିଛି। ଅନେକ ମାସ ପରେ ମଙ୍ଗଳବାର ପୁଣି ଥରେ କରୋନା କାଳର ଚିତ୍ର ଦେଖିବାକୁ ମିଳିଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଥିଲା। ଲୋକମାନେ ଘରୁ ବାହାରି ନ ଥିଲେ। କରୋନା ସମୟରେ ଲକଡାଉନ୍(ତାଲା ବନ୍ଦ) କଟକଣା ଜାରି ପରେ ସହରର ସ୍ଥିତି ଯାହା ଥିଲା, ମଙ୍ଗଳବାର ସୂର୍ଯ୍ୟପରାଗ ପାଇଁ ଉକ୍ତ ସ୍ଥିତି ପୁଣି ଥରେ ସୃଷ୍ଟି ହୋଇଥିଲା।
ସୂର୍ଯ୍ୟପରାଗ ସମୟରେ ଘରୁ ବାହାରିକୁ ଅନେକ ଅଶୁଭ ଭାବିଥାନ୍ତି। ଜୋତିର୍ବିଦ୍ ଏବଂ ପଣ୍ଡିତମାନେ ପରାଗ ଲାଗିଥିବା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ। ପାକତ୍ୟାଗ ପାଇଁ କହିଥିଲେ। ଫଳରେ ଅନେକଙ୍କ ଘରେ ଭାତ ଡାଲି ବଦଳରେ ଜଳଖିଆ ପ୍ରସ୍ତୁତ ହୋଇଥିଲା। ଦିନ ତମାମ୍ ସହରବାସୀ ଜଳଖିଆ ଖାଇଥିଲେ। ସେହିଭଳି ପରାଗ ଯୋଗୁ ସହରର ପ୍ରାୟତଃ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। କେବଳ କିଛି ଜଳଖିଆ ଏବଂ ଚା’ ଦୋକାନ ଖୋଲା ରହିଥିଲା। ଏପରିକିରେ ଅନେକ ସ୍ଥାନରେ ଔଷଧ ଦୋକାନ ମଧ୍ୟ ବନ୍ଦ ରହିଥିଲା। ପାଟ୍ରୋଲ୍ ପମ୍ପ ଆଂଶୀକ ଖୋଲିଥିଲା। ଖୁବ୍ ଅଳ୍ପ ସଂଖ୍ୟକ ବସ୍ ଚଳାଚଳ କରିଥିଲା। ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କ ଗହଳି ଚହଳି ଦେଖିବାକୁ ମିଳିନଥିଲା। ସହରର ବିଭିନ୍ନ ସ୍ଥାନରେ କାଳୀ ପୂଜା ଚାଳିଛି। ହେଲେ ପୂଜା ମଣ୍ଡପଗୁଡ଼ିକ ମଧ୍ୟ ପରାଗ ଯୋଗୁ ବନ୍ଦ ରହିଥିଲା। ସେହିଭଳି ସହରର ସମସ୍ତ ମନ୍ଦିରଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଥିଲା। ପ୍ରାୟ ଏକ ବର୍ଷ ପରେ ପୁଣି ଥରେ ସହରରେ ଲକଡାଉନ୍ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଥିଲା।
ଅନ୍ୟପଟେ ମାନବବାଦୀ ହେତୁବାଦୀ ସଂଗଠନ(ଏଚ୍ଆର୍ଓ) ଗଞ୍ଜାମ ଜିଲା ପକ୍ଷରୁ ସ୍ଥାନୀୟ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡରେ ଥିବା ଚାର୍ବାକ୍ ଭବନ ଠାରେ ଏକ ସାମୁହିକ ଭୋଜନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣାକୁ ନେଇ ସମାଜରେ ବିଭିନ୍ନ ପ୍ରକାରର ଭ୍ରାନ୍ତ ଧାରଣା ଓ କୁପ୍ରଥା ରହି ଆସିଥିବାରୁ ତାକୁ ଭୂଲ ପ୍ରମାଣିତ କରିବା ପାଇଁ ହେତୁବାଦୀଙ୍କ ପକ୍ଷରୁ ଏହି ଅବସରରେ ଏକ ସଚେତନତା ସଭା ଆୟୋଜିତ ହୋଇଥିବା ଏଚ୍ଆର୍ଓ ଗଞ୍ଜାମ ଜିଲା ସଭାପତି ଇ.ତେଜେଶ୍ବର ରାଓ ପ୍ରକାଶ କରିଛନ୍ତି। ସଦସ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ କହିବାନୁଯାୟୀ, ଅତିତରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବରୁ ସାଧାରଣ ଜନତା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପରି ପ୍ରାକୃତିକ ଘଟଣାକୁ ବୁଝି ନପାରି ବିଭିନ୍ନ ଅବୈଜ୍ଞାନିକ ଓ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇଥିଲେ। କିନ୍ତୁ ବିଜ୍ଞାନର ବିକାଶ ଫଳରେ ମଣିଷ ଏସବୁ ଘଟଣାର ବୈଜ୍ଞାନିକ ବ୍ୟାଖ୍ୟା କରିବାକୁ ସମର୍ଥ ହୋଇ ପାରିଛି। ତଥାପି ଆଜି ଏକବିଂଶ ଶତାବ୍ଦୀରେ ବି ମଣିଷ ଘରୁ ପଦାକୁ ନ ବାହାରିବା, ପାକତ୍ୟାଗ କରିବା ଏବଂ ଗର୍ଭବତୀ ମହିଳା ପରାଗ ସମୟରେ ପଦାକୁ ବାହାରିଲେ ତାର ବିକଳାଙ୍ଗ ଶିଶୁ ଜନ୍ମ ହେବ ବୋଲି ଭ୍ରାନ୍ତ ଧାରଣାର ଶିକାର ହେଉଛନ୍ତି। ବର୍ଷ ବର୍ଷ ଧରି ଚାଲି ଆସିଥିବା ଉପରୋକ୍ତ ଧାରଣାଗୁଡିକୁ ଉଜାଗର କରି ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବୋଲି ପ୍ରକାଶ କରିଛନ୍ତି। କିଶୋର ମିଶ୍ର, ଜାମୁଲା ସୁରେଶ, ବାସବରାଜୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ସୁନେଜ ପାଣିଗ୍ରାହୀ, ବିକ୍ରମ ଜେନା, ପ୍ରତାପ ନାୟକ, ମାଧବ କୋଠିଆ, ବିଘ୍ନେଶ୍ବର ସାହୁ, ବୃନ୍ଦାବନ ପଣ୍ଡା, ପ୍ରତାପ ନାୟକ, ମହମ୍ମଦ ସାଜିଦ ହୁସେନ୍, ଶ୍ୟାମସୁନ୍ଦର ଖାଡଙ୍ଗା, ସୁବାଷ ରାଉତ, ଆଦିତ୍ୟ ରଥ ଏବଂ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଭାଗନେଇଥିଲେ।
BREAKING NEWS
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
- ରୋହିତଙ୍କୁ ମିଳିଲା ସମ୍ମାନସୂଚକ ଡକ୍ଟେରେଟ ଉପାଧି
- ଉପରାଷ୍ଟ୍ରପତିଙ୍କ ଗସ୍ତ; ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ
- ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶାର ପତନ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି: ବିଜେଡି
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ତାମିଲନାଡୁ ୨୮୧/୭
- ଆଚରଣ ମାଧ୍ୟମରେ ବିଶ୍ୱକୁ ମର୍ଯ୍ୟାଦାର ପାଠ ପଢ଼ାଇବା ଭାରତର କର୍ତ୍ତବ୍ୟ: ମୋହନ ଭାଗବତ
- ମହାରାଷ୍ଟ୍ରରେ ଦେଖିବାକୁ ମିଳିବ ମହିଳାଙ୍କ ଜଲୱା, ସାଧାରଣ ବର୍ଗର ମହିଳା ହେବେ ବିଏମସି ମେୟର
Comments are closed.