ବ୍ରହ୍ମପୁର:କରୋନା ମହାମାରୀର ସ୍ମୃତି ଏବେ ମଧ୍ୟ ଲୋକମାନଙ୍କ ମନରେ ସତେଜ ହୋଇ ରହିଛି। ଅନେକ ମାସ ପରେ ମଙ୍ଗଳବାର ପୁଣି ଥରେ କରୋନା କାଳର ଚିତ୍ର ଦେଖିବାକୁ ମିଳିଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଥିଲା। ଲୋକମାନେ ଘରୁ ବାହାରି ନ ଥିଲେ। କରୋନା ସମୟରେ ଲକଡାଉନ୍(ତାଲା ବନ୍ଦ) କଟକଣା ଜାରି ପରେ ସହରର ସ୍ଥିତି ଯାହା ଥିଲା, ମଙ୍ଗଳବାର ସୂର୍ଯ୍ୟପରାଗ ପାଇଁ ଉକ୍ତ ସ୍ଥିତି ପୁଣି ଥରେ ସୃଷ୍ଟି ହୋଇଥିଲା।
ସୂର୍ଯ୍ୟପରାଗ ସମୟରେ ଘରୁ ବାହାରିକୁ ଅନେକ ଅଶୁଭ ଭାବିଥାନ୍ତି। ଜୋତିର୍ବିଦ୍ ଏବଂ ପଣ୍ଡିତମାନେ ପରାଗ ଲାଗିଥିବା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ। ପାକତ୍ୟାଗ ପାଇଁ କହିଥିଲେ। ଫଳରେ ଅନେକଙ୍କ ଘରେ ଭାତ ଡାଲି ବଦଳରେ ଜଳଖିଆ ପ୍ରସ୍ତୁତ ହୋଇଥିଲା। ଦିନ ତମାମ୍ ସହରବାସୀ ଜଳଖିଆ ଖାଇଥିଲେ। ସେହିଭଳି ପରାଗ ଯୋଗୁ ସହରର ପ୍ରାୟତଃ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। କେବଳ କିଛି ଜଳଖିଆ ଏବଂ ଚା’ ଦୋକାନ ଖୋଲା ରହିଥିଲା। ଏପରିକିରେ ଅନେକ ସ୍ଥାନରେ ଔଷଧ ଦୋକାନ ମଧ୍ୟ ବନ୍ଦ ରହିଥିଲା। ପାଟ୍ରୋଲ୍ ପମ୍ପ ଆଂଶୀକ ଖୋଲିଥିଲା। ଖୁବ୍ ଅଳ୍ପ ସଂଖ୍ୟକ ବସ୍ ଚଳାଚଳ କରିଥିଲା। ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କ ଗହଳି ଚହଳି ଦେଖିବାକୁ ମିଳିନଥିଲା। ସହରର ବିଭିନ୍ନ ସ୍ଥାନରେ କାଳୀ ପୂଜା ଚାଳିଛି। ହେଲେ ପୂଜା ମଣ୍ଡପଗୁଡ଼ିକ ମଧ୍ୟ ପରାଗ ଯୋଗୁ ବନ୍ଦ ରହିଥିଲା। ସେହିଭଳି ସହରର ସମସ୍ତ ମନ୍ଦିରଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଥିଲା। ପ୍ରାୟ ଏକ ବର୍ଷ ପରେ ପୁଣି ଥରେ ସହରରେ ଲକଡାଉନ୍ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଥିଲା।
ଅନ୍ୟପଟେ ମାନବବାଦୀ ହେତୁବାଦୀ ସଂଗଠନ(ଏଚ୍ଆର୍ଓ) ଗଞ୍ଜାମ ଜିଲା ପକ୍ଷରୁ ସ୍ଥାନୀୟ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡରେ ଥିବା ଚାର୍ବାକ୍ ଭବନ ଠାରେ ଏକ ସାମୁହିକ ଭୋଜନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣାକୁ ନେଇ ସମାଜରେ ବିଭିନ୍ନ ପ୍ରକାରର ଭ୍ରାନ୍ତ ଧାରଣା ଓ କୁପ୍ରଥା ରହି ଆସିଥିବାରୁ ତାକୁ ଭୂଲ ପ୍ରମାଣିତ କରିବା ପାଇଁ ହେତୁବାଦୀଙ୍କ ପକ୍ଷରୁ ଏହି ଅବସରରେ ଏକ ସଚେତନତା ସଭା ଆୟୋଜିତ ହୋଇଥିବା ଏଚ୍ଆର୍ଓ ଗଞ୍ଜାମ ଜିଲା ସଭାପତି ଇ.ତେଜେଶ୍ବର ରାଓ ପ୍ରକାଶ କରିଛନ୍ତି। ସଦସ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ କହିବାନୁଯାୟୀ, ଅତିତରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବରୁ ସାଧାରଣ ଜନତା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପରି ପ୍ରାକୃତିକ ଘଟଣାକୁ ବୁଝି ନପାରି ବିଭିନ୍ନ ଅବୈଜ୍ଞାନିକ ଓ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇଥିଲେ। କିନ୍ତୁ ବିଜ୍ଞାନର ବିକାଶ ଫଳରେ ମଣିଷ ଏସବୁ ଘଟଣାର ବୈଜ୍ଞାନିକ ବ୍ୟାଖ୍ୟା କରିବାକୁ ସମର୍ଥ ହୋଇ ପାରିଛି। ତଥାପି ଆଜି ଏକବିଂଶ ଶତାବ୍ଦୀରେ ବି ମଣିଷ ଘରୁ ପଦାକୁ ନ ବାହାରିବା, ପାକତ୍ୟାଗ କରିବା ଏବଂ ଗର୍ଭବତୀ ମହିଳା ପରାଗ ସମୟରେ ପଦାକୁ ବାହାରିଲେ ତାର ବିକଳାଙ୍ଗ ଶିଶୁ ଜନ୍ମ ହେବ ବୋଲି ଭ୍ରାନ୍ତ ଧାରଣାର ଶିକାର ହେଉଛନ୍ତି। ବର୍ଷ ବର୍ଷ ଧରି ଚାଲି ଆସିଥିବା ଉପରୋକ୍ତ ଧାରଣାଗୁଡିକୁ ଉଜାଗର କରି ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବୋଲି ପ୍ରକାଶ କରିଛନ୍ତି। କିଶୋର ମିଶ୍ର, ଜାମୁଲା ସୁରେଶ, ବାସବରାଜୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ସୁନେଜ ପାଣିଗ୍ରାହୀ, ବିକ୍ରମ ଜେନା, ପ୍ରତାପ ନାୟକ, ମାଧବ କୋଠିଆ, ବିଘ୍ନେଶ୍ବର ସାହୁ, ବୃନ୍ଦାବନ ପଣ୍ଡା, ପ୍ରତାପ ନାୟକ, ମହମ୍ମଦ ସାଜିଦ ହୁସେନ୍, ଶ୍ୟାମସୁନ୍ଦର ଖାଡଙ୍ଗା, ସୁବାଷ ରାଉତ, ଆଦିତ୍ୟ ରଥ ଏବଂ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଭାଗନେଇଥିଲେ।
BREAKING NEWS
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ

Comments are closed.